ଓଡିଶା

odisha

ETV Bharat / bharat

ଘନ କୁୁହୁଡ଼ିରେ ଆଚ୍ଛାଦିତ ପୁରା ହାଇଦ୍ରାବାଦ, ଅବତରଣ ନକରି ଫେରିଗଲା ଦୁଇ ବିମାନ - ହାଇଦ୍ରାବାଦରେ ବିମାନବନ୍ଦର

Hyderabad bound flight returns to Bengaluru: ହାଇଦ୍ରାବାଦରେ ବିମାନବନ୍ଦରରେ ବିମାନସେବା ବାଧାପ୍ରାପ୍ତ । ଖରାପ ପାଗ ଯୋଗୁଁ ବେଙ୍ଗାଲୁରୁ ଓ ମୁମ୍ବାଇକୁ ଫେରିଗଲା ଭିସ୍ତାରା ବିମାନ । ଅଧିକ ପଢନ୍ତୁ

ହାଇଦ୍ରାବାଦରେ ବିମାନବନ୍ଦର
Hyderabad bound flight returns to Bengaluru

By ETV Bharat Odisha Team

Published : Dec 25, 2023, 11:30 AM IST

ହାଇଦ୍ରାବାଦ: ହାଇଦ୍ରାବାଦରେ ଖରାପ ପାଣିପାଗ ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ । ବେଙ୍ଗାଲୁରୁ ଓ ମୁମ୍ବାଇରୁ ହାଇଦ୍ରାବାଦ ଉଡ଼ାଣ କରିଥିବା 2 ବିମାନ ଅବତରଣ କରିବା ପରିବର୍ତ୍ତେ ଫେରିଯାଇଛନ୍ତି । ଯେଉଁ ବିମାନବନ୍ଦରରୁ ଭିସ୍ତାରା ଏୟାରଲାଇନ୍ସର ଦୁଇ ବିମାନ ଉଡ଼ାଣ ଭରିଥିଲା ପୁନଃ ସେଠି ଅବତରଣ କରିବାକୁ ପଡ଼ିଛି । ଏନେଇ ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆୟାଇଛି । 9ଟା 40ରେ ଏହି ଦୁଇ ବିମାନ ବେଙ୍ଗାଲୁରୁ ଓ ମୁମ୍ବାଇ ବିମାନବନ୍ଦରରେ ଅବତରଣ କରିଛି । ପାଗରେ ପରିବର୍ତ୍ତନ ହେବା ପରେ ପୁଣି ଏହି ବିମାନ ଗନ୍ତବ୍ୟସ୍ଥଳ ଅଭିମୁଖେ ଉଡ଼ାଣ କରିବ ।

ଆଜି ସକାଳ ସମୟରେ UK897 ବିମାନ ବେଙ୍ଗାଲୁରୁରୁ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ କରିଥିଲା । କିନ୍ତୁ ସେଠାରେ ପାଗ ଖରାପ ଥିବା ସୂଚନା ମିଳିବା ପରେ ପାଇଲଟ୍‌ ସଙ୍ଗେସଙ୍ଗେ ବିମାନକୁ ବେଙ୍ଗାଲୁରୁକୁ ଫେରାଇ ଆଣିଥିଲେ । 9ଟା 40 ମିନିଟ ସମୟରେ ବେଙ୍ଗାଲୁରୁ ବିମାନ ବନ୍ଦରରେ ଏହା ଅବତରଣ କରିଥିଲା ଭିସ୍ତାର ଏୟାରଲାଇନ୍ସ ପକ୍ଷରୁ ସୂଚନା ଦିଆଯାଇଛି । ସେହିପରି ମୁମ୍ବାଇରୁ UK873 ବିମାନ ଆଜି ସକାଳ ସମୟରେ ହାଇଦ୍ରାବାଦ ଅଭିମୁଖେ ଉଡ଼ାଣ ଭରିଥିଲା । ହାଇଦ୍ରାବାଦ ବିମାନବନ୍ଦରରେ ଖରାପ ପାଗ ନେଇ ସୂଚନା ମିଳିବା ପରେ ଏହି ବିମାନ ମଧ୍ୟ ମୁମ୍ବାଇକୁ ଫେରିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-ପୁନେରେ ଘନ କୁହୁଡି, ମୁମ୍ବାଇକୁ ଡାଇର୍ଭଟ ହେଲା ବିମାନ

ଏବେ ଚାରିଆଡେ ଶୀତର ଲହରି ଜାରି ରହିଥିବା ବେଳେ ଅନେକ ସମୟରେ ବିମାନ ସେବା ବାଧାପ୍ରାପ୍ତ ହେଉଥିବା ଖବର ସାମ୍ନାକୁ ଆସୁଛି । ଡିସେମ୍ବର 23 ତାରିଖରେ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ଘନକୁହୁଡି ଯୋଗୁଁ ବିମାନ ସେବା ବାଧାପ୍ରାପ୍ତ ହୋଇଥିଲା । 16ଟି ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା। ସେଥି ମଧ୍ୟରୁ 11ଟି ଅନ୍ତର୍ଜାତୀୟ ବିମାନଓ 5ଟି ଘରୋଇ ବିମାନ ରହିଥିଲା । ଶୀତ ଦିନରେ ଅଧିକାଂଶ ସମୟରେ ଘନ କୁହୁଡି ହେତୁ ବିମାନ ଉଡାଣ, ଟ୍ରେନ ଚଳାଚଳ ପ୍ରଭୃତି ବିଳମ୍ବ ହୋଇଥାଏ ।

ବିମାନ ଉଡାଣରେ ବିଳମ୍ବ ହେତୁ ଯାତ୍ରୀମାନେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଗତ ଡିସେମ୍ବର 8 ତାରିଖରେ ପୁନେରେ ଘନ କୁହୁଡି ଯୋଗୁଁ ମୁମ୍ବାଇକୁ ଡାଇର୍ଭଟ ହୋଇଥିଲା ଦୁଇ ବିମାନ । ଦିଲ୍ଲୀରୁ ପୁନେକୁ ଉଡ଼ାଣ କରିଥିବା ବିମାନ ମୁମ୍ବାଇରେ ଅବତରଣ କରିଥିଲା । ଘନ କୁହୁଡି ଯୋଗୁଁ ଭିଜିବିଲିଟି 50 ମିଟରରୁ କମ ରହିଥିବାରୁ ଇଣ୍ଡିଗୋ ଓ ଭିସ୍ତାରା ବିମାନ ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିଲା ।

ABOUT THE AUTHOR

...view details