ଅମରାବତୀ: ଗର୍ଭଧାରଣ କରିପାରିଲାନି ସ୍ତ୍ରୀ । ନୃଶଂସ ପାଲଟିଲା ସ୍ବାମୀ । ଭାଙ୍ଗିଦେଲା ସ୍ତ୍ରୀର ହାତଗୋଡ (Husband Broke his Wife's Hand and Leg Because She Could not Conceive Child)। ଏଭଳି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି ଆନ୍ଧ୍ରପ୍ରଦେଶର କୁର୍ନୁଲ ଜିଲ୍ଲାର ପଟ୍ଟିକୋଣ୍ଡାରୁ । ଗତକାଲି(ମଙ୍ଗଳବାର) ଦିନ ପୀଡିତାଙ୍କୁ ଉଦ୍ଧାର କରି ପଟ୍ଟିକୋଣ୍ଡା ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି ପରିବାରଲୋକେ ।
ଏହା ମଧ୍ୟ ପଢନ୍ତୁ: Encounter in Jammu: ସିଦ୍ଧ୍ରାରେ ସୁରକ୍ଷାକର୍ମୀକୁ ସଫଳତା, 3 ଆତଙ୍କୀ ସଫା
ପୀଡିତାଙ୍କ ପରିବାର ଲୋକଙ୍କ କହିବା ଅନୁସାରେ, କୁର୍ନୁଲ ଜିଲ୍ଲାର ଚାନ୍ଦୋଲି ଗ୍ରାମର ଜଣ ଯୁବତୀ ୩ ବର୍ଷ ପୂର୍ବେ ଡନ୍ ମଣ୍ଡଳର ଚାନୁଗୁଣ୍ଡଲା ଗାଁର ରାମଙ୍କୁ ବିବାହ କରିଥିଲେ। କିନ୍ତୁ ବିବାହ ପରେ ଶାଶୁଘର ଲୋକେ ନାନାପ୍ରାକର ନିର୍ଯ୍ୟାତନା ଦେଉଖଥିଲେ । ପୀଡିତାଜଣକ ଗର୍ଭଧାରଣ କରିପାରୁନଥିବାରୁ ନଣନ୍ଦ ଏବଂ ସ୍ବାମୀ ମିଶି ଅନେକ ସମୟରେ ମାରପିଟ କରୁଥିଲେ ।