ଓଡିଶା

odisha

ETV Bharat / bharat

ନୃଶଂସ ସ୍ବାମୀ: ସ୍ତ୍ରୀ ଓ ଦୁଇ ଝିଅକୁ ହାତୁଡି ପିଟି ପିଟି କଲା ହତ୍ୟା

ସ୍ବାମୀର ହାତୁଡି ମାଡରେ ସ୍ତ୍ରୀ ସହ 2 ଝିଅ ମୃତ, ଜଣେ ଗୁରୁତର। ଗୁରୁତର ଝିଅକୁ ମେଡିକାଲ ପଠାଇ ତଦନ୍ତ ଆରମ୍ଭ କରିଛି ପୋଲିସ । ଅଧିକ ପଢନ୍ତୁ...

By

Published : Mar 3, 2021, 10:48 AM IST

ହାତୁଡିରେ ପିଟି ସ୍ତ୍ରୀ ଓ 2 ଝିଅଙ୍କୁ ହତ୍ୟା କଲା ସ୍ବାମୀ, ଅନ୍ୟ ଜଣେ ଗୁରୁତର
ହାତୁଡିରେ ପିଟି ସ୍ତ୍ରୀ ଓ 2 ଝିଅଙ୍କୁ ହତ୍ୟା କଲା ସ୍ବାମୀ, ଅନ୍ୟ ଜଣେ ଗୁରୁତର

ଲକ୍ଷ୍ନୌ: ଉତ୍ତରପ୍ରଦେଶ ବୁଲନ୍ଦସହର ଜିଲ୍ଲା ବାରାଖମ୍ବା ଆମ୍ବେଦକର ନଗଗରେ ବୁଧବାର(ଆଜି) ସକାଳୁ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି । ଜଣେ ବ୍ୟକ୍ତି ତାର ସ୍ତ୍ରୀ ଓ 3 ଜଣ ଝିଅଙ୍କୁ ହାତୁଡିରେ ପିଟି ହତ୍ୟା କରିବାକୁ ଉଦ୍ୟମ କରିଥିବାବେଳେ, ମା' ସହ 2 ଜଣଙ୍କର ମୃତ୍ୟୁ ହୋଇଛି । ଅନ୍ୟ ଜଣେ ଝିଅର ଅବସ୍ଥା ଗୁରୁତର ରହିଛି।

ତେବେ ହତ୍ୟାକାଣ୍ଡ ପଛର କାରଣ ଜଣାପଡିନାହିଁ। ଏହି ଘଟଣା ଉକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସ୍ବାମୀ ଫେରାର ଥିବାବେଳେ, ଖବରପାଇ ପୋଲିସ ପହଞ୍ଚି ଗୁରୁତର ଝିଅକୁ ମେଡିକାଲ ପଠାଇବା ସହ 3 ମୃତ ଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଆରମ୍ଭ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details