ଓଡିଶା

odisha

ETV Bharat / bharat

ଡାକ୍ତରଙ୍କୁ କହୁଛି ୬ ବର୍ଷର ବାଳକ, ମୋତେ କ୍ୟାନ୍ସର ଏହା ମୋ ବାପାମାଆଙ୍କୁ କହିବ ନାହିଁ - ଡାକ୍ତର ସୁଧୀର କୁମାର

କ୍ୟାନ୍ସର ସହ ଲଢୁଛି 6 ବର୍ଷର ବାଳକ । ନିଜ ପାଇଁ ତାର ଚିନ୍ତା ନାହିଁ । ସେ ତା ବାପାମାଆଙ୍କ ପାଇଁ ଚିନ୍ତାରେ ରହିଛି । ସେ ଆଉ ଅଳ୍ପ ଦିନ ବଞ୍ଚିବ ବୋଲି ତା ବାପାମାଆଙ୍କୁ କହିବ ନାହିଁ ବୋଲି ଡାକ୍ତରଙ୍କୁ କହିଛି 6 ବର୍ଷର ବାଳକ ମନୁ (Cancer survivor requset to doctor) । ଅଧିକ ପଢନ୍ତୁ

cancer patient requset to doctor
ମୋତେ କ୍ୟାନ୍ସର ଏହା ମୋ ବାପାମାଆଙ୍କୁ କହିବ ନାହିଁ

By

Published : Jan 6, 2023, 4:51 PM IST

ହାଇଦ୍ରାବାଦ: "ଡାକ୍ତର ସାର ମୋତେ ବ୍ରେନ କ୍ୟାନ୍ସର ହୋଇଛି । ମୁଁ ଆଉ 6 ମାସରୁ ଅଧିକ ବଞ୍ଚିବି ନାହିଁ । ଏ କଥା ମୋ ବାପାମାଆଙ୍କୁ କହିବ ନାହିଁ । ସେମାନେ ଏହା ସହି ପାରିବେ ନାହିଁ ।" ଜଣେ ଡାକ୍ତରଙ୍କୁ ଏମିତି କିଛି କହିଛି ଜଣେ 6 ବର୍ଷର ବାଳକ । ଯାହାକୁ ଶୁଣି ଜଣେ ଡାକ୍ତରଙ୍କ ଆଖି ଆପେଆପେ ଓଦା ହୋଇଯାଇଛି । ଯେତେ ଦୃଢ ହୋଇଥିଲେ ବି ଯେବେ ରୋଗୀଟି ଜାଣିବାକୁ ପାଏ ତାକୁ କ୍ୟାନ୍ସର ସେ ମନୋବଳ ହରାଇଥାଏ । ହେଲେ ଏହି 6 ବର୍ଷର ବାଳକ ଡରିନଥିଲା କି ତା ପାଇଁ ତାର ଚିନ୍ତା ନଥିଲା ଚିନ୍ତା ଥିଲା ତ କେବେଳ ବାପାମାଆଙ୍କ ପାଇଁ । ହାଇଦ୍ରାବାଦ ଆପୋଲ ହସ୍ପିଟାଲର ଜଣାଶୁଣା ନ୍ୟୁରୋଲୋଜିଷ୍ଟ ସୁଧୀର କୁମାର ଟ୍ବିଟରରେ ଜଣେ ପିଲାର ଏ କାହାଣୀକୁ ସେୟାର କରିଛନ୍ତି । ପିଲାଟିର ଏ କଥା ସମସ୍ତଙ୍କୁ ଭାବ ବିହ୍ବଳ କରିଛି ।

