ପାଟନା: ପୂର୍ବରୁ ଆପଣ ସମ୍ପତ୍ତି ଭାଗବଣ୍ଟାର ଅନେକ ଘଟଣା ଦେଖିଥିବେ କିମ୍ବା ଶୁଣିଥିବେ । ସ୍ବାମୀ ଭାଗବଣ୍ଟା କଥା ଶୁଣିଛନ୍ତି କି ? ଆଜ୍ଞା ହଁ ଆଜି ଆମେ ଆପଣଙ୍କୁ ଏଭଳି ଏକ କାହାଣୀ ବିଷୟରେ କହିବୁ । ବିହାରର ପୁର୍ଣ୍ଣିଆ ଜିଲ୍ଲାରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ଦୁଇ ପତ୍ନୀଙ୍କ ଝଗଡ଼ା ପରେ ପୂର୍ଣ୍ଣିଆ ପରିବାର କୋର୍ଟ ସ୍ବାମୀକୁ ଭାଗବଣ୍ଟା କଲାଭଳି ରାୟ ଦେଇଛନ୍ତି। ଏହି ରାୟ ମୁତାବକ ସ୍ବାମୀ 15 ଦିନ ପ୍ରଥମ ପତ୍ନୀଙ୍କ ସହ ବିତାଇବ। ଏହାପରେ ଦ୍ବିତୀୟ ପତ୍ନୀଙ୍କ ସହ 15 ଦିନ ବିତାଇବ ।
ପୁର୍ଣ୍ଣିଆ ଜିଲ୍ଲାର ଭବାନୀପୁର ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ପୂର୍ବରୁ ବିବାହିତ ହୋଇଥିବା ସତ୍ତ୍ବେ ଦ୍ବିତୀୟ ବିବାହ କରିଥିଲେ । 6ଟି ଛୁଆର ବାପା ହୋଇଥିବା ସତ୍ତ୍ବେ ସେ ଏହି କଥାକୁ ଦ୍ବିତୀୟ ପତ୍ନୀଙ୍କୁ କହିନଥିଲେ । ଦ୍ବିତୀୟ ପତ୍ନୀଙ୍କଠାରୁ ମଧ୍ୟ ସେ କନ୍ୟା ସନ୍ତାନର ବାପା ହେଲେ । ଏହାପରେ କୌଣସି ମତେ ଦ୍ବିତୀୟ ପତ୍ନୀ ବ୍ୟକ୍ତି ଜଣକ ପୂର୍ବରୁ ବିବାହିତ ହୋଇଥିବା କଥା ଜାଣି ପାରିଥିଲେ। ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହେବାରୁ ବ୍ୟକ୍ତି ଜଣକ ନିଜ ପତ୍ନୀଙ୍କୁ ଘରୁ ବାହାର କରି ଦେଇଥିଲେ ।