ପାଟନା:ମହିଳାଙ୍କୁ 'ଟମାଟୋ' ଡାକି ଚିଡ଼ାଇବା ବୃଦ୍ଧଙ୍କୁ ପଡ଼ିଲା ମହଙ୍ଗା(Old Man Beaten In Munger) । ଶେଷରେ ଏହି କାର୍ଯ୍ୟ ପାଇଁ ଅକାଳରେ ଚାଲିଗଲା ବୃଦ୍ଧଙ୍କ ଜୀବନ । ମହିଳାଙ୍କଠୁ ଅଭିଯୋଗ ଶୁଣିବା ପରେ ଉତକ୍ଷିପ୍ତ ହୋଇ ବୃଦ୍ଧଙ୍କୁ ହତ୍ୟା କଲା ସ୍ବାମୀ । ଏଭଳି ଅଭାବନୀୟ ଘଟଣାବିହାରର ମୁଙ୍ଗେର ଜିଲ୍ଲାରେ ଘଟିଛି । ଏହି ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବୃଦ୍ଧଙ୍କ ହତ୍ୟାକାରୀ ହେଉଛନ୍ତି ବୃଦ୍ଧଙ୍କ ପଡୋଶୀ । ସବୁଠୁ ଚକିତ କରିବା କଥା ହେଉଛି ବୃଦ୍ଧ ଜଣକ ହତ୍ୟାକାରୀଙ୍କ ପତ୍ନୀଙ୍କୁ 'ଟମାଟୋ-ଟମାଟୋ' କହି ଚିଡ଼ାଇବା ପରେ ମହିଳା ଜଣକ ନିଜ ସ୍ବାମୀ ନିକଟରେ ଅଭିଯୋଗ କରିଥିଲେ । ଏହାପରେ ମହିଳାଙ୍କ ସ୍ବାମୀ ବୃଦ୍ଧଙ୍କୁ ଗାଳି ଗୁଲଜ କରିଥିଲେ । ଏହାକୁ ବୃଦ୍ଧ ଜଣକ ବିରୋଧ କରିବା ପରେ ସେ ତାଙ୍କୁ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି ।
- ଟମାଟୋ ଡାକିବା ପଡିଲା ମହଙ୍ଗା
ଏହି ମାମଲା ଟେଟିଆମ୍ବର ପୋଲିସ୍ ଷ୍ଟେସନ ଅଞ୍ଚଳରେ ଘଟିଛି। ଏଠାରେ ଥିବା ବ୍ଲକ ସଭାପତି କହିଛନ୍ତି ଯେ ମଙ୍ଗଳବାର ସନ୍ଧ୍ୟାରେ ତିଲକରୀ ହାଟରୁ ପନିପରିବା କିଣିବା ପରେ ମହେଶ ଦାସ ଫେରୁଥିଲେ। ବାଟରେ ସେ ଜଣେ ପରିଚିତଙ୍କୁ ଭେଟି ତାଙ୍କ ସହ କଥା ହେବା ଆରମ୍ଭ କଲେ । ବାର୍ତ୍ତାଳାପ ସମୟରେ ମହେଶ ଦାସ ପରିଚିତଙ୍କୁ କହିଥିଲେ ଯେ ସେ ଟମାଟୋ ନେବାକୁ ଭୁଲିଗଲେ । ଏହି ସମୟରେ ସେ ଟମାଟୋ-ଟମାଟୋ କହିବାକୁ ଲାଗିଲେ । ଏହି ସମୟରେ ତାଙ୍କ ପଡ଼ୋଶୀ ବ୍ରହ୍ମଦେବ ଦାସଙ୍କ ପତ୍ନୀ ଯାଉଥିଲେ। ପଡୋଶୀ ମହିଳା ଅନୁଭବ କଲେ ଯେ ମହେଶ ଦାସ ତାଙ୍କୁ ଦେଖିବା ପରେ ଟମାଟୋ କହୁଛନ୍ତି । ଏହି ଘଟଣାକୁ ନେଇ ମହିଳା ଜଣକ ପରିବାରରେ ଅଭିଯୋଗ କଲେ ଯେ ମହେଶ ଦାସ ତାଙ୍କୁ ନିର୍ଯାତନା ଦେଇଛନ୍ତି । ଏହା ପରେ ବ୍ରହ୍ମଦେବ ଏବଂ ତାଙ୍କ ସମ୍ପର୍କୀୟମାନେ ମହେଶଙ୍କୁ ମାଡ଼ ମାରିଥିଲେ, ଯାହାଫଳରେ ତାଙ୍କ ମୃତ୍ୟୁ ଘଟିଛି ।
- ୭ ଜଣଙ୍କ ବିରୋଧରେ ମାମଲା ରୁଜୁ