ଓଡିଶା

odisha

ETV Bharat / bharat

ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ: ଅଜିତ ପାଓ୍ବାର - ଏନସିପି ନେତା ଅଜିତ ପାୱାର

ବରିଷ୍ଠ ଏନସିପି ନେତା ଅଜିତ ପାୱାରଙ୍କ ଦଳ ଛାଡ଼ିବା ଚର୍ଚ୍ଚା ଜୋର ଧରିଥିବା ବେଳେ ଏହାରି ଭିତରେ ତାଙ୍କର ଆଉ ଏକ ବୟାନକୁ ନେଇ ଚାରିଆଡେ ଚର୍ଚ୍ଚା ହେଉଛି । ସେ କହିଛନ୍ତି, " ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହୁଁଛି । ଏଥିପାଇଁ ୨୦୨୪ ଯାଏ କାହିଁକି ଅପେକ୍ଷା କରିବି । ଏବେ କାହିଁକି ନୁହେଁ ?"

ଅଜିତ ପାଓ୍ବାର
ଅଜିତ ପାଓ୍ବାର

By

Published : Apr 22, 2023, 2:01 PM IST

ମୁମ୍ବାଇ: ଦିନକୁ ଦିନ ବଢୁଛି ମହାରାଷ୍ଟ୍ରରେ ରାଜନୈତିକ ତାତି । ଏନସିପି ନେତା ଅଜିତ ପାଓ୍ବାର ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି । ଏହାରି ଭିତରେ ନିଜର ରାଜନୈତିକ ଇଚ୍ଛା ବିଷୟରେ କହିଛନ୍ତି ଅଜିତ ପାଓ୍ବାର । ସେ କହିଛନ୍ତି, "ମୁଁ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଚାହେଁ । ଏଥିପାଇଁ ୨୦୨୪କୁ କାହିଁକି ଅପେକ୍ଷା କରିବି । " ଅଜିତ ପାଓ୍ବାରଙ୍କ ଏଭଳି ବୟାନ ପରେ ଏନସିପିରେ ଫାଟ ସୃଷ୍ଟି ହେବାର ଆଶଙ୍କା କରାଯାଉଛି ।

ଏହାସହ ସେ ଏମଭିଏକୁ(ମହାରାଷ୍ଟ୍ର ବିକାଶ ଅଗାଡି) ନେଇ କହିଛନ୍ତି, "ପୂର୍ବରୁ ଆମେ ଧର୍ମନିରପେକ୍ଷତା ଏବଂ ପ୍ରଗତିଶୀଳ ହେବା ବିଷୟରେ କହୁଥିଲୁ, କିନ୍ତୁ ୨୦୧୯ରେ କଂଗ୍ରେସ ଓ ଏନସିପି ମିଳିତ ଭାବେ ସରକାର ଗଠନ କରିବାକୁ ଶିବସେନା ସହ ହାତ ମିଶାଇଥିଲେ । ଏହା ପରଠାରୁ ହିଁ ଆମେ ଧର୍ମନିରପେକ୍ଷତା ଲାଇନରୁ ଅଲଗା ହୋଇଛୁ । କାରଣ ଶିବସେନାର ପରିଚୟ ହେଉଛି ହିନ୍ଦୁତ୍ବ ପାର୍ଟି ।''

ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ଖଣ୍ଡନ କଲେ ଅଜିତ: ତେବେ ଗତ କିଛି ଦିନ ହେବ ଅଜିତ ପାଓ୍ବାର ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା । ତେବେ ଏଥିରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କହିଛନ୍ତି, "ବିଜେପିରେ ସାମିଲ ହେବାକୁ ନେଇ ହେଉଥିବା ଚର୍ଚ୍ଚାର କୌଣସି ସତ୍ୟତା ନାହିଁ । ଆଜି ମଧ୍ୟ ଏନସିପିରେ କୌଣସି ଫାଟ ନାହିଁ । " ତେବେ ଏହାରି ଭିତରେ ଏନସିପି ନେତା ଏକ ଗଣମାଧ୍ୟମକୁ ସାକ୍ଷାତ ଦେଇଥିବା ବେଳେ ଆଗାମୀ ମୁଖ୍ୟମନ୍ତ୍ରୀ ନେଇ ମୁହଁ ଖୋଲିଥିଲେ । ତାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ୨୦୨୪ ମସିହାରେ ହେବାକୁ ଥିବା ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଆପଣ ମୁଖ୍ୟମନ୍ତ୍ରୀଙ୍କ ରେସରେ ରହିଛନ୍ତି କି? ଏହି ପ୍ରଶ୍ନର ଉତ୍ତର ଦେଇ ସେ କହିଥିଲେ, "୨୦୨୪ କଣ ପାଇଁ? ମୁଁ ବର୍ତ୍ତମାନ ୧୦୦ ପ୍ରତିଶତ ମୁଖ୍ୟମନ୍ତ୍ରୀ ହେବାକୁ ଇଚ୍ଛା କରିଛି । "

ଅଜିତକୁ ନେଇ ଏମିତି କହିଥିଲା ଦଳ: ଯଦିଓ ଅଜିତ ପାଓ୍ବାର ବିଜେପିରେ ଯୋଗ ଦେବାକୁ ଖଣ୍ଡନ କରିଛନ୍ତି କିନ୍ତୁ ରାଜନୈତିର ଦୃଷ୍ଟି କୋଣରୁ ଦେଖିବାକୁ ଗଲେ ଏହା ଅନ୍ୟ କିଛି ଇଶାରା କରିଲା ଭଳି ମନେ ହେଉଛି । ନିକଟରେ ନୂଆଦିଲ୍ଲୀରେ ଏନସିପିର ଏକ ବୈଠକ ହୋଇଥିଲା । କିନ୍ତୁ ଅଜିତ ପାଓ୍ବାର ସେଠାରେ ଯୋଗ ଦେଇନଥିଲେ । ଏହାପରେ ସେ ନିଜର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇଥିଲେ । ସେ କହିଥିଲେ, "ମୋତେ ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ପଡୁଥିବାରୁ ଏନସିପି ବୈଠକରେ ଯୋଗ ଦେଇ ପାରିବେ ନାହିଁ ।" ଏହାକୁ ନେଇ ଦଳ ପକ୍ଷରୁ କୁହାଯାଇଥିଲା, ପାର୍ଟି ବୈଠକରେ ଯୋଗ ନଦେବାର ଉଦ୍ଦେଶ୍ୟ ଏହା ନୁହେଁ ଯେ ସେ ବିଜେପିରେ ଯୋଗ ଦେବେ ।

ଅଜିତକୁ ବଦନାମ କରାଯାଉଛି କହିଲା ବିଜେପି: ଅନ୍ୟପଟେ ମହାରାଷ୍ଟ୍ର ବିଜେପି ମୁଖ୍ୟ ଚନ୍ଦ୍ରଶେଖର ବାୱାନକୁଲେ ଅଜିତ ପାଓ୍ବାରଙ୍କୁ ବଦନାମ କରାଯାଉଥିବା ନେଇ ଅଭିଯୋଗ କରିଛନ୍ତି । ସେ କହିଛନ୍ତି ଯେ, ଗତ ତିନିମାସ ଧରି ଅଜିତ ପାଓ୍ବାର ମୋ ସହ କିମ୍ବା ଆମର କୌଣସି ବରିଷ୍ଠ ନେତାଙ୍କୁ ସାକ୍ଷାତ କରିନାହାନ୍ତି । ଏମଭିଏର ନେତାମାନେ ତାଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।

ABOUT THE AUTHOR

...view details