ଓଡିଶା

odisha

ETV Bharat / bharat

କିଭଳି ତିଆରି ହୁଏ ଅକ୍ସିଜେନ ? କେତେ ହୁଏ ଖର୍ଚ୍ଚ, ଜାଣନ୍ତୁ ସବୁକିଛି...

ଜୀବନ ଓ ମୃତ୍ୟୁ ମଧ୍ୟରେ ସଂଘର୍ଷ କରୁଥିବା କୋରୋନା ରୋଗୀଙ୍କ ପାଇଁ ରାମବାଣ ପାଲଟିଛି ‘ଅକ୍ସିଜେନ’ । ତେବେ ଏହି ଜୀବନ ରକ୍ଷକ, ଦୁର୍ଲଭ ଅକ୍ସିଜେନର କିଭଳି ପ୍ରସ୍ତୁତ ହୁଏ, କେତେ ହୁଏ ଖର୍ଚ୍ଚ, କାହିଁକି ଏଥିପାଇଁ ଆବଶ୍ୟକ କ୍ରାୟୋଜେନିକ, ଜାଣନ୍ତୁ ସବୁକିଛି ଏହି ରିପୋର୍ଟରୁ ..

କିଭଳି ତିଆରି ହୁଏ ଅକ୍ସିଜେନ, କେତେ ହୁଏ ଖର୍ଚ୍ଚ , ଜାଣନ୍ତୁ ସବୁକିଛି
କିଭଳି ତିଆରି ହୁଏ ଅକ୍ସିଜେନ, କେତେ ହୁଏ ଖର୍ଚ୍ଚ , ଜାଣନ୍ତୁ ସବୁକିଛି

By

Published : Apr 30, 2021, 6:50 PM IST

ନୂଆଦିଲ୍ଲୀ: ସୁନାମୀ ଭଳି ମାଡିଆସୁଛି କୋରୋନାର ଦ୍ବିତୀୟ ଲହରୀ । ଏଥିମଧ୍ୟରେ ଅକ୍ସିଜେନ ସଙ୍କଟ ଯୋଗୁଁ ଦେଶସାରା ତ୍ରାହିତ୍ରାହି ଡାକ ଶୁଣିବାକୁ ମିଳୁଛି । ପ୍ରତିଦିନ କୋରୋନା ଆକ୍ରାନ୍ତ ରୋଗୀ ଅକ୍ସିଜେନ ଅଭାବରୁ ଛଟପଟ ହୋଇ ହରାଉଛନ୍ତି ଜୀବନ । ସ୍ଥିତି ଏତେ ଭୟଙ୍କର କି ମୃତକଙ୍କ ସଂଖ୍ୟା ଦିନକୁ ଦିନ ବଢିଚାଲିଛି । ତେବେ ମେଡିକାଲ ଅକ୍ସିଜେନ କୋଭିଡ ସଂକ୍ରମିତଙ୍କ ପାଇଁ ଏତେ ଗୁରୁତ୍ବପୂର୍ଣ୍ଣ କାହିଁକି, କିଭଳି ତିଆରି ହୁଏ ? ଆସନ୍ତୁ ଜାଣିବା ଏହି ରିପୋର୍ଟରେ ..

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ (WHO)ର ଆବଶ୍ୟକ ଔଷଧରେ ସାମିଲ ମେଡିକାଲ ଅକ୍ସିଜେନ କୋଭିଡ ସଂକ୍ରମିତ ରୋଗୀଙ୍କ ପାଇଁ ରାମବାଣ ଭଳି କାମ କରିଥାଏ । ବିଶେଷ କରି ଏଭଳି ରୋଗୀ ଯେଉଁମାନେ ଅତି ଗମ୍ଭୀର ସ୍ଥିତିରେ ରହିଥାନ୍ତି ମେଡିକାଲ ଅକ୍ସିଜେନରେ 98 ପ୍ରତିଶତ ପର୍ଯ୍ୟନ୍ତ ଶୁଦ୍ଧ ଅକ୍ସିଜେନ ହୋଇଥାଏ ଓ ଅନ୍ୟ ଗ୍ୟାସ, ଆର୍ଦ୍ରତା, ଧୂଳି ଆଦି ଅଦୃଶ୍ୟ ଅପରିଷ୍କାରତା ରହିନଥାଏ । ଯେଉଁ କାରଣରୁ ‘2015’ ମସିହାରେ ପ୍ରକାଶିତ ଅତ୍ୟାବଶ୍ୟକ ଔଷଧ ତାଲିକାରେ ଏହାକୁ ଅନ୍ତର୍ଭୁକ୍ତ କରାଯାଇଥିଲା ।

