ଓଡିଶା

odisha

ETV Bharat / bharat

ଘର କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ସହଜରେ ପାଇପାରିବେ ହୋମ୍ ଲୋନ - ଜାଣନ୍ତୁ କିପରି ସହଜରେ ପାଇବେ ହୋମ୍ ଲୋନ

ନିଜସ୍ବ ଘର କିଣିବାକୁ ଚାହୁଁଛନ୍ତି କି ? ତେବେ ଉତ୍ତମ CIBIL ସ୍କୋର(good CIBIL score) ମାଧ୍ୟମରେ ନିଜର ଏହି ସ୍ବପ୍ନକୁ ବାସ୍ତବ ରୂପ ଦେଇପାରିବେ ଆପଣ । ଜାଣନ୍ତୁ କ'ଣ ଏହି CIBIL ସ୍କୋର ଏବଂ କିପରି ପାଇବେ ଭଲ CIBIL ସ୍କୋର ।

ଘର କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ସହଜରେ ପାଇବେ ହୋମ୍ ଲୋନ
ଘର କିଣିବାକୁ ଚାହୁଁଛନ୍ତି କି ? ଜାଣନ୍ତୁ କିପରି ସହଜରେ ପାଇବେ ହୋମ୍ ଲୋନ

By

Published : Dec 18, 2021, 2:04 PM IST

ହାଇଦ୍ରାବାଦ: ନିଜସ୍ବ ଘରଟିଏ କିଣିବାକୁ କାହାର ବା ଇଚ୍ଛା ନୁହେଁ । ସମସ୍ତ ଚାହାନ୍ତି ନିଜ ଘରେ ରହିବାକୁ । ଏହି ଇଚ୍ଛା ପୂରଣ ପାଇଁ ଆମେ ସାଧାରଣତଃ ବ୍ୟାଙ୍କର ସନ୍ଧାନ କରିଥାଉ, ଯିଏକି କମ୍ ସୁଧହାରରେ ଲୋନ ମଞ୍ଜୁର କରିଥାଏ । ତେଣୁ ଅଧିକାଂଶ ଲୋକେ ହୋମ୍ ଲୋନ ପାଇଁ ବ୍ୟାଙ୍କକୁ ଅଧିକ ପସନ୍ଦ କରିଥାନ୍ତି । ହେଲେ ଏହି ଲୋନ କିପରି ସହଜରେ ମିଳିପାରିବ ସେନେଇ ଅନେକ ସମୟରେ ଦ୍ବନ୍ଦ ସୃଷ୍ଟି ହୋଇଥାଏ । ତେବେ ଜାଣନ୍ତୁ କିପରି ସହଜରେ ପାଇପାରିବେ ହୋମ୍ ଲୋନ ।

ଯେକୌଣସି ଆର୍ଥିକ ଅନୁଷ୍ଠାନ ଠାରୁ ଲୋନ୍ ପାଇବାରେ ବଳିଷ୍ଠ ଭୂମିକା ନିଭାଇଥାଏ CIBIL(Credit Information Bureau Limited) ସ୍କୋର । ହେଲେ ଅନେକ ଲୋକେ ଆଜି ମଧ୍ୟ ଏହି ଶବ୍ଦ ସହ ପରିଚିତ ନୁହଁନ୍ତି । କହିରଖୁଛୁ କି, CIBIL ଭାରତର ଏକ ଅଗ୍ରଣୀ କ୍ରେଡିଟ୍ ରେଟିଂ ଏଜେନ୍ସିଂ ଅଟେ, ଯାହା ଆପଣଙ୍କ କ୍ରେଡିଟ୍ କ୍ଷମତାକୁ ଦର୍ଶାଇଥାଏ । ବ୍ୟାଙ୍କ ଏବଂ କୌଣସି ବି ଆର୍ଥିକ ସଂସ୍ଥା ଲୋନ ଦେବା ପୂର୍ବରୁ ଋଣକର୍ତ୍ତାଙ୍କ CIBIL ସ୍କୋର ଯାଞ୍ଚ କରିଥାନ୍ତି । CIBIL ସ୍କୋର ହିଁ ହୋମ୍ ଲୋନ ପାଇବାରେ ଅଧିକ ସହଜ କରିଥାଏ । ଯେତେ ଭଲ CIBIL ସ୍କୋର, ଲୋନ ପାଇବାର ସମ୍ଭାବନା ମଧ୍ୟ ସେତେ ଅଧିକ । ଯଦି ଆପଣ କମ୍ ସମୟରେ ଋଣ ପାଇବାକୁ ଚାହାନ୍ତି ତେବେ ଆପଣଙ୍କୁ ନିଜର CIBIL ସ୍କୋର ବୃଦ୍ଧି କରିବାକୁ ପଡିବ । ଲୋନ ଦେଉଥିବା ସଂସ୍ଥା ୭୫୦ରୁ ଊର୍ଦ୍ଧ୍ବ CIBIL ସ୍କୋରକୁ ଭଲ(good) ବୋଲି ବିବେଚନା କରିଥାଏ ।

