ନୂଆଦିଲ୍ଲୀ:ଆସନ୍ତାକାଲି ଦେଶ ପାଳିବାକୁ ଯାଉଛି ୭୩ତମ ସାଧାରଣତନ୍ତ୍ର ଦିବସ । ଯାହା ପାଇଁ ରାଜଧାନୀ ଦିଲ୍ଲୀରୁ ପଞ୍ଚାୟତ ସ୍ତର ପର୍ଯ୍ୟନ୍ତ ସବୁଠି ପ୍ରସ୍ତୁତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ତେବେ ଚଳିତ ବର୍ଷ କୋଭିଡ ସଂକ୍ରମଣ ମଧ୍ୟରେ ବିଗତ ବର୍ଷମାନଙ୍କ ତୂଳନାରେ ଏହି ଦିବସକୁ ସାର୍ବଜନୀନ ଭାବେ ପାଳନ କରିବାରେ ଏକାଧିକ କଟକଣା ଜାରି କରାଯାଇଛି । ସବୁଠୁ କୋଭିଡ ଗାଇଡଲାଇନ ଅନୁପାଳନ କରି କେବଳ ନିରାଡମ୍ବର ଭାବେ ସାଧାରଣତନ୍ତ୍ର ଦିବସ ପାଳନ କରିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର । ତେବେ କୋଭିଡ କଟକଣା ମଧ୍ୟରେ ଆପଣ ମଧ୍ୟ ଘରେ ରହି ସାଧାରଣତନ୍ତ୍ର ଦିବସ ପାଳନ କରନ୍ତୁ । ନଜର ପକାନ୍ତୁ ଆପଣ ଘରେ ରହି ମଧ୍ୟ କିପରି ପାଳନ କରିବେ ସାଧାରଣତନ୍ତ୍ର ଦିବସ ।
1. ଗଣତନ୍ତ୍ର ଦିବସ ପରେଡ ଦେଖନ୍ତୁ:-
ସାଧାରଣତନ୍ତ୍ର ଦିବସରେ ସାରା ଦେଶର ନଜର ଥାଏ ରାଜଧାନୀ ଦିଲ୍ଲୀରେ ହେବାକୁ ଥିବା ସର୍ବଭାରତୀୟ ସ୍ତରର ସାଧାରଣନ୍ତ୍ର ଦିବସ ପାଳନ ଓ ବିଶ୍ବକୁ ଚମକାଇବା ପରି ପରେଡ । ରାଜଧାନୀ ରାଜପଥରେ ଭାରତର ଅଖଣ୍ଡତା, ସାମର୍ଥ, ସାଂସ୍କୃତିକ ବିବିଧତା ଓ ଭାଇଚାରାର ଝଲକ ପ୍ରଦର୍ଶିତ ହୋଇଥାଏ, ଯାହା ପ୍ରତ୍ୟେକ ଭାରତୀୟ ପାଇଁ ଏକ ଗର୍ବିତ କ୍ଷଣ ହୋଇଥାଏ । ତେବେ ଦେଶବ୍ୟାପୀ ଭାରତୀୟ ଏହି କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଅପେକ୍ଷା ରଖିଥାନ୍ତି । ଆପଣ ମଧ୍ୟ ଏହି ସୁଯୋଗକୁ ହାତ ଛଡା କରନ୍ତୁ ନାହିଁ । ଘରେ ରହି ଆପଣ ସମ୍ପୂର୍ଣ୍ଣ ପରେଡର ସିଧାପ୍ରସାରଣ ମଧ୍ୟ ଦେଖିପାରିବେ । ତେଣୁ ଘରେ ସୁରକ୍ଷିତ ରହିବା ସାଙ୍ଗକୁ ଆପଣ ସପରିବାର ଜାତୀୟ ପରେଡର ମଜା ନିଅନ୍ତୁ ।
2. ଦେଶାତ୍ମକବୋଧଚଳଚ୍ଚିତ୍ର ଦେଖନ୍ତୁ:-
ସାଧାରଣନ୍ତ୍ର ଦିବସରେ ଭାରତର ସ୍ୱାଧୀନତା ଆନ୍ଦୋଳନ, ସଂଗ୍ରାମୀ ତଥା ଯେଉଁମାନେ ଦେଶର ସୁରକ୍ଷା ପାଇଁ ସୀମାରେ ମୂତୟନ ରହିଛନ୍ତି ସେମାନଙ୍କ ବଳିଦାନକୁ ମନେ ପକାଇ ଆମ ଗୌରବମୟ ଇତିହାସ ଓ ଯୋଦ୍ଧାଙ୍କ ବଳିଦାନ ପ୍ରତି ଉଚିତ ସମ୍ମାନ ପ୍ରଦର୍ଶନ ହୋଇପାରିବା । ଏପରି ଜାତୀୟ ଘଟଣା ଓ ସ୍ବାଧୀନତା ସଂଗ୍ରାମୀ ତଥା ଭାରତୀୟ ସେନାର ସୌର୍ୟ ଓ ବଳିଦାନ ଉପରେ ଆଧାରିତ ଅନେକ ଚଳଚିତ୍ର ମଧ୍ୟ ନିର୍ମାଣ ହୋଇଛି । ତେବେ ଏହି ସବୁ ଚଳଚିତ୍ର ମଧ୍ୟରୁ ଆପଣ ,ଆପଣଙ୍କ ରୁଚି ଅନୁସାରେ କୌଣସି ଗୋଟିଏର ମଜା ମଧ୍ୟ ନେଇପାରିବେ । ବଲିଉଡର ଅନେକ ଦେଶପ୍ରେମୀ ଚଳଚ୍ଚିତ୍ର ଯେପରିକି 'ରାଜି', 'ଉରି: ସର୍ଜିକାଲ୍ ଷ୍ଟ୍ରାଇକ୍', 'ଚକ ଦେ ଇଣ୍ଡିଆ', 'ଲାଗାନ୍', 'ରଙ୍ଗ ଦେ ବସନ୍ତୀ', 'କେଶରୀ', 'ବର୍ଡର', 'ଏୟାର-ଲିଫ୍ଟ' ଭଳି ଅନେକ ଦେଶପ୍ରେମୀ ଚଳଚ୍ଚିତ୍ର ମଧ୍ୟରୁ ଆପଣ ଗୋଟିଏକୁ ଦେଖିପାରିବେ ।
3. ଦେଶପ୍ରେମୀ ଗୀତ ଶୁଣନ୍ତୁ:-