ମେଡିକାଲ ଅକ୍ସିଜେନ ପ୍ରସ୍ତୁତି ପ୍ରକ୍ରିୟା

ଆମେ ଜାଣୁ କି ଅକ୍ସିଜେନ ଉଭୟ ବାୟୁ ଓ ପାଣିରେ ମହଜୁଦ ରହିଥାଏ । ଏଣୁ ଏଭଳି ସମୟରେ ଅକ୍ସିଜେନ ପ୍ଲାଣ୍ଟରେ ରହିଥବା ଏୟାର ସେପାରେସନ ବା ପୃଥକ ଟେକନିକରେ ବାୟୁରୁ ଅକ୍ସିଜେନକୁ ଅଲଗା କରିଦିଆଯାଏ । ଏଥିରେ ବାୟୁକୁ ପ୍ରଥମେ କଂମ୍ପ୍ରେସ କରାଯାଇଥାଏ । ଆଉ ପରେ ପୁଣି ଫିଲ୍ଟର ସାହାଯ୍ୟରେ ଏଥିରୁ ଅଶୁଦ୍ଧତାକୁ ଅପସାରିତ କରାଯାଏ । ପରେ ଫିଲ୍ଟର ହୋଇଥିବା ବାୟୁକୁ ଥଣ୍ଡା କରିବା ପରେ ଡିଷ୍ଟିଲ କରିଦିଆଯାଏ । ଯେପରି ଅକ୍ସିଜେନକୁ ବାକି ଗ୍ୟାସରୁ ଅଲଗା କରାଯାଇପାରିବ ।

ଏହି ସମଗ୍ର ପ୍ରକ୍ରିୟା ସମୟରେ, ବାୟୁରେ ଥିବା ଅମ୍ଳଜାନ ତରଳ ପଦାର୍ଥରେ ପରିଣତ ହୁଏ । ଯାହା ପରେ ଏହାକୁ ଷ୍ଟୋର କରାଯାଇଥାଏ । ଆଉ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟା ପରେ ଷ୍ଟୋକ କରାଯାଉଥିବା ଅକ୍ସିଜେନକୁ ହିଁ ମେଡିକାଲ ଅକ୍ସିଜେନ କୁହାଯାଇଥାଏ । ଏଠାରେ କହିରଖୁଛୁ କି ବାୟୁରେ 21 ପ୍ରତିଶତ ଅକ୍ସିଜେନ , 78 ପ୍ରତିଶତ ନାଇଟ୍ରୋଜେନ ଓ 1 ପ୍ରତିଶତ ଅନ୍ୟ ଗ୍ୟାସ ଭଳି ହାଇଡ୍ରୋଜେନ, ହିଲିୟମ, କାର୍ବନ ଡାଇଅକ୍ସାଇଡ ଆଦି ସାମିଲ ରହିଥାଏ ।

ବାୟୁରୁ ଅଲଗା ହୁଏ ଅକ୍ସିଜେନ

ତେବେ ଅକ୍ସିଜେନ ପ୍ରସ୍ତୁତର ଆଉ ଏକ ପ୍ରକ୍ରିୟା ମଧ୍ୟ ରହିଛି । ଏହା ଅନୁଯାୟୀ ଏକ ପୋର୍ଟେବଲ ମେସିନ ଆସିଥାଏ । ଯାହା ବାୟୁରୁ ଅକ୍ସିଜେନକୁ ଅଲଗା କରି ରୋଗୀଙ୍କ ପାଖରେ ପହଞ୍ଚାଇବାରେ ସକ୍ଷମ ହୋଇଥାଏ । ଏହି ମେସିନକୁ ରୋଗୀଙ୍କ ପାଖରେ ରଖିଦିଆଗଲେ ଏହି ମେସିନ ଲଗାତାର ରୋଗୀଙ୍କ ପାଖରେ ମେଡିକାଲ ଅକ୍ସିଜେନ ପହଞ୍ଚାଉଥିବ ।