CIBIL ସ୍କୋର ବଢାଇବାକୁ ହେଲେ ପ୍ରଥମତଃ ଯଥା ସମୟରେ ଆପଣଙ୍କୁ କ୍ରେଡିଟ୍ କାର୍ଡ ବିଲ୍ ଏବଂ EMI ଭରିବାକୁ ହେବ । ବିଳମ୍ବ ହେଲେ ଏହା ଆପଣଙ୍କ CIBIL ରେଟିଂ ଉପରେ ପ୍ରତିକୂଳ ପ୍ରଭାବ ପକାଇଥାଏ ।

ଯଦି ଆପଣଙ୍କ ପରିବାରର ଦୁଇରୁ ଅଧିକ ସଦସ୍ୟ ରୋଜଗାରକ୍ଷମ ଅଟନ୍ତି, ତାହାହେଲେ ଜଏଣ୍ଟ ଲୋନ( joint loan) ପାଇଁ ଆବେଦନ କରିବା ଉଚିତ୍ । ଏହାଦ୍ବାରା ଅଧିକ ଋଣ ରାଶି ମଞ୍ଜୁର ହୋଇଥାଏ । ନିଜର ସ୍ବାମୀ/ପତ୍ନୀ କିମ୍ବା ବାପାମାଆଙ୍କ ସହ ଆପଣ ଏହି ଜଏଣ୍ଟ ଲୋନ୍( joint loan) ନେଇପାରିବେ । କ୍ରେଡିଟ୍ ଯୋଗ୍ୟତା ବୃଦ୍ଧି ସହ EMI ମଧ୍ୟ ଆପଣଙ୍କ ବୋଝ କମାଇବାରେ ସହାୟକ ହୋଇଥାଏ ।

ଯଦି ଆପଣଙ୍କ ଲୋନ ରାଶି ଅଧିକ ତେବେ ସମୟସୀମା ମଧ୍ୟ ଯଥାସମ୍ଭବ ଲମ୍ବା ହେବା ଜରୁରୀ, ତାହା ସୁନିଶ୍ଚିତ କରନ୍ତୁ । ଏହାଦ୍ବାରା EMI ବୋଝ କମିଥାଏ । ମାତ୍ର ଭୁଲନ୍ତୁ ନାହିଁ କି ଏଥିରେ ସୁଧ ବୋଝ ମଧ୍ୟ ଅଧିକ ରହିଥାଏ । ସେହିପରି ଆପଣଙ୍କ ଆୟ ଉତ୍ସ ବି ଆପଣଙ୍କର ଋଣଧାରଣ କ୍ଷମତାକୁ ଦର୍ଶାଇଥାଏ । ଯଦି ପୂର୍ବରୁ ହିଁ ଆପଣ ଦୁଇ-ତିନୋଟି ଲୋନ୍ କରିସାରିଛନ୍ତି ତେବେ ନୂଆ ଲୋନ ପାଇବାରେ ଏହା ବାଧକ ହେବ । ତେଣୁ small loan ସବୁ ଯଥାସମ୍ଭବ ପରିଶୋଧ କରିବାକୁ ଚେଷ୍ଟା କରନ୍ତୁ । ଆୟର ୪୦ ପ୍ରତିଶତରୁ ଅଧିକ EMI ହେବା ଉଚିତ୍ ନୁହେଁ ।

ଯଦି କୌଣସି କ୍ଷେତ୍ରରେ ନିଯୁକ୍ତ ଥିବାସତ୍ତ୍ବେ ଆପଣ ଅନ୍ୟ ଉତ୍ସରୁ ଆୟ କରୁଛନ୍ତି ତେବେ ଏ ସମ୍ପର୍କରେ ବ୍ୟାଙ୍କକୁ ଅବଗତ କରିବା ଜରୁରୀ । ଉଦାହରଣସୂରୁପ, ଘରଭଡା, କୃଷିକ୍ଷେତ୍ର କିମ୍ବା ଅନ୍ୟ କୌଣସି ବ୍ୟବସାୟ ଯାହା ଆପଣଙ୍କୁ ଅତିରିକ୍ତ ଆୟ ପ୍ରଦାନ କରୁଛି । ଏହାଦ୍ବାରା ଆପଣଙ୍କୁ ଅଧିକ ଲୋନରାଶି ସହ ଏଥିପାଇଁ ମଞ୍ଜୁରୀ ମିଳିବାର ସମ୍ଭାବନା ଅଧିକ ।

ଆଜିକାଲି ନୂତନ ଗୃହନିର୍ମାଣ କମ୍ପାନୀଗୁଡିକ (housing companies) ଚାରିଆଡେ ଦେଖାଯାଉଛନ୍ତି । ଏମାନେ ଉତ୍ତମ CIBILସ୍କୋର ନଥିବା ଋଣକ୍ରତାକୁ ଅଧିକ ସୁଧହାରରେ ଋଣ ଦେଉଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details