ଶିମଲା:ମହିଳାଙ୍କ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ(Hydatid Cyst ) ରୋଗ ଚିହ୍ନଟ । ହିମାଚଳ ପ୍ରଦେଶର ରାମପୁର ମହାତ୍ମା ଗାନ୍ଧୀ ମେଡିକାଲରେ ଜଣେ ମହିଳାଙ୍କ ଗର୍ଭାଶୟରେ ଏହି ରୋଗ ହୋଇଥିବା ଚିହ୍ନଟ କରାଯାଇଛି । ଯାହା ରାଜ୍ୟରେ ପ୍ରଥମ ମାମଲା ବୋଲି କୁହାଯାଉଛି । ଡାକ୍ତରଙ୍କ କହିବା ଅନୁଯାୟୀ, ଫୁସଫୁସ, ଯକୃତ, ମସ୍ତିଷ୍କ ଏବଂ ହାଡରେ ହାଇଡାଟିଡ୍ ସିଷ୍ଟ ହୋଇଥାଏ, କିନ୍ତୁ ଗର୍ଭାଶୟରେ ହାଇଡାଟିଡ୍ ସିଷ୍ଟ ବିରଳ ଅଟେ । ଖାନେରୀ ମେଡିକାଲର ସ୍ତ୍ରୀ ରୋଗ ବିଶେଷଜ୍ଞ 42 ବର୍ଷ ବୟସ୍କା ମହିଳାଙ୍କ ପେଟରେ ହାଇଡାଟିଡ୍ ସିଷ୍ଟ ରୋଗ ହୋଇଥିବା ପ୍ରଥମେ ଚିହ୍ନଟ କରିଥିଲେ । ଏହା ପରେ ବିଶେଷଜ୍ଞ ଡାକ୍ତରଙ୍କ ଦଳ ଦ୍ବାରା ଏହାର ଅପେରସନ କରାଯାଇଥିଲା ।
ମହିଳାଙ୍କୁ ଅପରେସନ କରିଥିବା ଡାକ୍ତର ସଞ୍ଜୟ କହିଛନ୍ତି ଯେ, '' ଏହି ରୋଗ ବିଶେଷତଃ କୁକୁର, ମେଣ୍ଡା ଓ ଛେଳିଙ୍କ ନିକଟରେ ଦେଖା ଦେଇଥାଏ । କିନ୍ତୁ ମନୁଷ୍ୟଙ୍କ ନିକଟରେ କମ ଦେଖା ଦେଇଥାଏ । ମୁଖ୍ୟତ ପେଟ, ଫୁସଫୁସ, ମସ୍ତିଷ୍କ କିମ୍ବା ହାଡରେ ହୋଇଥାଏ ''। ସ୍ତ୍ରୀ ରୋଗ ବିଶେଷଜ୍ଞ ଡାକ୍ତର ଦୀନେଶ ଶର୍ମା କହିଛନ୍ତି ଯେ,'' ଯେତେବେଳେ ମହିଳା ଜଣଙ୍କ ଚେକଅପ ପାଇଁ ଆସିଥିଲେ, ସେତେବେଳେ ତାଙ୍କ ନିକଟରେ ଏହି ରୋଗ ଚିହ୍ନଟ କରାଯାଇଥିଲା । ଏହାପରେ ସର୍ଜନ ଏବଂ ଅନ୍ୟାନ୍ୟ ବିଶେଷଜ୍ଞଙ୍କ ସହ ଆଲୋଚନା କରାଯାଇ ଅଲଟ୍ରାସାଉଣ୍ଡ ପରେ ମହିଳାଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା ।
ପେଟରୁ ବାହାରିଲା ଦେଢ କିଲୋଗ୍ରାମର ମାଂସ ପିଣ୍ଡୁଳା