ପ୍ଲାଣ୍ଟ ପାଇଁ 20 ଲକ୍ଷ ବ୍ୟୟ

ଅକ୍ସିଜନେ ପ୍ଲାଣ୍ଟ ପାଇଁ ଖର୍ଚ୍ଚ ହୁଏ 10ରୁ 20 ଲକ୍ଷ ଟଙ୍କା । ପ୍ରକାଶ ଯେ, କୋରୋନା ମହାମାରୀ ମଧ୍ୟରେ ଦିଲ୍ଲୀରେ ଅକ୍ସିଜେନ ସଙ୍କଟ ଲଗାତାର ସାମ୍ନାକୁ ଆସୁଛି । ଅନ୍ୟପଟେ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଲଗାତାର ଚେଷ୍ଟା କରାଯାଉଛି କି , ଯେକୌଣସି ମାଧ୍ୟମରେ ସ୍ଥିତିରେ ସୁଧାର ଅଣାଯାଉ । ଏଥିପାଇଁ ବିଦେଶୀରୁ ମଧ୍ୟ ଅକ୍ସିଜେନ ବ୍ୟବସ୍ଥା କରାଯାଉଛି । ଆଉ ଘରୋଇ ସ୍ତରରେ ବି ପ୍ଲାଣ୍ଟ ଲଗାଇବାକୁ ବ୍ୟବସ୍ଥା ହେଉଛି ।

କଣ ଏହି କ୍ରାୟୋଜେନିକ ଟ୍ୟାଙ୍କ

ଅକ୍ସିଜେନର ଅଭାବ ମଧ୍ୟରେ ଅକ୍ସିଜେନ ପ୍ଲାଣ୍ଟ ପାଇଁ ଯେତେ ଗୁରୁତ୍ବ ଦିଆଯାଉଛି ଏହାକୁ ପରିବହନ ପାଇଁ କ୍ରାୟୋଜେନିକ ଟ୍ୟାକ୍ସର ଆବଶ୍ୟକତା ମଧ୍ୟ ସେତିକି ରହିଛି । ଅକ୍ସିଜେନ ଯୋଗାଣ ପାଇଁ ସରକାରୀ ସ୍ତର ଠାରୁ ଟାଟା ଭଳି ଘରୋଇ କମ୍ପାନୀ ବିଦେଶୀରୁ କ୍ରାୟୋଜେନିକ ଟ୍ୟାଙ୍କ ଆଣିବା ପାଇଁ ପ୍ରଚେଷ୍ଟା ଜାରି ରଖିଛନ୍ତି । ଏଭଳି ସ୍ଥିତିରେ ଲୋକଙ୍କ ମନକୁ ପ୍ରଶ୍ନ ଆସୁଥିବ ନିଶ୍ଚୟ କି କଣ ଏହି କ୍ରାୟୋଦେନିକ ଟ୍ୟାଙ୍କ । ଏହାର ଆମଦାନୀ ଏତେ ଜରୁରୀ ବର୍ତ୍ତମାନ କାହିଁକି ?

