ମୁମ୍ବାଇ:ମହାରାଷ୍ଟ୍ରର ଅନ୍ଧେରୀସ୍ଥିତ ଚିତ୍ରକୁଟ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ତେବେ ନିଆଁକୁ ଆୟତ୍ତ କରିବାକୁ ଘଟଣାସ୍ଥଳରେ ୧୦ଟି ଅଗ୍ନିଶମ ବାହିନୀ ଗାଡ଼ି ନିୟୋଜିତ କରାଯାଇଛି । ଚିତ୍ରକୁଟ ଷ୍ଟୁଡିଓର ଗ୍ରାଉଣ୍ଡ ଫ୍ଲୋର୍ରେ ଏହି ଅଗ୍ନିକାଣ୍ଡ ଘଟିଥିବା ସୂଚନା ମିଳିଛି ।
ଅନ୍ଧେରୀରେ ଅଗ୍ନିକାଣ୍ଡ, ନିଆଁ କବଳରେ ଚିତ୍ରକୁଟ ଷ୍ଟୁଡିଓ - ମୁମ୍ବାଇ ଷ୍ଟୁଡିଓ ଅଗ୍ନିକାଣ୍ଡ ଘଟଣା
ମହାରାଷ୍ଟ୍ରର ଅନ୍ଧେରୀସ୍ଥିତ ଚିତ୍ରକୁଟ ଷ୍ଟୁଡିଓରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଘଟଣାରେ କେହି ମୃତାହତ ହୋଇଥିବା ଖବର ମିଳିନାହିଁ । ଅଧିକ ପଢ଼ନ୍ତୁ
![ଅନ୍ଧେରୀରେ ଅଗ୍ନିକାଣ୍ଡ, ନିଆଁ କବଳରେ ଚିତ୍ରକୁଟ ଷ୍ଟୁଡିଓ ଅନ୍ଧେରୀରେ ଅଗ୍ନିକାଣ୍ଡ, ନିଆଁ କବଳରେ ଚିତ୍ରକୁଟ ଷ୍ଟୁଡିଓ](https://etvbharatimages.akamaized.net/etvbharat/prod-images/768-512-15959908-thumbnail-3x2-firebreak.jpg)
ଅନ୍ଧେରୀରେ ଅଗ୍ନିକାଣ୍ଡ, ନିଆଁ କବଳରେ ଚିତ୍ରକୁଟ ଷ୍ଟୁଡିଓ
ଅଗ୍ନିକାଣ୍ଡ ଏତେ ଭୟାବହ ରହିଛି ଯେ, ଅନେକ ଦୂର ପର୍ଯ୍ୟନ୍ତ ଆକାଶ ଧୂଆଁମୟ ହୋଇଯାଇଛି । ପ୍ରାୟ ୧୦୦୦ ବର୍ଗଫୁଟ୍ରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିଶମ କର୍ମଚାରୀଙ୍କ ମୁତାବକ ଏହା ଲେବେଲ-୨ର ବର୍ଗର ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡ ଯୋଗୁଁ ଅନ୍ଧେରୀ ଆକାଶରେ ଧୁଆଁ ଉଠି ବିଶାଳ କଳା ବାଦଲର ଭ୍ରମ ସୃଷ୍ଟି କରିଛି । ସୁରକ୍ଷା ଦୃଷ୍ଟିରୁ ଚିତ୍ରକୁଟ ଷ୍ଟୁଡିଓ ନିକଟକୁ କାହାରିକୁ ଆସିବାକୁ ଦିଆଯାଉନାହିଁ । ଯଥାଶୀଘ୍ର ନିଆଁକୁ ଆୟତ୍ତ କରିବାକୁ ପ୍ରଚେଷ୍ଟା ଜାରି ରହିଛି । ଅପରାହ୍ନ ପ୍ରାୟ ୪.୩୦ରେ ଏହି ଅଗ୍ନିକାଣ୍ଡ ଘଟିଥିବା ନେଇ ସ୍ଥାନୀୟ ଲୋକେ କହିଛନ୍ତି ।