ନୂଆଦିଲ୍ଲୀ: ଦିଲ୍ଲୀରେ ଛାତିଥରା ଘଟଣା । ସୀମା ଟପିଲା ବର୍ବରତା । ସାମାନ୍ୟ ବଚସାକୁ ନେଇ ସ୍ତ୍ରୀକୁ ଅକଥନୀୟ ଅତ୍ୟାଚାର ଦେଲା ସ୍ବାମୀ । ଯାହା ଜାଣିଲେ ଆପଣବି ହୋଇଯିବ ଚକିତ । ସ୍ତ୍ରୀକୁ ପେଚକସରେ ବାରମ୍ବାର ଆକ୍ରମଣ କରିବା ପରେ ପ୍ରାଇଭେଟ ପାଟରେ ପେଚକସ ଭର୍ତ୍ତି କରିଦେଲା ସ୍ବାମୀ । ରାଗ ଶାନ୍ତ ନହେବାରୁ ଶେଷରେ ମହିଳାଙ୍କ ମୁଣ୍ଡରେ ଚଢି ଦାନ୍ତରେ ନାକକୁ ରାମୁଡି ଛିଣ୍ଡାଇ ଦେଲା ସ୍ବାମୀ । ଗୁରୁତର ଅବସ୍ଥାରେ ମହିଳା ଜଣଙ୍କ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି । ଉତ୍ର ଦିଲ୍ଲୀର ଜାହାଙ୍ଗିରପୁରରୁ ଏପରି ଛାତିଥରା ଘଟଣା ସାମ୍ନାକୁ ଆସିଛି ।
ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଶେଷରେ ଅଭିଯୁକ୍ତ ସ୍ବାମୀ ଚେତରାମକୁ ଗିରଫ କରିଥିଲା ପୋଲିସ । ବର୍ତ୍ତମାନ ଅଭିଯୁକ୍ତକୁ ପଚରା ଉଚରା କରୁଛି ପୋଲିସ । ମହିଳାଙ୍କ କହିବା ଅନୁଯାୟୀ ଜାନୁଆରୀ ୩ ତାରିଖ ସକାଳ ସମୟରେ ସାମାନ୍ୟ କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହାପରେ ଉଗ୍ରରୂପ ଧାରଣ କରିଥିଲା ବଚସା । ଶେଷରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତ ଜଣଙ୍କ ମହିଳାଙ୍କୁ ମାଡ ମାରିବା ସହ ଏକ ପେଚକସରେ ବାରମ୍ବାର ଆକ୍ରମଣ କରିଥିଲା । ଫଳରେ ମହିଳାଙ୍କ ଶରୀର ଓ ପ୍ରାଇଭେଟ ପାର୍ଟରେ ଗଭୀର ଆଘାତ ଲାଗିଥିଲା । କିନ୍ତୁ ଚେତରାମର ରାଗ ଶାନ୍ତ ନହେବାରୁ ସେ ମହିଳାଙ୍କ ମୁଣ୍ଡରେ ଚଢିଯାଇ ନାକକୁ ଦାନ୍ତରେ କାମୁଡି ଦେଇଥିଲା । ଏନେଇ ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିବାରୁ ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ବାମୀକୁ ଗିରଫ କରିଥିଲା ।