ବେଙ୍ଗାଲୁରୁ:କର୍ଣ୍ଣାଟକର ହୁବଳି ଜିଲ୍ଲା ତାରିହାଲା ଇଣ୍ଡଷ୍ଟ୍ରି ଅଞ୍ଚଳରେ ଥିବା ଏକ ପ୍ଲାଣ୍ଟରେ ଶନିବାର ଅଗ୍ନିକାଣ୍ଡ ଘଟିଥିଲା । ଅଗ୍ନିକାଣ୍ଡରେ ଗୁରୁତର ଭାବେ ଆହତ 3 ଜଣଙ୍କର ମୃତ୍ୟୁ ହୋଇଛି ହୁବଳି KIMS ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେମାନଙ୍କ ମୃତ୍ୟୁ ହୋଇଛି । ଶନିବାର ରାତିରେ ଜଣେ ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ଆଜି (ରବିବାର) ଅନ୍ୟ ଦୁଇଜଣ ଆଖିବୁଜିଛନ୍ତି ।
ମୃତ ମହିଳା ଜଣଙ୍କ ଗଡାଗ ଜିଲ୍ଲାର ବିଜୟଲକ୍ଷ୍ମୀ ବୀରାଭଦ୍ରପା ଶନିବାର ରାତିରେ ଆଖି ବୁଜିଥିଲେ । ଅନ୍ୟଦୁଇଜଣ ଗୌରଭା (45) ଏବଂ ମଲେଶା (27)ଙ୍କର ରବିବାର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ମୋଟ ଆହତ 8 ଜଣଙ୍କ ମଧ୍ୟରେ ବର୍ତ୍ତମାନ 5 ଜଣଙ୍କର ଚିକିତ୍ସା ଚାଲିଛି ।