ଲକ୍ଷ୍ନୌ:ବୈବାହିକ ଜୀବନରେ ବୁଝାମଣାର ଅଭାବ, କିମ୍ବା କଳହ ଯୋଗୁ ଉଭୟ ଦମ୍ପତି କିମ୍ବା କୌଣସି ଗୋଟିଏ ପକ୍ଷ ଛାଡପତ୍ରକୁ ସାମାଧାନ ଭାବେ ବାଛିଥାନ୍ତି । ତେବେ ଛାଡପତ୍ରର ଭିନ୍ନ ଏକ ମାମଲା ସାମ୍ନାକୁ ଆସିଛି । ପତ୍ନୀଙ୍କ ଓଜନ ବଢିବାରୁ ବିବାହର ଦୀର୍ଘ 8 ବର୍ଷ ପରେ ତିନିତଲାକ ଦେଲା ସ୍ବାମୀ (triple talaq cases in meerut) । ଯାହାକୁ ବିରୋଧ କରି ସମ୍ପୃକ୍ତ ମହିଳାଜଣଙ୍କ ଏବେ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ମିରଟରେ । ଏପରି ଘଟଣାକୁ ନେଇ ମହିଳାଜଣଙ୍କ ଥାନାର ଦ୍ବାରସ୍ଥ ହେବା ସହ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନର ଦାବି କରିଛନ୍ତି ।
ମିଳିଥିବା ସୂଚନା ଅନୁସାରେ, ଜିଲ୍ଲାର ଲିସାଡିଗେଟ୍ ଥାନା ଅଧୀନରେ ଥିବା ଜାକିର କଲୋନୀର ବାସିନ୍ଦା ନଜମା ନାମ୍ନୀ ଜଣେ ମହିଳା ଏହି ଅଭିଯୋଗ ଆଣି ପୋଲିସର ଦ୍ବାରସ୍ଥ ହୋଇଛନ୍ତି (triple talaq cases in meerut)। ମହିଳାଜଣଙ୍କ ଅଭିଯୋଗରେ କହିଛନ୍ତି, ଗତ କିଛି ମାସ ମଧ୍ୟରେ ତାଙ୍କର ମୋଟାପଣ ବଢିଛି ଓ ଏହି କାରଣରୁ ତାଙ୍କ ସ୍ବାମୀ ତାଙ୍କୁ ତିନି ତଲାକ ମାଧ୍ୟମରେ ଛାଡପତ୍ର ଦେଇଛନ୍ତି । ତାଙ୍କ ସ୍ୱାମୀ ତାଙ୍କୁ ଟ୍ରିପଲ ତାଲାକ ପାଇଁ ଏକ ନୋଟିସ ମଧ୍ୟ ପଠାଇଛନ୍ତି (Husband gave triple talaq when wife was fat)। ଏହି ନୋଟିସ ଦେଖି ସେ ତାଙ୍କ ସ୍ୱାମୀଙ୍କୁ ଏପରି ନିଷ୍ପତ୍ତି ସମ୍ପର୍କରେ ପଚାରିଥିଲେ । ସେ ମୋଟି ହୋଇ ଯାଇଥିବାରୁ ତାଙ୍କୁ ଛାଡପତ୍ର ଦେବା ପାଇଁ ସେ ନିଷ୍ପତ୍ତି ନେଇଥିବା ସ୍ବାମୀ କହିଥିବା ମହିଳାଜଣଙ୍କ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ।