ଓଡିଶା

odisha

ETV Bharat / bharat

Human Rights Day: NHRC କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି - ଏନଏଚଆରସି କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

ମାନବ ଅଧିକାର ଦିବସ ଉପଲକ୍ଷେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ(President Ram nath Kovind) । ଅଧିକ ପଢନ୍ତୁ

Human Rights Day: NHRC କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି
Human Rights Day: NHRC କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି

By

Published : Dec 10, 2021, 8:41 AM IST

ନୂଆଦିଲ୍ଲୀ: ମାନବ ଅଧିକାର ଦିବସ(Human Rights Day) ଉପଲକ୍ଷେ ଆଜି(ଶୁକ୍ରବାର) ରାଷ୍ଟ୍ରପତି ରାମନାଥ କୋବିନ୍ଦ ନୂଆଦିଲ୍ଲୀରେ ଜାତୀୟ ମାନବ ଅଧିକାର ଆୟୋଗ (NHRC) ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

ଏହି କାର୍ଯ୍ୟକ୍ରମରେ ଜଷ୍ଟିସ ଅରୁଣ ମିଶ୍ରଙ୍କ ଉପସ୍ଥିତିରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ କାର୍ଯ୍ୟକ୍ରମର ଅଧ୍ୟକ୍ଷତା କରିବେ । ଏନେଇ NHRC ପକ୍ଷରୁ ସୂଚନା ମିଳିଛି । ଗତ ସପ୍ତାହରେ ଜାରି କରାଯାଇଥିବା ବିବୃତ୍ତି ଅନୁଯାୟୀ, NHRC ର ସଦସ୍ୟ, ସେକ୍ରେଟେରୀ ଜେନେରାଲ୍, ଅନ୍ୟ ବରିଷ୍ଠ ଅଧିକାରୀ ତଥା ବିଧାନ ପରିଷଦ ସଦସ୍ୟ, SHRC, କୂଟନୀତିଜ୍ଞ ଏବଂ ବିଭିନ୍ନ ନାଗରିକ ସମାଜର ସଦସ୍ୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗଦେବେ ।

ପ୍ରତିବର୍ଷ ଡିସେମ୍ବର 10 ରେ ମାନବ ଅଧିକାର ଦିବସ ପାଳନ କରାଯାଏ । 1948 ମସିହାରେ ମିଳିତ ଜାତିସଂଘର ସାଧାରଣ ସଭା(UNGA) ମାନବିକ ଅଧିକାରର ନିୟମ ଘୋଷଣା କରିଥିଲା, ଯାହା ଏକ ମାଇଲଖୁଣ୍ଟ ଦଲିଲ । ଯେଉଁଥିରେ ସମସ୍ତ ମାନବଙ୍କର ଅଧିକାର ଏବଂ ସ୍ୱାଧୀନତାକୁ ସୁରକ୍ଷିତ କରାଯାଇଛି ।

ମାନବ ଏବଂ ନାଗରିକ ଅଧିକାର ଇତିହାସରେ ଏକ ମୂଳ ଲେଖା । ଏହି ଘୋଷଣାନାମାରେ 30 ଟି ଆର୍ଟିକିଲ୍ ଅଛି ଯାହାକି ଜଣେ ବ୍ୟକ୍ତିର 'ମୌଳିକ ଅଧିକାର ଏବଂ ମୌଳିକ ସ୍ୱାଧୀନତା' ବିଷୟରେ ବର୍ଣ୍ଣନା କରିଥାଏ ।

ଜାତୀୟତା, ବାସସ୍ଥାନ, ଲିଙ୍ଗ, ଜାତୀୟ କିମ୍ବା ଜାତିଗତ ଉତ୍ପତ୍ତି, ରଙ୍ଗ, ଧର୍ମ, ଭାଷା କିମ୍ବା ଅନ୍ୟ କୌଣସି ସ୍ଥିତି' ନିର୍ବିଶେଷରେ ସମସ୍ତ ମଣିଷକୁ 'ମୁକ୍ତ, ସମ୍ମାନ ଏବଂ ସମାନ ଅଧିକାର ଦେବା ପାଇଁ ମାନବ ଅଧିକାର ପ୍ରଣୟନ ହୋଇଥିଲା ।

ନ୍ୟାସନାଲ ହ୍ୟୁମାନ ରାଇଟ୍ସ କମିଶନ ଅଫ୍ ଇଣ୍ଡିଆ ମାନବିକ ଅଧିକାରକୁ ସୁରକ୍ଷା ଅଧିକାର ଆଇନ (PHRA), 1993 ଅନୁଯାୟୀ ପ୍ରଦାନ କରାଯାଇଛି । ପ୍ରତ୍ୟେକ ବ୍ୟକ୍ତିଙ୍କୁ ସ୍ବାଧୀନତା, ସମାନତା, ଧର୍ମଗତ, ସାମ୍ବିଧାନିକ, ଶୋଷଣ ବିରୋଧୀ ଏବଂ ଶିକ୍ଷାଗତ ଓ ସାଂସ୍କୃତିକ ଏହି 6ଟି ଅଧିକାର ପ୍ରଦାନ କରାଯାଇଛି । ଚଳିତ ବର୍ଷ ଏହି ଦିବସ ପାଳନର ବିଷୟ, 'ସମାନତା: ବୈଷମ୍ୟ ହ୍ରାସ କରିବା, ମାନବାଧିକାରକୁ ଅଗ୍ରସର କରାଇବା' ରଖାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details