ହାଇଦ୍ରାବାଦ:ତେଲେଙ୍ଗାନାର ସିକନ୍ଦରାବାଦ ନିକଟ ମୋହନ ରାଓ କଲୋନୀରେ ଘଟିଛି ଅଘଟଣ । ବନ୍ଧୁଙ୍କ ଉଦ୍ଦେଶ୍ୟରେ ନିଜେ ନିଜେ ଏକ ଭିଡ଼ିଓ ଉତ୍ତୋଳନ କରି ସ୍ବିଗି ବଏ କରିଛନ୍ତି ଆତ୍ମହତ୍ୟା । ତେବେ ଭିଡିଓରେ ମଧ୍ୟ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ପୋଲିସ କହିଛି ।
ମୃତ ବ୍ୟକ୍ତିଙ୍କ ନାମ ହେଉଛି ଅଶୋକ(୨୯) । ସେ ଗତ ୩ ବର୍ଷ ପୂର୍ବେ ବିବାହ କରିଥିଲେ । ଅଶୋକଙ୍କ ପତ୍ନୀ ଓ ପିତାମାତା କୌଣସି କାମରେ ହାଇଦ୍ରାବାଦକୁ ଆସିଥିବାବେଳେ ଏହି ସମୟରେ ସେ ଆତ୍ମହତ୍ୟା କରିଛନ୍ତି । ଅଶୋକ ନିଜ ବନ୍ଧୁ କହ୍ନେୟାଙ୍କ ଉଦ୍ଦେଶ୍ୟରେ ଏହି ଭିଡ଼ିଓ ଆତ୍ମହତ୍ୟା ପୂର୍ବରୁ ପଠାଇଥିଲେ । କିନ୍ତୁ ଭିଡ଼ିଓରେ ମୃତ୍ୟୁର କାରଣ ସ୍ପଷ୍ଟ ହୋଇନାହିଁ ।