ଓଡିଶା

odisha

ETV Bharat / bharat

18.90 ଲକ୍ଷ ଟଙ୍କାରେ ନିଲାମ ହେଲା ବାଲାପୁର ଗଣେଶ ଲଡୁ - Balapur Ganesh laddu auctioned for Rs 18.9 lakh

ଶେଷ ହେଲା ପ୍ରସିଦ୍ଧ ବାଲାପୁର ଗଣେଶ ଲଡୁ ନିଲାମୀ । ଏହି ନିଲାମରେ ପ୍ରାୟ 19 ଜଣ ଲୋକ ଭାଗ ନେଇଥିବା ବେଳେ ଆନ୍ଧ୍ରପ୍ରଦେଶ MLC ରମେଶ ଯାଦବ ଲଡୁଟିକୁ 18.90 ଲକ୍ଷ ଟଙ୍କାରେ ନିଜ ନାଁରେ କରିଥିଲେ । ଅଧିକ ପଢନ୍ତୁ...

18.90 ଲକ୍ଷ ଟଙ୍କାରେ ନିଲାମି ହେଲା ବାଲାପୁର ଗଣେଶ ଲଡୁ
18.90 ଲକ୍ଷ ଟଙ୍କାରେ ନିଲାମି ହେଲା ବାଲାପୁର ଗଣେଶ ଲଡୁ

By

Published : Sep 19, 2021, 2:02 PM IST

ହାଇଦ୍ରାବାଦ: ଶେଷ ହେଲା ପ୍ରସିଦ୍ଧ ବାଲାପୁର ଗଣେଶ ଲଡୁ ନିଲାମୀ । ଏହି ନିଲାମରେ ପ୍ରାୟ 19 ଜଣ ଲୋକ ଭାଗ ନେଇଥିଲେ। ଏହି ନିଲାମୀରେ ଲଡୁର ମୁଲ୍ୟ 1,116 ରୁ ଆରମ୍ଭ ହୋଇ 18.90 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା । ତେବେ ଏହି ନିଲାମୀରେ ଆନ୍ଧ୍ରପ୍ରଦେଶ MLC ରମେଶ ଯାଦବ ଲଡୁଟିକୁ ନିଜ ନାଁରେ କରିଥିଲେ । ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ । କିନ୍ତୁ ହାଇଦ୍ରାବାଦ୍‌ରେ ପ୍ରତି ବର୍ଷ ଗଣେଶ ମୂର୍ତ୍ତି ସହ ଗଣେଶଙ୍କ ପ୍ରସାଦ ଲଡୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ । ପ୍ରତିବର୍ଷ ହାଇଦ୍ରାବାଦରେ ଥିବା ବାଲାପୁରରେ ବିଶାଳ ଗଣେଶ ପ୍ରସାଦ ଲଡୁର ନିଲାମୀ କରାଯାଏ ।

18.90 ଲକ୍ଷ ଟଙ୍କାରେ ନିଲାମି ହେଲା ବାଲାପୁର ଗଣେଶ ଲଡୁ

1994 ମସିହାରୁ ପ୍ରସିଦ୍ଧ ବାଲାପୁର ଗଣେଶ ଲଡୁ ନିଲାମ ଏକ ପରମ୍ପରା ହୋଇଆସୁଛି। ଗତ ବର୍ଷ ଅର୍ଥାତ୍ 2020 ରେ ଉତ୍କଳ କମିଟି କୋରୋନା ମହାମାରୀ ହେତୁ ନିଲାମ ଆୟୋଜନ କରିନଥିଲା। କିନ୍ତୁ 2019 ରେ କୋଲାନୁ ରାମ ରେଡ୍ଡି 17.60 ଲକ୍ଷ ନିଲାମରେ ବାଲାପୁର ଲଡୁ ପାଇଥିଲେ । ତେବେ ନିଲାମରେ, ଯଦି ସ୍ଥାନୀୟ ଲୋକ ଜିତିବେ, ତେବେ ଆସନ୍ତା ବର୍ଷର ନିଲାମରେ ସେମାନଙ୍କୁ ଟଙ୍କା ଦିଆଯିବ । ଯଦି ଅଣ-ସ୍ଥାନୀୟ ଲୋକ ଲଡୁ ଜିତିଲେ, ତେବେ ସେମାନଙ୍କୁ ସେହି ସ୍ଥାନରେ ହିଁ ଟଙ୍କା ଦିଆଯିବ ।

ଏହି ନିଲାମରେ ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ରରେଡ୍ଡୀ, ପୂର୍ବତନ ବିଧାୟକ ଟିଗଲ କ୍ରିଷ୍ଣା ରେଡ୍ଡୀ, ଆପ୍ ଏମ୍.ଏଲ୍.ସି ରମେଶ ଯାଦବ ଅଂଶଗ୍ରହଣ କରିଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details