ଓଡିଶା

odisha

ETV Bharat / bharat

AP Horror: ୧୧ବର୍ଷ ଧରି ବନ୍ଦ କୋଠରୀରେ ମହିଳା, ସ୍ବାମୀ ରଖିଥିଲେ ବନ୍ଦୀ

ପତ୍ନୀଙ୍କୁ ୧୧ ବର୍ଷ ବନ୍ଦ କୋଠରୀରରେ ରଖିଲେ ଆଡଭୋକେଟ ସ୍ବାମୀ । ପରିବାରର ଉଦ୍ୟମ ପରେ ଉଦ୍ଧାର ହେଲେ ମହିଳା । ଏଭଳି ଘଟଣା ଆନ୍ଧ୍ରପ୍ରଦେଶରେ ଘଟିଛି । ଅଧିକ ପଢନ୍ତୁ

Andhra Pradesh crime
Andhra Pradesh crime

By

Published : Mar 3, 2023, 8:55 PM IST

Updated : Mar 3, 2023, 10:11 PM IST

ବିଶାଖାପାଟନମ:ଦୀର୍ଘ ୧୧ ବର୍ଷ ଧରି ବନ୍ଦ କୋଠରୀରେ ମହିଳା । ନିଜ ସ୍ବାମୀ ପତ୍ନୀଙ୍କୁ ଏପରି ରଖିଥିଲେ । କଏଦୀଙ୍କ ଭଳି ବନ୍ଦ କୋଠରୀରେ ମହିଳା ଜଣକ ୧୧ ବର୍ଷ କାଟିଥିବାର ଘଟଣା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟଚକିତ ହୋଇ ପଡି଼ଛନ୍ତି । ଆନ୍ଧ୍ରପ୍ରଦେଶ ଭିଜୟନଗରମ ଅଞ୍ଚଳରେ ଘଟିଛି ଏହି ଘଟଣା । ସ୍ବାମୀ ନିଜ ପତ୍ନୀଙ୍କୁ ପିତାମାତାଙ୍କଠାରୁ ଦୂରେଇ ରଖିବା ଲାଗି ଏପରି ବନ୍ଦୀ କରି ରଖିଥିବା ଜଣାପଡ଼ିଛି । ପତ୍ନୀଙ୍କ ପରିବାର ପକ୍ଷରୁ ଅଭିଯୋଗ ହେବା ପରେ ପୋଲିସ ଉକ୍ତ ମହିଳାଙ୍କୁ ବନ୍ଦ କୋଠରୀରରୁ ଉଦ୍ଧାର କରିଛି ।

ଉଦ୍ଧାର ପରେ ପରିବାର ସହ ସୁପ୍ରିୟା

ମିଳିଥିବା ସୂଚନା ଅନୁସାରେ ଏହି ମହିଳା ହେଉଛନ୍ତି ସାଇ ସୁପ୍ରିୟା । ସେ ଗୋଦାବରୀ ଜିଲ୍ଲାର ମଧୁସୂଦନଙ୍କୁ ବିବାହ କରିଥିଲେ । ମଧୁସୂଦନଙ୍କ ମାଆ ଓ ଭାଇ ପତ୍ନୀ ସହିତ ଏପରି କରିବା ଲାଗି ତାଙ୍କୁ ପ୍ରବର୍ତ୍ତାଇଥିଲେ । ଆଉ ସଫଳ ମଧ୍ୟ ହୋଇଥିଲେ । ମଧୁସୂଦନ ପରିବାର ସଦସ୍ୟଙ୍କ ଦ୍ବାରା ପ୍ରଭାବିତ ହୋଇ ଏକ ଅନ୍ଧାର କୋଠରୀରେ ନିଜ ପତ୍ନୀଙ୍କୁ ବନ୍ଦୀ କରି ରଖିଥିଲେ । ସୁପ୍ରିୟାଙ୍କ ପରିବାର ଥାନାରେ ଅଭିଯୋଗ କରିବା ପରେ ପୋଲିସ ଗତ ଫେବୃଆରୀ ୨୮ ତାରିଖରେ ଉକ୍ତ ସ୍ଥାନରେ ପହଞ୍ଚିଥିଲା । ମାତ୍ର ମଧୁସୂଦନଙ୍କ ପରିବାର ବିନା ୱାରେଣ୍ଟରେ ସର୍ଚ୍ଚ କରିବା ଲାଗି ମନା କରିଥିଲେ ।

ଏହା ବି ପଢନ୍ତୁ- Delhi Crime: ଭଉଣୀର ଅମାନୁଷିକ କାଣ୍ଡ, ୭ବର୍ଷର ଭାଇ ଗାଲରେ ଦେଲା ସିଗାରେଟ ଚେଙ୍କ