ଟ୍ବିଟ କରି ଡାକ୍ତର ସୁଧୀର କୁମାର ଲେଖିଛନ୍ତି, "6 ବର୍ଷର ବାଳକ ମୋତେ କହିଲା ଡାକ୍ତର ମୋତେ କ୍ୟାନ୍ସର ହୋଇଛି । ମୁଁ ଆଉ 6 ମାସ ବଞ୍ଚିବି । ଏହା ମୋ ବାପାମାଆଙ୍କୁ କହିବ ନାହିଁ । କିଛି ମାସ ପୂର୍ବେ ମୁଁ ଓପିଡିରେ ଥିଲି । ଜଣେ ଯୁବ ଦମ୍ପତ୍ତି ଆସିଲେ । ତାଙ୍କର 6 ବର୍ଷର ପୁଅ ମନୁ ବାହାରେ ଥିଲା । ସେ କ୍ୟାନ୍ସରରେ ପୀଡ଼ିତ ଥିଲା । ସେମାନେ ମନୁକୁ ଏହା ନକହିବାକୁ ମୋତେ ଅନୁରୋଧ କରିଥିଲେ । ଏହାପରେ ସେ ମନୁକୁ ମୋ ପାଖକୁ ଆଣିଥିଲେ ।"

ଏହା ବି ପଢନ୍ତୁ...Kanjhawala Case: ଅଞ୍ଜଳୀକୁ ୧୨ କିଲୋମିଟର ଘୋଷାଡି ନେଇଥିବା କାର ମାଲିକ ଗିରଫ

ପରୀକ୍ଷା କରାଯିବା ପରେ ମନୁ ଗ୍ଲୋବ୍ଲାଷ୍ଟୋମା ମଲ୍ଟିଫର୍ମୀ (glioblastoma multiforme) ରୋଗରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଯାହା ବ୍ରେନ କ୍ୟାନ୍ସରର ଚତୁର୍ଥ ଷ୍ଟେଜ୍‌ । ଏଥିରେ ଅଧିକ ଦିନ ବଞ୍ଚିବା କଷ୍ଟକର । କ୍ୟାନ୍ସର ଯୋଗୁଁ ମନୁର ଡାହାଣ ହାତ ଏବଂ ଗୋଡ ପକ୍ଷାଘାତ(paralyzed) ହୋଇଛି । ମନୁଙ୍କ ବାପାମାଆ ବାହାରକୁ ଗଲା ପରେ ମନୁ ଡାକ୍ତରଙ୍କୁ କହିଲା "ସାର, ମୁଁ ଏହି ରୋଗର ନାମ ଟାଇପ କରିଛି । ମୁଁ ଜାଣିବାକୁ ପାଇଛି ମୋତେ କ୍ୟାନ୍ସର । ମୁଁ ଆଉ 6 ମାସରୁ ଅଧିକ ବଞ୍ଚିବି ନାହିଁ । ଏ କଥା ମୋ ବାପାମାଆଙ୍କୁ କହିବେ ନାହିଁ । ସେମାନେ ଏହା ସହି ପାରିବେ ନାହିଁ । ମୁଁ ଆପଣଙ୍କୁ ଅନୁଗୋଧ କରୁଛି ଆପଣ ଏହା ମୋ ବାପାମାଆଙ୍କୁ କହିବେ ନାହିଁ ।"

9 ମାସ ପରେ ମନୁର ବାପାମାଆ ପୁନର୍ବାର ଡାକ୍ତରଙ୍କ ପାଖକୁ ଆସିଲେ । ମୁଁ ସେମାନଙ୍କୁ ଜାଣିପାରି ମନୁଙ୍କ ସ୍ବାସ୍ଥ୍ୟ ବିଷୟରେ କଥା ହେଲି । ସେମାନଙ୍କ ଆଖିରେ ପାଣି ଆସିଯାଇଥିଲା । ଗୋଟିଏ ମାସ ପୂର୍ବରୁ ମନୁ ତାଙ୍କୁ ଛାଡି ଚାଲି ଯାଇଛି । ଗୋଟିଏ ପଟେ ପୁଅ ବାପାମାଆଙ୍କ କଥା ଚିନ୍ତା କରିଥିଲା ଅନ୍ୟପଟେ ବାପା ମାଆ ମଧ୍ୟ ପୁଅକୁ ଖୁସି କରିବାକୁ ଚାହିଁଥିଲେ । ଶେଷ ଯାଏଁ ସେ ତାଙ୍କ ପୁଅକୁ ଖୁସି କରିବାକୁ ଚେଷ୍ଟା କରିଥିଲେ ।

ABOUT THE AUTHOR

...view details