ଅମରାବତୀ: ପଡୋଶୀ ଆନ୍ଧ୍ରପ୍ରଦେଶରେ ମହିଳାଙ୍କୁ ବ୍ଲେଡରେ ଗଳାକାଟି ହତ୍ୟା ଉଦ୍ୟମ । ଆହତ ମହିଳା ରୀତା ଓଡିଶାର ହୋଇଥିବାବେଳେ 12 ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ଫୁପୁନଙ୍କୁ ବିବାହ କରିଥିଲେ । ତେବେ ସ୍ବାମୀ ଫୁପୁନ ଗୁଣ୍ଟୁର ଜିଲ୍ଲାର ୟେଦଲାପଡୁରେ ହୋଇଥିବାବେଳେ ସ୍ତ୍ରୀ ରୀତାଙ୍କ ଗଳା ବ୍ଲେଡ୍ରେ କାଟିଥିବା ଅଭିଯୋଗ ହୋଇଛି ।
ଆନ୍ଧ୍ରରେ ଓଡିଶା ମହିଳାଙ୍କ ଗଳା କାଟିଲା ସ୍ବାମୀ - ଓଡିଶା ମହିଳା ଆକ୍ରମଣ
ଆନ୍ଧ୍ରପ୍ରଦେଶରେ ମହିଳାଙ୍କୁ ବ୍ଲେଡ୍ରେ ଗଳାକାଟି ହତ୍ୟା ଉଦ୍ୟମ । ଆହତ ମହିଳା ରୀତା ଓଡିଶାର ହୋଇଥିବାବେଳେ 12 ବର୍ଷ ପୂର୍ବରୁ ଆନ୍ଧ୍ରପ୍ରଦେଶର ଫୁପୁନଙ୍କୁ ବିବାହ କରିଥିଲେ । ଅଧିକ ପଢନ୍ତୁ...
![ଆନ୍ଧ୍ରରେ ଓଡିଶା ମହିଳାଙ୍କ ଗଳା କାଟିଲା ସ୍ବାମୀ ଆନ୍ଧ୍ରରେ ଓଡିଶା ମହିଳାଙ୍କ ଗଳା କାଟିଲା ସ୍ବାମୀ](https://etvbharatimages.akamaized.net/etvbharat/prod-images/768-512-11780912-thumbnail-3x2-yy.jpg)
ଆନ୍ଧ୍ରରେ ଓଡିଶା ମହିଳାଙ୍କ ଗଳା କାଟିଲା ସ୍ବାମୀ
ଆନ୍ଧ୍ରରେ ଓଡିଶା ମହିଳାଙ୍କ ଗଳା କାଟିଲା ସ୍ବାମୀ
ଉଭୟ ସ୍ବାମୀ ସ୍ତ୍ରୀ ରଙ୍ଗାନାଇକାର ସୂତାକଳରେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ | ରବିବାର ଫୁପୁନ ସ୍ତ୍ରୀଙ୍କୁ ସନ୍ଦେହ କରି ବ୍ଲେଡରେ ତାଙ୍କ ଗଳା କାଟି ଦେଇଥିଲେ ।
ସ୍ଥାନୀୟ ଲୋକେ ଏହା ଦେଖି ଫୁପୁନଙ୍କୁ ଏକ ବିଦ୍ୟୁତ ଖୁଣ୍ଟରେ ବାନ୍ଧି ମାଡ ମାରିଥିଲେ । ତା’ପରେ ପୋଲିସକୁ ସୂଚନା ଦିଆଯାଇଥିବାବେଳେ ୟେଦଲାପଡୁ ଏସ.ଆଇ. ପୀଡିତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଅଭିଯୁକ୍ତ ସ୍ବାମୀକୁ ପୋଲିସ ହେପାଜତକୁ ନେଇ ପଚରାଉଚୁରା କରୁଛି ।
Last Updated : May 16, 2021, 9:38 PM IST