ବେଙ୍ଗାଲୁରୁ: ସାରା ଜୀବନ ସୁଖରେ ଦୁଃଖରେ ସାଥି ହେବାକୁ ଅଗ୍ନିକୁ ସାକ୍ଷୀ ରଖି ବଚନ ଦେଇଥିଲା ମନର ମଣିଷ । ସୁଖରେ ସୁଖି ଦୁଃଖରେ ଦୁଃଖି ହେବାକୁ ଦେଇଥିଲା ପ୍ରତିଶୃତି । ହେଲେ ସ୍ବାମୀ-ସ୍ତ୍ରୀର ପବିତ୍ର ସମ୍ପର୍କରେ କଳଙ୍କର ଦାଗ ଲଗାଇବାକୁ ପଛାଇଲାନି ସୈତାନ ସ୍ବାମୀ । ନିଜ ସ୍ତ୍ରୀର ମାନ ରଖିବା ବଦଳରେ ସାଙ୍ଗମାନଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରୁଥିଲା ସ୍ବାମୀ । କର୍ଣ୍ଣାଟକ ଅମରିଥାଲି ଥାନା ଅଞ୍ଚଳରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଏହାସହିତ ଅଭିଯୁକ୍ତ ସ୍ବାମୀ ଜଣକ ନିଜ ଦାମ୍ପତ୍ୟ ଜୀବନର ଅନେକ କଥାକୁ ବନ୍ଧୁଙ୍କ ସହିତ ଆଲୋଚନା କରିଥିବା ମହିଳା ଜଣକ ଅଭିଯୋଗ କରିଛନ୍ତି । ଅମିରଥାଲି ପୋଲିସ ଷ୍ଟେସନରେ ମହିଳା ଜଣକ ନିଜ ସ୍ବାମୀ ବିରୋଧରେ ଏଭଳି ଅଭିଯୋଗ ଆଣିଥିବା ବେଳେ ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।
୪୨ ବର୍ଷୀୟ ମହିଳାଙ୍କ ଅଭିଯୋଗ ଅନୁସାରେ ସୋମବାର ଅମିରଥାଲି ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି । ପୋଲିସର ସୂଚନା ଅନୁସାରେ ଏହି ଦମ୍ପତି ୨୦୦୭ ମସିହାରେ ବିବାହ କରିଥିଲେ । ଉଭୟଙ୍କ ୧୧ ବର୍ଷର ପୁଅ ଓ ୧୦ ବର୍ଷର ଝିଅ ମଧ୍ୟ ରହିଛି । ବେଙ୍ଗାଲୁରୁ ବଲାରି ରୋଡ ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ଉଭୟ ବାସ କରିଆସୁଛନ୍ତି । ତେବେ ଦିନେ ମହିଳା ଜଣକ ଅଭିଯୁକ୍ତ ସ୍ବାମୀର ଫୋନରେ ଚାଟ୍ ଚେକ୍ କରିବା ସମୟରେ ସେ ଜାଣିବାକୁ ପାଇଥିଲେ ଯେ ତାଙ୍କ ସ୍ବାମୀ ବନ୍ଧୁମାନଙ୍କ ସହିତ ଉଭୟଙ୍କ ଶାରୀରିକ ସମ୍ପର୍କ ସମ୍ବନ୍ଧରେ ଆଲୋଚନା କରୁଛନ୍ତି ।
ଏହା ବି ପଢନ୍ତୁ- ବେଶ୍ୟାବୃତ୍ତି ପାଇଁ ସ୍ତ୍ରୀକୁ ବାଧ୍ୟ କଲା ସ୍ବାମୀ, ଛାଡ଼ପତ୍ର ନେଇ କୋର୍ଟରେ ମାମଲା