ଓଡିଶା

odisha

ETV Bharat / bharat

18 ଘଣ୍ଟାରେ 25 KM ଲେନ ରାଜମାର୍ଗ ନିର୍ମାଣ କରି ରେକର୍ଡ ସୃଷ୍ଟିକଲା ହାଇଦ୍ରାବାଦ କମ୍ପାନୀ - ଜାତୀୟ ରାଜପଥ

ହାଇଦ୍ରାବାଦର ଭିତ୍ତିଭୂମି ନିର୍ମାଣକାରୀ କମ୍ପାନୀ IJM ଇଣ୍ଡିଆ ଶନିବାର ସୋଲାପୁର-ବିଜାପୁର 13 ନମ୍ବର ଜାତୀୟ ରାଜପଥର 25.54 ଲେନ କିଲୋମିଟର(12.77 କିଲୋମିଟର) ରାସ୍ତାକୁ ମାତ୍ର 18 ଘଣ୍ଟାରେ ନିର୍ମାଣ କରି ନୂଆ ରେକର୍ଡ ସୃଷ୍ଟି କରିଛି । ଅଧିକ ପଢନ୍ତୁ...

18 ଘଣ୍ଟାରେ 25 KM ଲେନ ରାଜମାର୍ଗ ନିର୍ମାଣ କରି ରେକର୍ଡ ସୃଷ୍ଟିକଲା ହାଇଦ୍ରାବାଦ କମ୍ପାନୀ
18 ଘଣ୍ଟାରେ 25 KM ଲେନ ରାଜମାର୍ଗ ନିର୍ମାଣ କରି ରେକର୍ଡ ସୃଷ୍ଟିକଲା ହାଇଦ୍ରାବାଦ କମ୍ପାନୀ

By

Published : Feb 28, 2021, 9:24 PM IST

ହାଇଦ୍ରାବାଦ: ଚଳିତ ଥର ବଜେଟରେ ଭିତ୍ତିଭୂମି ଉପରେ ଅଧିକ ଗୁରୁତ୍ବ ଦେଇଛନ୍ତି କେନ୍ଦ୍ର ସରକାର । ଅନେକ ସଡକ ପରିଯୋଜନାକୁ ମିଳିସାରିଛି ଗ୍ରୀନ ସିଗନାଲ । ଏହି କ୍ରମରେ ଜାତୀୟ ରାଜପଥ ନିର୍ମାଣ କରୁଥିବା ହାଇଦ୍ରାବାଦର ଏକ କମ୍ପାନୀ ସୃଷ୍ଟି କରିଛି ନୂଆ ରେକର୍ଡ ।

ହାଇଦ୍ରାବାଦର ଭିତ୍ତିଭୂମି ନିର୍ମାଣକାରୀ କମ୍ପାନୀ IJM ଇଣ୍ଡିଆ ଶନିବାର ସୋଲାପୁର-ବିଜାପୁର 13 ନମ୍ବର ଜାତୀୟ ରାଜପଥର 25.54 ଲେନ କିଲୋମିଟର(12.77 କିଲୋମିଟର) ରାସ୍ତାକୁ ମାତ୍ର 18 ଘଣ୍ଟାରେ ନିର୍ମାଣ କରି ନୂଆ ରେକର୍ଡ ସୃଷ୍ଟି କରିଛି ।

4 ଲେନର ଏହି ଜାତୀୟ ରାଜପଥ ପ୍ରୋଜେକ୍ଟ ଦେଶରେ ପ୍ରଥମ ଥର ପାଇଁ ଲିମକା ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଯାଉଛି । ଏହି ସଫଳତା ନେଇ ଟ୍ବିଟ କରି ସୂଚନା ଦେଇଛନ୍ତି କେନ୍ଦ୍ର ସଡକ ଓ ପରିବହନମନ୍ତ୍ରୀ ନିତିନ ଗଡକାରୀ ।

ନିତିନ ଗଡକରୀଙ୍କ ଟ୍ବିଟ

କେନ୍ଦ୍ରମନ୍ତ୍ରୀ ଟ୍ବିଟ କରି ଲେଖିଛନ୍ତି, ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ସୋଲାପୁର-ବିଜାପୁର ରାଜମାର୍ଗ ଉପରେ 4 ଲେନ ପ୍ରକଳ୍ପ ଅନ୍ତର୍ଗତ 25 କିଲୋମିଟରର ସିଙ୍ଗିଲ ଲେନ ଉନ୍ନତୀକରଣ କାର୍ଯ୍ୟକୁ ମାତ୍ର 18 ଘଣ୍ଟାରେ ସମ୍ପୂର୍ଣ୍ଣ କରିଛି । ଏହାକୁ ଲିମକା ବୁକ ଅଫ ରେକର୍ଡରେ ସାମିଲ କରାଯିବ ।

ABOUT THE AUTHOR

...view details