ଓଡିଶା

odisha

ETV Bharat / bharat

ହସ୍ପିଟାଲଗୁଡିକୁ କିପରି ଅମ୍ଳଜାନ ଯୋଗାଉଛି 'ଅମ୍ଳଜାନ ଏକ୍ସପ୍ରେସ', ଜାଣନ୍ତୁ... - କୋଭିଡ ମହାମାରୀ

ଅମ୍ଳଜାନ କମ ଥିବା ହସ୍ପିଟାଲକୁ ତୁରନ୍ତ ଅମ୍ଳଜାନ ଯୋଗାଇବାରେ ଭାରତୀୟ ରେଳବାଇର ଅମ୍ଳଜାନ ଏକ୍ସପ୍ରେସ ବେଶ୍ ସହାୟକ ହୋଇପାରିଛି । ତେବେ ଏହା କିପରି କାମ କରୁଛି ଜାଣନ୍ତୁ...

ହସ୍ପିଟାଲକୁ କିପରି ଅମ୍ଳଜାନ ଯୋଗାଉଛି 'ଅମ୍ଳଜାନ ଏକ୍ସପ୍ରେସ', ଜାଣନ୍ତୁ...
ହସ୍ପିଟାଲକୁ କିପରି ଅମ୍ଳଜାନ ଯୋଗାଉଛି 'ଅମ୍ଳଜାନ ଏକ୍ସପ୍ରେସ', ଜାଣନ୍ତୁ...

By

Published : Apr 25, 2021, 11:33 AM IST

ନୂଆଦିଲ୍ଲୀ:ଦେଶରେ କୋରୋନା ସଂକ୍ରମଣ ହୁ ହୁ ହୋଇ ବଢିଚାଲିଥିବାରୁ ଆକ୍ରାନ୍ତ ଚିକିତ୍ସା ପାଇଁ ଅମ୍ଳଜାନର ଅଭାବ ଦେଖାଦେଇଛି । ତେବେ ଏହି ସମୟରେ ଦେଶକୁ ସହାୟତା ଯୋଗାଇଛି ଭାରତୀୟ ରେଳବାଇ । ବିଭିନ୍ନ ରାଜ୍ୟକୁ ଅମ୍ଳଜାନ ଶୀଘ୍ର ପହଞ୍ଚାଇବା ପାଇଁ ଭାରତୀୟ ରେଳବାଇ 'ଅକ୍ସିଜେନ ଏକ୍ସପ୍ରେସ' ସେବା ଆରମ୍ଭ କରିଛି ।

ଏହି ଅମ୍ଳଜାନ ଏକ୍ସପ୍ରେସ ଭାଇଜାଗ, ବୋକାରୋ, ରାଉରକେଲାରୁ ଅମ୍ଳଜାନ ଟାଙ୍କର ନେଇ ଦେଶର ବିଭିନ୍ନ ରାଜ୍ୟକୁ ପଠାଉଛି । ଜାତୀୟ ରାଜଧାନୀରେ ପର୍ଯ୍ୟାପ୍ତ ଅମ୍ଳଜାନ ଯୋଗାଣ ଅଭାବରୁ ଦିଲ୍ଲୀ ସରକାର ରେଳବାଇକୁ ଅମ୍ଳଜାନ ପରିବହନ ପାଇଁ ଅମ୍ଳଜାନ ଏକ୍ସପ୍ରେସ ଆରମ୍ଭ କରିବାକୁ ରେଳ ବୋର୍ଡକୁ ଅନୁରୋଧ କରିଥିଲେ । 'ଅମ୍ଳଜାନ ଏକ୍ସପ୍ରେସ' ଟ୍ରେନର ପ୍ରତ୍ୟେକ ଟାଙ୍କର ପ୍ରାୟ 16 ଟନ୍ ମେଡିକାଲ ଅମ୍ଳଜାନ ନେବାର କ୍ଷମତା ରଖିଛି । ଏହି ଟ୍ରେନଗୁଡିକ ହାରାହାରି 65 କିଲୋମିଟର ବେଗରେ ଯାତ୍ରା କରିପାରିଥାନ୍ତି ବୋଲି ରେଳ ମନ୍ତ୍ରଣାଳୟର ଏଡ଼ିଜି ପିଆରଓ ଆରଡି ବାଜପେୟୀ ସୂଚନା ଦେଇଛନ୍ତି ।

