ବେଙ୍ଗାଲୁରୁ:ଆମେ ସମସ୍ତେ ହିନ୍ଦୁ । ମୁଁ କେବେ ହିନ୍ଦୁତ୍ବ ସମ୍ପର୍କରେ କୌଣସି ବିବାଦୀୟ ବୟାନ ଦେଇନାହିଁ । ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ହିନ୍ଦୁତ୍ବ ବିରୋଧୀ ମନ୍ତବ୍ୟ ପରେ ଦେଶରେ ଏହି ପ୍ରସଙ୍ଗରେ ରାଜନୈତିକ ଉଷ୍ମତା ମଧ୍ୟରେ ଏହା କହିଛନ୍ତି କଂଗ୍ରେସ ଶାସିତ କର୍ଣ୍ଣାଟକର ଗୃହମନ୍ତ୍ରୀ ଜି.ପରମେଶ୍ବର । ତେବେ ନାଁ ନନେଇ ତାମିଲନାଡୁ ମନ୍ତ୍ରୀ ଉଦୟାନିଧିଙ୍କ ମନ୍ତବ୍ୟକୁ ପରୋକ୍ଷ ନାପସନ୍ଦ କରିଛନ୍ତି ଏହି ବରିଷ୍ଠ କଂଗ୍ରେସ ନେତା ।
ଏହି ଧର୍ମ ବିରୋଧୀ ମନ୍ତବ୍ୟ ପ୍ରସଙ୍ଗରେ ବିବାଦ ଜାରି ରହିଥିବା ବେଳେ ପରମେଶ୍ବର ଆଜି ତାଙ୍କ ବାସଭବନରେ ଗଣମାଧ୍ୟମ ପ୍ରଶ୍ନରେ ଏପରି ଉତ୍ତର ରଖିଛନ୍ତି । କହିଛନ୍ତି, ‘‘ଆମେ ସମସ୍ତେ ହିନ୍ଦୁ । ମୁଁ କେବେ କୌଣସି ହିନ୍ଦୁ ବିରୋଧୀ ମନ୍ତବ୍ୟ ଦେଇନାହିଁ । ମୁଁ ସକାଳୁ ଉଠିଲେ ପ୍ରଭୁ ଗଣପତିଙ୍କୁ ସ୍ମରଣ କରେ । ହନୁମାନ ଚାଳିଷା ମଧ୍ୟ ପାଠ କରେ । ଯେତେବେଳେ ଧର୍ମ ଅଧର୍ମରେ ପରିଣତ ହେବ ସେତେବେଳେ ଭଗବାନ ଶ୍ରୀକୃଷ୍ଣ ଧରାବତରଣ କରିବା ନେଇ କହିଥିଲେ ।’’
ବିଜେପି ଉପରେ ମଧ୍ୟ ସେ ପ୍ରଶ୍ନ କରିବା ସହ କହିଛନ୍ତି ଭାରତୀୟ ଜନତା ପାର୍ଟିର ନେତାମାନେ ମଧ୍ୟ ଏହି ସବୁ କଥା ଜାଣନ୍ତି ନାହିଁ । ସେମାନଙ୍କ ସେତିକି ଧର୍ମ ପ୍ରତି ସମ୍ମାନ ମଧ୍ୟ ନାହିଁ । ଏହି ମାମଲା ସାମ୍ନାକୁ ଆସିବା ପରେ ଇଣ୍ଡିଆ ମେଣ୍ଟରେ ସହଯୋଗୀ ଥିବା ଡିଏମକେ ନେତାଙ୍କ ଏହି ସନାତନ ଧର୍ମ ବିରୋଧୀ ମନ୍ତବ୍ୟକୁ ଖୋଲା ନିନ୍ଦା କରିନାହାନ୍ତି । କଂଗ୍ରେସ ଏହାକୁ ସମସ୍ତ ଧର୍ମକୁ ସମ୍ମାନ ଦିଏ ବୋଲି କହି କୌଣସି ମନ୍ତବ୍ୟ ରଖିନାହିଁ । କର୍ଣ୍ଣାଟକରେ ଶାସନରେ ଥିବା କଂଗ୍ରେସର ଏହି ଭେଟେରାନ ନେତା ଏହି ମନ୍ତବ୍ୟକୁ ପରୋକ୍ଷା ନାପସନ୍ଦ କରିଥିଲେ ସୁଦ୍ଧା ଉଦୟାନିଧିଙ୍କ ନାମ ନେଇ ସମାଲୋଚନା କରିନାହାନ୍ତି । ସେ ହିନ୍ଦୁତ୍ବରେ ବିଶ୍ବାସ ରଖନ୍ତି । କୌଣସି ଆପତ୍ତିଜନକ ମନ୍ତବ୍ୟ ଦିଅନ୍ତି ନାହିଁ ବୋଲି କହିଛନ୍ତି ।