ହାଇଦ୍ରାବାଦ:ଆସନ୍ତାକାଲି ୭୫ତମ ହାଇଦ୍ରାବାଦ ମୁକ୍ତି ଦିବସ । ସେପ୍ଟେମ୍ବର ୧୭ କୁ କେନ୍ଦ୍ର ସରକାର 'ହାଇଦ୍ରାବାଦ ମୁକ୍ତି ଦିବସ' ଭାବେ ପାଳନ କରୁଥିବା ବେଳେ ତେଲେଙ୍ଗାନା ସରକାର ପାଳିବେ 'ଜାତୀୟ ଏକତା ଦିବସ' । ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେପି ଏବଂ ତେଲେଙ୍ଗାନା ରାଷ୍ଟ୍ରୀୟ ସମିତି (ଟିଆରଏସ) ତେଲେଙ୍ଗାନାରେ ଭୋଟରଙ୍କୁ ପ୍ରଭାବିତ କରିବେ । ଅନ୍ୟପଟେ ୧୬-୧୭ ତାରିଖ ହାଇଦ୍ରାବାଦରେ କଂଗ୍ରେସର ଜାତୀୟ କାର୍ଯ୍ୟନିର୍ବାହୀ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି । ରାଜନୈତିକ ପ୍ରତିଦ୍ବନ୍ଦିତା ମଧ୍ୟରେ ଏହି ଐତିହାସିକ ସହର କିପରି ନିଜାମ ବର୍ବରତାଠୁ ମୁକ୍ତି ପାଇଥିଲା ସେ ସମ୍ପର୍କରେ ଜାଣନ୍ତୁ ।
ଅପରେସନ ପୋଲୋ କଣ ? :- ୧୭ ସେପ୍ଟେମ୍ବର ୧୯୪୮ ମସିହାରେ ହାଇଦ୍ରାବାଦର ନିଜାମ ମିର ଓସମାନ ଅଲ୍ଲି ଖାନ (ଆସଫ ଜାହି ରାଜବଂଶର ସପ୍ତମ ପିଢି) ଭାରତୀୟ ସେନାର କାର୍ଯ୍ୟାନୁଷ୍ଠାନ ପରେ ଆତ୍ମ ସମର୍ପଣ କରିଥିଲା । ଯାହାକୁ 'ଅପରେସନ୍ ପୋଲୋ' ବୋଲି ମଧ୍ୟ କୁହାଯାଏ । ସାଧାରଣତଃ ବିଶ୍ବାସ କରାଯାଏ ଯେ ଏହି ଦିନ ହାଇଦ୍ରାବାଦ ଭାରତୀୟ ୟୁନିଅନର ଏକ ଅଂଶ ହୋଇଗଲା । କିନ୍ତୁ ଏହା ସଂପୂର୍ଣ୍ଣ ଭୁଲ ଅଟେ । ଜାନୁଆରୀ ୨୬, ୧୯୫୦ ମସିହାରେ ହାଇଦ୍ରାବାଦ ଭାରତ ସହିତ ମିଶ୍ରଣ ହୋଇଥିଲା । ଏହା ସେତେବେଳେ ହୋଇଥିଲା ଯେତେବେଳେ ନିଜାମଙ୍କୁ 'ହାଇଦ୍ରାବାଦ ରାଜ୍ୟର ରାଜପ୍ରମୁଖ' କରାଯାଇଥିଲା।
ଅପରେସନ ପୋଲୋ:-୧୭ ସେପ୍ଟେମ୍ବର ୧୯୪୮ରେ ଭାରତର ନୂତନ ସ୍ବାଧୀନ ଗଣତନ୍ତ୍ର ଦ୍ବାରା ହାଇଦ୍ରାବାଦର ପ୍ରିନ୍ସଲି ଷ୍ଟେଟ୍ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ପାଇଁ 'ଅପରେସନ ପୋଲୋ' କୋଡ୍ ନାମ ଦିଆଯାଇଥିଲା । ଶତ୍ରୁତା ଆରମ୍ଭ ହେବା ପରେ ଭାରତୀୟ ସେନା ହାଇଦ୍ରାବାଦ ଅଭିମୁଖେ ଯାତ୍ରା କରି ହାଇଦ୍ରାବାଦ ସୈନ୍ୟବାହିନୀକୁ ପରାସ୍ତ କରିଥିଲା । ହାଇଦ୍ରାବାଦକୁ ଭାରତୀୟ ୟୁନିଅନରେ ମିଶ୍ରଣ କରିଥିଲା । କୁହାଯାଏଛି ଯେ ହାଇଦ୍ରାବାଦର ନିଜାମ ଭାରତ ସହ ଏକ ସମ୍ମାନଜନକ ଚୁକ୍ତି କରିବାକୁ ଆଗ୍ରହୀ ଥିଲେ । ୨୩ ସେପ୍ଟେମ୍ବର ୧୯୪୮ ମସିହାରେ 'ହାଇଦ୍ରାବାଦ ସ୍ଥିତିର ପ୍ରକୃତ ତଥ୍ୟ' (The True Facts Of The Hyderabad Situation)ରେ ଏହି ଅପରେସନ ସମ୍ପର୍କରେ ବର୍ଣ୍ଣିତ ହୋଇଛି ।