ନୂଆଦିଲ୍ଲୀ:ବଡି-ସ୍ପ୍ରେ ବିଜ୍ଞାପନରେ ଦେଖିବାକୁ ମିଳୁଛି ମହିଳାଙ୍କ ପାଇଁ ଆପତ୍ତିଜନକ ବିଜ୍ଞାପନ । ଯାହାକି ରେପ କଲଚରକୁ ପ୍ରୋତ୍ସାହିତ କରିବା ସହ ମହିଳାଙ୍କ ସୁରକ୍ଷାକୁ ପ୍ରଭାବିତ କରିବା ପରି ଆଶଙ୍କା ସୃଷ୍ଟି କରୁଛି । ମହିଳାଙ୍କ ପ୍ରତି ଆପତ୍ତିଜନକ ତଥା ବିବାଦୀୟ ବିଜ୍ଞାପନ ପ୍ରସାରଣ କରୁଥିବା ଲେୟାର ସଟ (layer shot) ନାମକ ଏକ ବଡିସ୍ପ୍ରେ ପ୍ରସ୍ତୁତକାରୀ କମ୍ପାନୀର ବିଜ୍ଞାପନକୁ ବ୍ୟାନ ଘୋଷଣା କରିଛନ୍ତି କେନ୍ଦ୍ର ସରକାର । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆଜି ଏହି ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ଅଧିକ ବିକ୍ରି ହେବା ପାଇଁ ଏପରି ଉତ୍ତେଜକ ବିଜ୍ଞାପନ ପ୍ରସ୍ତୁତ କରାଯାଉଥିବା ବେଳେ ଏହା ମହିଳାଙ୍କ ପ୍ରତି ଆପତ୍ତିଜନକ ସ୍ଥିତି ସୃଷ୍ଟି କରିବାରେ ଲାଗିଛି । ଏପରି ଉତ୍ତେଜକ ବିଜ୍ଞାପନ ରେପ କଲଚରକୁ ଯୁବପିଢିଙ୍କ ମଧ୍ୟରେ ପ୍ରତ୍ସାହିତ କରୁଛି ବୋଲି ମନ୍ତ୍ରଣାଳୟ ଦର୍ଶାଇଛନ୍ତି । ଏପରି ବିଜ୍ଞାପନର ପ୍ରସାରଣ ନିଷେଧ କରିବା ସହ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦେଇଛନ୍ତି ମନ୍ତ୍ରଣାଳୟ । ବିଜ୍ଞାପନ କୋର୍ଡ ଆଧାରରେ ଏହି ତଦନ୍ତ ଆରମ୍ଭ ହେବା ନେଇ ମନ୍ତ୍ରଣାଳୟ କହିଛି ।