ରେଳବାଇ ଉତ୍ତରପ୍ରଦେଶରେ ମେଡିକାଲ ଅମ୍ଳଜାନର ଆବଶ୍ୟକତା ପୂରଣ କରିବା ଲାଗି ଟ୍ରେନର ଚଳାଚଳ ପାଇଁ ଲକ୍ଷ୍ନୌରୁ ବାରାଣାସୀ ମଧ୍ୟରେ ଏକ ସବୁଜ କରିଡର ନିର୍ମାଣ କରିଛି । 270 କିଲୋମିଟର ଦୂରତାକୁ ଏହି ଟ୍ରେନ 4 ଘଣ୍ଟା 20 ମିନିଟରେ ଅତିକ୍ରମ କରିବାକୁ ଥିବା ବେଳେ ହାରାହାରି ବେଗ 62.35 କିଲୋମିଟର ବେଗ ରହିବ ବୋଲି ଜଣାପଡିଥିଲା । ତରଳ ମେଡିକାଲ ଅମ୍ଳଜାନ (LMO) ଟାଙ୍କର ସହିତ ଅନ୍ୟ ଏକ ଅମ୍ଳଜାନ ଏକ୍ସପ୍ରେସ ନାଶିକରେ ପହଞ୍ଚିଥିବାବେଳେ ଏହି ଅଞ୍ଚଳରେ LMO ଯୋଗାଇବା ପାଇଁ ନାଗପୁର ଏବଂ ବାରାଣାସୀରେ କିଛି ଖାଲି ଟାଙ୍କର ମଧ୍ୟ ଅନଲୋଡ୍ କରାଯାଇଥିଲା । ରେଳପଥ ସାହାଯ୍ୟରେ 10 ଟି ଟାଙ୍କର 150 ଟନ ଅମ୍ଳଜାନକୁ ବିଭିନ୍ନ ହସ୍ପିଟାଲରେ ପହଞ୍ଚାଇ ଯାଇଛି ।

ତେବେ ଗତ ଶନିବାର ବିଳମ୍ବିତ ରାତିରେ ଅମ୍ଳଜାନ ଏକ୍ସପ୍ରେସ ସାହାଯ୍ୟରେ 5ଟି ଖାଲି ଟାଙ୍କରକୁ ଲକ୍ଷ୍ନୌକୁ ପଠାଯାଇଥିବା ବେଳେ 4ଟି ଟାଙ୍କର ଚାରବାଘ ଷ୍ଟେସନରୁ, ଗୋଟିଏ ବାରଣାସୀରୁ ପଠାଯାଇଛି । ଏହି ସମସ୍ତ ଖାଲି ଟାଙ୍କରରେ ଅମ୍ଳଜାନ ଭର୍ତ୍ତି କରାଯିବା ପରେ 3ଟି ଟାଙ୍କର ପ୍ରାୟ 51 ହଜାର ଟନ ମେଡିକାଲ ଅମ୍ଳଜାନ ନେଇ ଲକ୍ଷ୍ନୌରେ ପହଞ୍ଚିବ । ଅମ୍ଳଜାନ ପରିବହନ ସମୟରେ ରେଳବାଇ ମଧ୍ୟ ଅନେକ ଆହ୍ବାନର ସମ୍ମୁଖୀନ ହୋଇଥାଏ କାରଣ ଟ୍ରେନ ହଠାତ ତ୍ୱରାନ୍ୱିତ ହେବା କିମ୍ବା ଅନୁକୂଳ ଜଳବାୟ ନଥିବା ହେତୁ ଚାପକୁ ଯାଞ୍ଚ କରିବାକୁ ପଡିଥାଏ ।

ଦୂର ସ୍ଥାନକୁ ଖୁବଶୀଘ୍ର ଅମ୍ଲଜାନ ପହଞ୍ଚାଇବା ପାଇଁ ଏହି ଏକ୍ସପ୍ରେସ ସହାୟକ ହେଉଛି । ଟ୍ରକଗୁଡିକରେ ଅମ୍ଳଜାନ ପଠାଇଲେ ଏହା ଗୋଟିଏ ଦିନରୁ ଅଧିକ ସମୟ ନେଇଥାଏ । ଅମ୍ଳଜାନ ଯୋଗାଇବାରେ ଏହି ଏକ୍ସପ୍ରେସ ବେଶ ସହାୟକ ହୋଇଛି ବୋଲି ରେଲ ବିଭାଗର ଅଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details