ଓଡିଶା

odisha

ETV Bharat / bharat

ଖାଦ୍ୟରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କଲା ସ୍ବାମୀ

ଆମେ ଘରେ ଖାଉଥିବା ସମୟରେ ଖାଦ୍ୟରୁ ଚୁଟି ବାହାରିବା ଏକ ସାଧାରଣ ଘଟଣା । ମାତ୍ର ଏହି ଘଟଣାକୁ ନେଇ ସ୍ତ୍ରୀକୁ ଲଣ୍ଡା କରିବାକୁ ପଛାଇ ନାହାନ୍ତି ଜଣେ ବ୍ୟକ୍ତି (Wife made bald due to Hair came out in food) । ଏଭଳି ଅଭାବନୀୟ ଘଟଣା ଉତ୍ତର ପ୍ରଦେଶ ପିଲିଭିତ ଜିଲ୍ଲାରେ ଘଟିଛି । ଅଧିକ ପଢନ୍ତୁ

By

Published : Dec 11, 2022, 8:22 PM IST

ଖାଦ୍ୟରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କଲା ସ୍ବାମୀ
ଖାଦ୍ୟରୁ ବାହାରିଲା ଚୁଟି, ସ୍ତ୍ରୀକୁ ଲଣ୍ଡା କଲା ସ୍ବାମୀ

ଲକ୍ଷ୍ନୌ:ବେଳେବେଳେ ଆମେ ଖାଉଥିବା ସମୟରେ ଖାଦ୍ୟରୁ ଚୁଟି ବାହାରିବା ସାଧାରଣ କଥା । ଏହା ପ୍ରାୟ ସମସ୍ତଙ୍କ ସହିତ ଘଟିଥାଏ । ମାତ୍ର ଏହି ସାଧାରଣ ଘଟଣାକୁ ନେଇ କ୍ରୋଧର ବଶବର୍ତ୍ତୀ ହୋଇ ଜଣେ ବ୍ୟକ୍ତି ଘଟାଇଛନ୍ତି ଅଭାବନୀୟ କାଣ୍ଡ । ଖାଦ୍ୟରୁ ଚୁଟି ବାହାରିବା ପରେ କ୍ରୋଧରେ ବ୍ୟକ୍ତି ଜଣକ ନିଜ ସ୍ତ୍ରୀକୁ ଲଣ୍ଡା କରିଛି (Wife made bald due to Hair came out in food) । ଏନେଇ ପତ୍ନୀ ଥାନାରେ ଅଭିଯୋଗ କରିବା ପରେ ପୋଲିସ ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଛି (Husband arrested for balding his wife ) । ଏଭଳି ବିରଳ ଘଟଣା ଉତ୍ତରପ୍ରଦେଶ ପିଲିଭିତ ଜିଲ୍ଲାରେ ଦେଖିବାକୁ ମିଳିଛି ।

ପିଲିଭିତର ଗଜରୌଲା ଥାନା ଅଧୀନ ମିଲକ ଗାଁର ଅଧିବାସୀ ସୀମା ଦେବୀ (30)ଙ୍କ ଅଭିଯୋଗ ଅନୁସାରେ ଗତ ଶୁକ୍ରବାର ସେ ରାତିରେ ରୋଷେଇ କରୁଥିଲେ । ଏହି ସମୟରେ ତାଙ୍କ ସ୍ବାମୀ ଖାଇବା ମାଗିଥିଲେ । ଏହାପରେ ପତ୍ନୀ ସୀମା ଏକ ଥାଳିରେ ସ୍ବାମୀଙ୍କୁ ଖାଇବା ବାଢି ଦେଇଥିଲେ । ତେବେ ଖାଦ୍ୟରୁ ଚୁଟି ବାହାରିଥିଲା । ଏହି ଘଟଣାକୁ ନେଇ ସ୍ବାମୀ ଜହିରଉଦ୍ଦିନ, ଦିଅର ଜମିରଉଦ୍ଦିନ ଓ ଶାଶୁ ଜୁଲେଖା ଖାତୁନ ତାଙ୍କୁ ମାରପିଟ କରିଥିଲେ । ଏହାପରେ ତାଙ୍କ ଚୁଟି କାଟି ମହିଳାଙ୍କୁ ଲଣ୍ଡା କରିଥିଲେ । ଏହାପରେ ମହିଳା ଜଣକ ଥାନାର ଦ୍ବାରସ୍ଥ ହେବା ସହିତ ପତି, ଦିଅର ଓ ଶାଶୁଙ୍କ ବିରୋଧରେ ଅଭିଯୋଗ କରିଥିଲେ ।

ଏହା ବି ପଢନ୍ତୁ- କେଶ କଟାକୁ ନେଇ ଗାଳି କଲେ ବାପା, ଜୀବନ ହାରିଲେ ଛାତ୍ର

ସୂଚନା ଅନୁସାରେ ମହିଳାଙ୍କ ବିବାହକୁ ୭ ବର୍ଷ ହୋଇଥିବା ବେଳେ ଯୌତୁକ ଦେବାକୁ ନେଇ ମହିଳାଙ୍କୁ ୧୫ ଲକ୍ଷ ଟଙ୍କା ଶାଶୁଘର ଲୋକ ମାଗିଥିଲେ । ଏ ନେଇ ତାଙ୍କୁ ନିର୍ଯାତନା ମଧ୍ୟ ଦିଆଯାଉଥିଲା । ପୋଲିସ ସମସ୍ତ ଅଭିଯୋଗକୁ ଭିତ୍ତି କରି ଯୌତୁକ ଅଧିନିୟମ ସହିତ ଅନେକ ଧାରା ଆଧାରରେ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ABOUT THE AUTHOR

...view details