ଓଡିଶା

odisha

ETV Bharat / bharat

ସଇତାନ ସ୍ବାମୀ, ପଥରରେ ଛେଚି ସ୍ତ୍ରୀକୁ ହତ୍ୟା

ବେଙ୍ଗାଲୁରୁର ହସକୋଟା ଶିଳ୍ପାଞ୍ଚଳରେ ଘଟିଛି ଛାତି ହୋହଲାଇ ଦେବା ଭଳି ଘଟଣା । ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ଚରିତ୍ର ଉପରେ ସନ୍ଦେହ କରି ସଇତାନ ସ୍ବାମୀ ଘଟାଇଲା ଜଘନ୍ୟକାଣ୍ଡ । ଅଧିକ ପଢନ୍ତୁ

Husband killed his wife
ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ

By

Published : Oct 18, 2022, 12:19 PM IST

ବେଙ୍ଗାଲୁରୁ: ପତି ପତ୍ନୀ ପବିତ୍ର ବୈବାହିକ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସଇତାନ ସାଜିଲା ସ୍ବାମୀ । ସ୍ତ୍ରୀକୁ ହତ୍ୟା କଲା ସ୍ବାମୀ । ସ୍ତ୍ରୀର ଚରିତ୍ର ଉପରେ ସନ୍ଦେହ କରି ସଇତାନ ସ୍ବାମୀ ଘଟାଇଲା ଜଘନ୍ୟକାଣ୍ଡ । 15 ଥର ସ୍ତ୍ରୀକୁ ଛୁରିରେ ଆକ୍ରମଣ କରିବା ପରେ ଶେଷରେ ପଥର ଛେଚି ହତ୍ୟା କରିଛି ସ୍ବାମୀ । ଏହାସହ ନିଜେ ଆତ୍ମହତ୍ୟା ଉଦ୍ୟମ କରିଥିଲା । ବର୍ତ୍ତମାନ ହସ୍ପିଟାଲରେ ଚିକିତ୍ସାଧୀନ ଅଛି ସ୍ବାମୀ । ଏପରି ଛାତି ଦୋହଲାଇ ଦେବା ଭଳି ଘଟଣା ଘଟିଛି ବେଙ୍ଗାଲୁରୁର ହସକୋଟା ଶିଳ୍ପାଞ୍ଚଳରେ ।

ହସକୋଟାର ରମେଶ ଓ ଅର୍ପିତା ପରସ୍ପରକୁ ଭଲ ପାଉଥିଲେ । 7 ବର୍ଷ ହେବ ବିବାହ କରିଥିଲେ । ତାଙ୍କର ଗୋଟିଏ 6 ବର୍ଷର ପୁଅ 4 ବର୍ଷର ଝିଅ ଅଛି । ସେମାନେ ବେଙ୍ଗାଲୁରୁର ହସକୋଟା ସହରରେ ରହୁଥିଲେ । କିଛି ବର୍ଷ ପୂର୍ବରୁ ସେମାନଙ୍କ ସମ୍ପର୍କରେ ତିକ୍ତତା ଆସିଥିଲା । ଝଗଡା ଏତେ ବଢିଥିଲା ଯେ ଥାନାରେ କଥା ପହଞ୍ଚିଥିଲା । ଏହାପରେ ଉଭୟ ଅଲଗା ହେବାକୁ ନିଷ୍ପତ୍ତି ନେଇଥିଲେ । ଛାଡପତ୍ର ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା । ଉଭୟ ଅଲଗା ରହୁଥିଲେ ।

ଅର୍ପିତା ତାଙ୍କ ବାପାମାଆଙ୍କ ସହ ରହୁଥିଲେ । ରମେଶ ଅର୍ପିତାଙ୍କ ଉପରେ ସନ୍ଦେହ କରିଥିଲା । ସେ ଗତ ସପ୍ତାହରେ ଅର୍ପିତାଙ୍କ ସହ କଥା ହେବାକୁ ଚେଷ୍ଟା କରିଥିଲା । ଆପସ ବୁଝାମୁଣା କରିବାକୁ କହିଥିଲା । ଗତ ଶନିବାର ସେ ପିଲଗୁମପେ ଶିଳ୍ପାଞ୍ଚଳକୁ ଅର୍ପିତାଙ୍କୁ ନେଇ ତାଙ୍କ ଉପରେ ଆକ୍ରମଣ କରିଥିଲା । ଛୁରୀରେ 15 ଥର ଅର୍ପିତାଙ୍କୁ ହାଣି ଚାଲିଥିଲା ରମେଶ । ଜୀବନ ବଞ୍ଚାଇବାକୁ ଅର୍ପିତା ଚିତ୍କାର କରିଥିଲେ ହେଲେ କେହି ତାଙ୍କୁ ସାହାଯ୍ୟ କରିନଥିଲେ ।

ଏହା ବି ପଢନ୍ତୁ...ବସ୍ ସହ ଧକ୍କା ହେଲା ଟ୍ରକ: ୬ ମୃତ, ୧୫ ଆହତ

ଜୀବନ ବଞ୍ଚାଇ ଅର୍ପିତା ରମେଶ କବଳରୁ ମୁକୁଳିବାକୁ ଚେଷ୍ଟା କରିବା ସମୟରେ ଏକ ପଥରରେ ରମେଶ ଅର୍ପିତାଙ୍କ ମୁଣ୍ଡକୁ ଛେଚି ଦେଇଥିଲା । ଫଳରେ ତାଙ୍କ ଜୀବନ ଚାଲି ଯାଇଥିଲା । ଏହା ପରେ ରମେଶ ଆତ୍ମହତ୍ୟା ପାଇଁ ଉଦ୍ୟମ କରିଥିଲା । ଗୁରୁତର ଆହତ ହୋଇ ହସକୋଟାର ଏକ ଡାକ୍ତରଖାନାରେ ଚିକିତ୍ସିତ ଅଛି ରମେଶ । ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ଅନ୍ଧାରକୁ ଚାଲିଯାଇଛି ଦୁଇ ଦୁଇ ପିଲାଙ୍କ ଭବିଷ୍ୟତ । ଅସହାୟ ହୋଇ ଯାଇଛନ୍ତି ରମେଶ ଅର୍ପିତାଙ୍କ ପୁଅ ଝିଅ ।

ABOUT THE AUTHOR

...view details