କ୍ରାୟୋଜେନିକ ଟ୍ୟାଙ୍କ ଏଭଳି ଟ୍ୟାଙ୍କ ହୋଇଥାଏ , ଯେଉଁଥିରେ ବହୁତ ଅଧିକ ଥଣ୍ଡା ଲିକ୍ୟୁଡ ରଖାଯାଏ । ଯେପରି କି, ଲିକ୍ୟୁଡି ଅକ୍ସିଜେନ ଓ ଲିକ୍ୟୁଡ ହାଇଡ୍ରୋଜେନ । ଲିକ୍ୟୁଡ ଅକ୍ସିଜେନ ବହୁତ ଅଧିକ ଥଣ୍ଡା ହୋଇଥାଏ । ଏହାର ସ୍ତର -185 ଡିଗ୍ରୀ ପାଖାପାଖୀ ରହିଥାଏ । ଯାହାକି ଅକ୍ସିଜେନକୁ ଫୁଟାଇବା ସ୍ତର । କ୍ରାୟେଜେନିକ ଟ୍ୟାଙ୍କରେ ସେହି ଗ୍ୟାସଙ୍କ ରଖାଯାଏ, ଯାହା ଫୁଟୁଥିବା ସ୍ତର -90 ରୁ ଅଧିକ ହୋଇଥାଏ । ଯେପରିକି ‘ଅକ୍ସିଜେନ’ ।

ତେବେ ଦେଖିବା ପାଇଁ କ୍ରାୟୋଜେନିକ ଟ୍ୟାଙ୍କ ବି ଅନ୍ୟ ସାଧାରଣ ଟ୍ୟାଙ୍କ ଭଳି ରହିଥାଏ । ହେଲେ ଏହାର ପ୍ରସ୍ତୁତିରେ ପାର୍ଥ୍ୟ ରହିଛି । ଏହାକୁ ଭ୍ୟାକ୍ୟୁମ୍ ବୋତଲ ସିଦ୍ଧାନ୍ତରେ ତିଆରି କରାଯାଏ । ଏହି ଟ୍ୟାଙ୍କରେ 2 କଠିନ ପରସ୍ତ ରହିଥାଏ । ଗୋଟିଏ ଭିତରୁ ଓ ଅନ୍ୟଟି ବାହାର ପରସ୍ତ । ଭିତର ପରସ୍ତ ଟ୍ୟାଙ୍କରେ ଲିକ୍ୟୁଡ ଅକ୍ସିଜେନ ଗ୍ୟାସ ଭରି ରହିଥାଏ , ଯେତେବେଳେ କି ବାହ୍ୟ ସ୍ତର ଭିତର ସ୍ତରଠାରୁ ଅଳ୍ପ ଦୂରରେ ରହିଥାଏ ।

ଦୁଇ ସ୍ତର ମଧ୍ୟରେ ବାୟୁ ଅପସାରଣ କରାଯାଏ ଏବଂ ଏକ ଶୂନ୍ୟସ୍ଥାନ (ଭ୍ୟାକ୍ୟୁମ ) ଭଳି ସ୍ଥିତି ସୃଷ୍ଟି ହୁଏ । ଯାହା ଦ୍ବାରା ବାହ୍ୟ ଉତ୍ତାପ ଗ୍ୟାସର ତାପମାତ୍ରା ଉପରେ କୌଣସି ପ୍ରଭାବ ପକାଇବ ନାହିଁ ।

ଆଉ ଏହାର ଆବଶ୍ୟକତାର ପାଇଁ 2 ଟି କାରଣ ରହିଛି । ଗୋଟିଏ , ଲିକ୍ୟୁଡ ଅକ୍ସିଜେନ ଟ୍ରାନ୍ସପୋର୍ଟେସ ପାଇଁ ରହିଥାଏ ଆଉ ଅନ୍ୟଟି ଏହାର ଷ୍ଟୋରେଜ ପାଇଁ । ତେବେ ହସ୍ପିଟାଲ ଗୁଡିକରେ ଷ୍ଟୋରେଜ ପାଇଁ କିଛି ନା କିଛି ବ୍ୟବସ୍ଥା ହୋଇଛି , ହେଲେ ଏହାର ପରିବହନ ପାଇଁ କୌଣସି ପ୍ରକାର ବ୍ୟବସ୍ଥା ନାହିଁ । ଏଣୁ ଏହାର ଆମଦାନୀ ଏବେ ଜରୁରୀ ହୋଇପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details