ହାଇଦ୍ରାବାଦ:ହାଇଦ୍ରାବାଦରେ ଚାଞ୍ଚଲ୍ୟ । ସ୍ତ୍ରୀ ଓ ଦୁଇ ଶିଶୁକୁ ହତ୍ୟା କରିବା ପରେ ନିଜେ ଆତ୍ମହତ୍ୟା କଲା ସ୍ବାମୀ( Hyderabad Man Kills Wife and Two Kids Hangs Self ) । ହାଇଦ୍ରବାଦର ଚନ୍ଦନଗର ଅଞ୍ଚଳର ପାପିରେଡ୍ଡି କଲୋନୀରେ ଘଟିଛି ଏହି ଅଭାବନୀୟ ଘଟଣା । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାଗାରାଜୁ , ତାଙ୍କ ସ୍ତ୍ରୀ ସୁଜାତା ଓ ତାଙ୍କ ଦୁଇ ନାବାଳକ ସିଦାପା ଓ ରାମୟାସାରି, ଜଣଙ୍କ ବୟସ ୧୧ ବର୍ଷ ହୋଇଥିବା ବେଳେ ଅନ୍ୟ ଜଣଙ୍କ ବୟସ ୬ବର୍ଷ । ଏନେଇ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ସମୟରେ ମୃତକ ନାଗାରାଜୁଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋରେ ପୋଲିସରେ ଅଭିଯୋଗ କରିଥିଲେ, ଘଟଣାସ୍ଥଳରେ ପୋଲିସ ପହଞ୍ଚି କବାଟ ଖୋଲିବା ପରେ ୪ଜଣଙ୍କ ମୃତଦେହ ଉଦ୍ଧାର କରିଥିଲା । ଗତ ଶୁକ୍ରବାର ଦିନ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ଅନୁମାନ କରୁଛି । ନାଗାରାଜୁ କୌଣସି କାରଣକୁ ନେଇ ତାଙ୍କ ପତ୍ନୀ ଓ ଶିଶୁଙ୍କୁ ଟେଲରିଂରେ ବ୍ୟବହୃତ କଇଁଚିରେ ଆକ୍ରମଣ କରି ହତ୍ୟା କରିବା ପରେ ନିଜେ ଫ୍ୟାନରେ ଝୁଲିପଡିଥିବା ପୋଲିସ ତରଫରୁ ସୂଚନା ମିଳିଛି ।