ଓଡିଶା

odisha

By

Published : Jul 8, 2021, 12:57 PM IST

ETV Bharat / bharat

TPCC ମୁଖ୍ୟ ଅଞ୍ଜନ କୁମାର ଯାଦବଙ୍କ ନାଁରେ ମାମଲା ରୁଜୁ

ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟଙ୍କ ନାଁରେ ମାମଲା ରୁଜୁ । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ...

Hyderabad: Ex MP Anjan Kumar Yadav booked for holding rally without permission
TPCC ମୁଖ୍ୟ ଅଞ୍ଜନ କୁମାର ୟାଦବଙ୍କ ନାଁରେ ମାମଲା ରୁଜୁ

ହାଇଦ୍ରାବାଦ:ପୂର୍ବତନ ସାଂସଦ ତଥା ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଅଞ୍ଜନ କୁମାର ଯାଦବଙ୍କ ନାଁରେ ମାମଲା ରୁଜୁ ହୋଇଛି । ଏନେଇ ତେଲେଙ୍ଗାନା ପୋଲିସ ପକ୍ଷରୁ ସୂଚନା ମିଳିଛି । ବୁଧବାର ଦିନ କୋରୋନା ଗାଇଡ ଲାଇନକୁ ଉଲ୍ଲଘଂନ କରିଥିବା ନେଇ ଅଭିଯୋଗ ହୋଇଛି ।

ପୋଲିସର ବିନ ଅନୁମତିରେ ରାଲି କରିବା, ସାଧାରଣ ଲୋକଙ୍କ ହଇରାଣ କରିବା, ମୁଖ୍ୟ ରାସ୍ତାରେ ପ୍ରତିବନ୍ଧକ ସୃଷ୍ଟି କରିବା, ବାଣ ଫୁଟାଇବା ସହ ରାଲି ବେଳେ ମଝି ରାସ୍ତାରେ ସଙ୍ଗୀତ ପରିବେଷଣ କରିବା ଭଳି ଦଫା ତାଙ୍କ ବିରୋଧରେ ଲଗା ଯାଇଛି ।

ଏହା ପୂର୍ବରୁ ଟ୍ରାଫିକ ଚଳାଚଳ ପାଇଁ ବ୍ୟାଘାତ ସୃଷ୍ଟି କରିବ ଆଶଙ୍କା ନେଇ ପୋଲିସ ରାଲିକୁ ଅନୁମତି ଦେଇ ନଥିଲା । ତେଲେଙ୍ଗାନା ପ୍ରଦେଶ କଂଗ୍ରେସ କମିଟିର ମୁଖ୍ୟ ଭାବେ ନୂଆ ଦାୟିତ୍ବ ପାଇଛନ୍ତି ଅଞ୍ଜନ କୁମାର ଯାଦବ ।

@ANI

ABOUT THE AUTHOR

...view details