ଓଡିଶା

odisha

ETV Bharat / bharat

ଗୋପନୀୟ ଭିଡିଓ ରେକର୍ଡ କରି ପତ୍ନୀଙ୍କୁ ବ୍ଲାକମେଲ, ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ୱାମୀ - ପତ୍ନୀଙ୍କୁ ସ୍ବାମୀର ବ୍ଲାକମେଲ

ଗୋପନୀୟ ଭିଡିଓ ରେକର୍ଡ କରି ପତ୍ନୀଙ୍କୁ ବ୍ଲାକମେଲ ସହ ନିର୍ଯାତନା ଦେଉଥିଲା ସ୍ବାମୀ । ଅନେକ ଥର ସ୍ବାମୀର ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିଲେ ପତ୍ନୀ (Husband forced Wife to sleep with friends)। ଅତିଷ୍ଟ ହେବାରୁ ଦେଲେ ଏତଲା । ଅଧିକ ପଢନ୍ତୁ

ଗୋପନୀୟ ଭିଡିଓ ରେକର୍ଡ କରି ପତ୍ନୀଙ୍କୁ ବ୍ଲାକମେଲ, ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ
ଗୋପନୀୟ ଭିଡିଓ ରେକର୍ଡ କରି ପତ୍ନୀଙ୍କୁ ବ୍ଲାକମେଲ, ଅନ୍ୟ ପୁରୁଷଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ

By

Published : Dec 10, 2022, 9:54 PM IST

ହାଇଦ୍ରାବାଦ:ପତ୍ନୀର ଗୋପନୀୟ ଭିଡିଓ ମୋବାଇଲରେ ରେକର୍ଡ କରି ବ୍ଲାକମେଲ କଲା ସ୍ବାମୀ (Husband forced Wife to sleep with friends) । ନିଜ ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ପତ୍ନୀଙ୍କୁ ବାଧ୍ୟ କରିବା ସହ ଏପରି ନକଲେ ଭିଡିଓ ଭାଇରାଲ କରିଦେବା ପରି ଧମକ ସହ ନିର୍ଯାତନା ମଧ୍ୟ ଦେଲା । ଫଳରେ ବାଧ୍ୟ ହୋଇ ସ୍ବାମୀର ବନ୍ଧୁମାନଙ୍କ ସହ ସମ୍ପର୍କ ରଖିବାକୁ ବାଧ୍ୟ ହେଲେ ପତ୍ନୀ । ଏପରି ଏକ ଘଟଣା ବେଙ୍ଗାଲୁରୁ ସହରରେ ଦେଖିବାକୁ ମିଳିଛି । ପତ୍ନୀଜଣଙ୍କ ଏନେଇ ପୋଲିସରେ ଅଭିଯୋଗ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ, ବେଙ୍ଗାଲୁରୁର ଥାନିସନ୍ଦ୍ରା ଏରିଆରେ ରହୁଥିବା ଜଣେ 34 ବର୍ଷୀୟା ମହିଳା ନିଜ ସ୍ବାମୀ 36 ବର୍ଷୀୟ ଜନ ନାମକ ଯୁବକଙ୍କ ନାମରେ ଏପରି ଅଭିଯୋଗ ଆଣି ସ୍ଥାନୀୟ ଥାନାରେ ଏତଲା ଦେଇଛନ୍ତି । ମହିଳାଙ୍କ ଏତଲା ଅନୁସାରେ, ଉଭୟଙ୍କ ବିବାହ 2011ରେ ହୋଇଥିଲା । ଦମ୍ପତିଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ରହିଛି । ହେଲେ ବିବାହ ପରେ ଜନ ସର୍ବଦା ମଦ୍ୟପାନ କରି ତାଙ୍କୁ ଶାରୀରିକ ଓ ମାନସିକ ଯନ୍ତ୍ରଣା ଦେଇଆସୁଥିଲା । ନିକଟରେ କିଛି ଗୋପନୀୟ ଭିଡିଓ ମୋବାଇଲରେ ରେକର୍ଡ କରି ତାଙ୍କୁ ବ୍ଲାକମେଲ କରିବା ଆରମ୍ଭ କରିବା ସହ ଘରକୁ କିଛି ବନ୍ଧୁଙ୍କୁ ଡାକି ସେମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବା ପାଇଁ ତାଙ୍କୁ ବାଧ୍ୟ ମଧ୍ୟ କରୁଥିଲା ।

ଏପରି ନକଲେ ସେ ଗୋପନୀୟ ଭିଡିଓ ଭାଇରାଲ କରିଦେବାର ଧମକ ମଧ୍ୟ ଦେଇଥିଲା । ଫଳରେ ବାଧ୍ୟ ହୋଇ ତାର 2ଜଣ ବନ୍ଧୁଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ପତ୍ନୀଜଣଙ୍କ ବାଧ୍ୟ ହୋଇଥିଲେ । ଏପରି କ୍ରମାଗତ ବ୍ଲାକମେଲ ଫଳରେ ସମ୍ପୃକ୍ତ ମହିଳାଜଣଙ୍କ ସ୍ବାମୀଙ୍କ ବନ୍ଧୁଙ୍କ ସହ ଏକାଧିକ ଥର ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ ହୋଇଥିବା ଏତଲାରେ ଦର୍ଶାଇଛନ୍ତି ।

ଏଥିରେ ମଧ୍ୟ ମଦ୍ୟପ ସ୍ବାମୀ ସନ୍ତୁଷ୍ଟ ହୋଇନଥିଲା । ପତ୍ନୀର ସାନଭଭଣୀଙ୍କୁ ମଧ୍ୟ ଏପରି କରିବାକୁ କହିବା ପାଇଁ ପତ୍ନୀ ଉପରେ ଚାପ ପକାଇଥିଲା । ଏଥିରେ ଅତିଷ୍ଠ ହୋଇ ମହିଳାଜଣଙ୍କ ଛାଡପତ୍ର ଚାହିଁଥିଲେ । ହେଲେ ଗୋପନୀୟ ଭିଡିଓ ଓ ଫଟୋ ଭାଇରାଲ ହେବାର ଭୟରେ ସେ ଛାଡପତ୍ର ପାଇଁ ମଧ୍ୟ ଆଗେଇ ପାରିନଥିଲେ । ଏବେ ସେ ବାଧ୍ୟ ହୋଇ ପୋଲିସର ଆଶ୍ରୟ ନେଇଛନ୍ତି । ଛାଡପତ୍ର ସହ ନିଜ ସ୍ବାମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details