ଦିଶପୁର: ମାଓବାଦୀ ନେତା କାଞ୍ଚନ ଡା (ଛଦ୍ମନାମ) ଗିରଫ ପରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ସୂଚନା ଅନୁଯାୟୀ, ଆସାମର ବାରାକ ଉପତ୍ୟକାର ବିଭିନ୍ନ ଚା’ ବଗିଚାରେ ମାଓବାଦୀଙ୍କ ଏକ ବିଶାଳ ନେଟୱାର୍କ ଗଠନ କରାଯାଇଛି । ଆଜି(ରବିବାର) ଏନଆଇଏ କରିମଗଞ୍ଜର ପଥରକାଣ୍ଡିର ସୋନାଖୀରାରୁ ଜଣେ ବିବାହିତ ଦମ୍ପତି ରାଜୁ ଓରଙ୍ଗ ଏବଂ ପିଙ୍କି ଓରଙ୍ଗଙ୍କୁ ଗିରଫ କରିଛି ।
ମାଓ ଦମ୍ପତି ଗିରଫ ପରେ ବଡ ଖୁଲାସା, ଚା ବଗିଚାରେ ଚାଲିଥିଲା ମାଓବାଦୀଙ୍କ ନେଟୱାର୍କ - ଚା ବଗିଚାରେ ଚିଲିଥିଲା ମାଓବାଦୀଙ୍କ ବିଶାଳ ନେଟୱାର୍କ
ମାଓବାଦୀ ନେତା କାଞ୍ଚନ ଡା (ଛଦ୍ମନାମ) ଗିରଫ ପରେ ବିଭିନ୍ନ ତଥ୍ୟ ସାମ୍ନାକୁ ଆସୁଛି । ଅଧିକ ପଢନ୍ତୁ
ଚା ବଗିଚାରେ ଚିଲିଥିଲା ମାଓବାଦୀଙ୍କ ବିଶାଳ ନେଟୱାର୍କ
ଖବର ମୁତାବକ, ଏନଆଇଏ ଟିମ୍ ସେମାନଙ୍କ ଘରେ ଚଢାଉ କରି ଲାପଟପ୍, ପେଣ୍ଟିଂ ପେନସିଲ, ବିଭିନ୍ନ କଟିଂ ଖବରକାଗଜ, ମାନଚିତ୍ର, ବହି ଯାହା ମାଓବାଦୀଙ୍କ ଚିନ୍ତାଧାରାକୁ ଆକର୍ଷିତ କରିପାରିବ, ଦୁଇଟି ମୋବାଇଲ୍ ଜବତ କରିଛି । ଏଥିସହ ଏନଆଇଏ ଏହି ଦମ୍ପତିଙ୍କୁ ପଚରାଉଚରା ପାଇଁ ନେଇଛି । ଜାଣିବାକୁ ମିଳୁଛି ଯେ, ମାଓବାଦୀଙ୍କ ଶୀର୍ଷ ନେତାମାନେ ବିଭିନ୍ନ ସମୟରେ ନିଜ ଘରକୁ ଆଶ୍ରୟସ୍ଥଳ ଭାବରେ ବ୍ୟବହାର କରିଥିଲେ । ରାଜୁଙ୍କ ପତ୍ନୀ ପିଙ୍କି ମାଓବାଦୀଙ୍କ ସହ ସିଧାସଳଖ ସମ୍ପର୍କରେ ଥିବା ଅଭିଯୋଗ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