ଏହାପରେ ପୋଲିସ ଓ ସୁପ୍ରିୟାଙ୍କ ପରିବାର ଏ ନେଇ କୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ । କୋର୍ଟ ଏଥିଲାଗି ଅନୁମତି ଦେବା ପରେ ପୋଲିସ ପୁଣି ମଧୁସୂଦନଙ୍କ ଘରେ ପହଞ୍ଚିଥିଲା । ସେଠାରେ ସର୍ଚ୍ଚ ଅପରେସନ ଆରମ୍ଭ କରିବା ପରେ ସୁପ୍ରିୟାଙ୍କୁ ଏକ ଅନ୍ଧାର କୋଠରୀରୁ ଉଦ୍ଧାର କରିଥିଲା । ପୋଲିସର କହିବା ଅନୁସାରେ ୨୦୦୮ ମସିହାରେ ମଧୁସୂଦନ ଓ ସୁପ୍ରିୟାଙ୍କ ବିବାହ ହୋଇଥିଲା । ଉଭୟ ବେଙ୍ଗାଲୁରୁରେ ଆଇଟି ସେକ୍ଟରରେ ଚାକିରି କରିଥିଲେ । ସେଠାରେ ସେ ୩ଟି ସନ୍ତାନକୁ ଜନ୍ମ ଦେଇଥିଲେ । ଏହାପରେ ସେମାନେ ଭିଜୟନଗରମକୁ ଫେରିଥିଲେ । ୨୦୧୧ ମସିହାରେ ମଧୁସୂଦନ ପୁଣି ଆଇନ ପାଠପଢା ଆରମ୍ଭ କରିଥିଲେ ।

ସୁପ୍ରିୟା ଓ ମଧୁସୂଦନଙ୍କ ବିବାହ ସମୟର ଫଟୋ

ଏହି ସମୟରେ ମଧୁସୂଦନଙ୍କ ଆଚରଣରେ ପରିବର୍ତ୍ତନ ଆସିଥିଲା । ସେ ପତ୍ନୀ ସୁପ୍ରିୟାଙ୍କୁ କାହା ସହିତ କଥାବାର୍ତ୍ତା କିମ୍ବା ବାହାରକୁ ମଧ୍ୟ ଛାଡୁନଥିଲେ । ଏପରିକି ସୁପ୍ରିୟା ନିଜ ପିତାମାତାଙ୍କ ସହିତ ମଧ୍ୟ କଥାବାର୍ତ୍ତା ହୋଇପାରୁନଥିଲେ । ଶାଶୁଘରକୁ ଫେରିବା ପରେ ସୁପ୍ରିୟା ବହୁ କମ ବାହାରକୁ ବାହାରୁଥିଲେ । ଯେତେବେଳେ ସୁପ୍ରିୟାଙ୍କ ପିତାମାତା ତାଙ୍କ ସହିତ କଥାବାର୍ତ୍ତା ହେବାକୁ ଉଦ୍ୟମ କରିଥିଲେ, ଏଥିଲାଗି ଅନୁମତି ଦେଇନଥିଲେ ମଧୁସୂଦନ । ୨୦୧୯ ମସିହାରେ ସୁପ୍ରିୟା ଦିଶା ପୋଲିସ ଷ୍ଟେସନରେ ଯୋଗାଯୋଗ କରି ଅଭିଯୋଗ କରିଥିଲେ । ମାତ୍ର ସ୍ବାମୀ ଏପରି ନ କରିବା ଲାଗି ପ୍ରତିଶୃତି ଦେବା ପରେ ସେ କେସକୁ ଫେରାଇ ଆଣିଥିଲେ ।

ହେଲେ ପୁଣି ଏପରି ଅତ୍ୟାଚାର ଆରମ୍ଭ କରିଥିଲେ ମଧୁସୂଦନ । ସୁପ୍ରିୟାଙ୍କ ପିତାମାତା ଫେବୃଆରୀରେ ତାଙ୍କୁ ଦେଖିବା ଲାଗି ଆସିଥିଲେ । ମାତ୍ର ବାଧକ ସାଜିଥିଲେ ମଧୁସୂଦନ । ଏହାପରେ ପୋଲିସ ସହିତ ଆସିବା ପରେ ମଧ୍ୟ ମଧୁସୂଦନ ବିନା ୱାରେଣ୍ଟରେ ଘରକୁ ପୋଲିସ ପ୍ରବେଶ କରାଇଦେଇନଥିଲେ । ଏହାପରେ ପୋଲିସ କୋର୍ଟରୁ ୱାରେଣ୍ଟ ଆଣିବା ପରେ ସର୍ଚ୍ଚ କରିଥିଲା । ଏହାପରେ ସୁପ୍ରିୟାଙ୍କୁ ଉଦ୍ଧାର କରାଯାଇଥିଲା ।

Last Updated : Mar 3, 2023, 10:11 PM IST

ABOUT THE AUTHOR

...view details