ଶ୍ରୀନଗର: କାଶ୍ମୀର ଘାଟିରେ ସୁରକ୍ଷାବଳକୁ ପୁଣି ସଫଳତା । ଏକାଧିକ ମାଉଜର ଓ ଅନ୍ୟାନ୍ୟ ମାରଣାସ୍ତ୍ର ସହ ଜଣେ ହାର୍ଡକୋର ଆତଙ୍କବାଦୀକୁ ଗିରଫ କରିଛି ସୁରକ୍ଷା ବଳ । ଗିରଫ ଆତଙ୍କବାଦୀର ନାମ ଅର୍ସିଦ ଅହମ୍ମଦ ଭଟ୍ଟ ଓ ସେ ସ୍ଥାନୀୟ ବଡଗାମର ବାସିନ୍ଦା ବୋଲି ପ୍ରାଥମିକ ତଦନ୍ତରୁୁ ଜାଣିବାକୁ ପାଇଛି ପୋଲିସ ।
କାଶ୍ମୀରରୁ ହାର୍ଡକୋର L-ET ଆତଙ୍କବାଦୀ ଗିରଫ, ବ୍ୟାପକ ମାରଣାସ୍ତ୍ର ଜବତ - ସୁରକ୍ଷା କର୍ମୀ ହାତରେ ଆତଙ୍କବାଦୀ
କାଶ୍ମୀରରୁ ଗିରଫ ହେଲା ହାଇବ୍ରିଡ ଆତଙ୍କବାଦୀ । ଏକାଧିକ ମାରଣାସ୍ତ୍ର ଜବତ । ଲସ୍କର-ଏ-ତୋଇବା ସଦସ୍ୟ ହୋଇଥିବା ସୂଚନା । ଜାରି ରହିଛି ଜେରା । ଅଧିକ ପଢନ୍ତୁ
ବ୍ୟାପକ ମାରାଣାସ୍ତ୍ର ସହ ହାର୍ଡକୋର ଆତଙ୍କୀ ଗିରଫ
ଗିରଫ ଆତଙ୍କୀଠାରୁ 5 ଟି ପିସ୍ତଲ, 5 ମ୍ୟାଗେଜିନ, 50 ରାଉଣ୍ଡ ଗୁଳି, ଦୁଇଟି ହ୍ୟାଣ୍ଡ ଗ୍ରେନେଡ ଜବତ କରାଯାଇଛି । ଆତଙ୍କୀଜଣଙ୍କ ପାକିସ୍ତାନରୁ ଅପରେଟ ହେଉଥିବା ଆତଙ୍କୀ ସଗଂଠନ ଲସ୍କର-ଏ-ତୋଇବାର ସକ୍ରିୟ ସଦସ୍ୟ ବୋଲି ଜଣାପଡିଛି । ଗୁଇନ୍ଦା ସୂତ୍ରରୁ ଖବର ପାଇ ପୋଲିସ ଓ ସୁରକ୍ଷା ବଳର ଯବାନ ମିଳିତ ଭାବେ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ ।
ଅଭିଯାନରେ ଏହି ସଫଳତା ମିଳିଥିବା ପୋଲିସ ସ୍ପଷ୍ଟ କରିଛି । ସ୍ଥାନୀୟ ପୋଲିସ ଷ୍ଟେସନରେ ଏନେଇ ଏକ ମାମଲା ରୁଜୁ ହୋଇଛି । ଆତଙ୍କୀଙ୍କୁ ପଚରା ଉଚରା ଜାରି ରହିଥିବା ନେଇ ସ୍ଥାନୀୟ ପୋଲିସ କହିଛି ।