ଓଡିଶା

odisha

By

Published : Oct 21, 2022, 9:45 AM IST

ETV Bharat / bharat

Defence Expo 2022: ଗଭୀର ସମୁଦ୍ରରେ କେମିତି କାର୍ଯ୍ୟ କରେ ବୁଡାଜାହାଜ, ଦେଖନ୍ତୁ

ଭାରତୀୟ ସୁରକ୍ଷା ବ୍ୟବସ୍ଥାର ଅଭେଦ ପ୍ରାଚେରୀ ହେଉଛି ନୌସେନା ବୁଡାଜାହାଜ (Gandhinagar Defence Expo 2022)। ତେବେ କିପରି ଏହା ଗଭୀର ଜଳରାଶି ମଧ୍ୟରେ ମାସ ମାସ ଧରି ନିରନ୍ତର କାର୍ଯ୍ୟ କରିପାରେ । କିପରି ତା ଭିତରେ ମାସ ମାସ ଧରି ମିଶନରେ କାର୍ଯ୍ୟରତ ରୁହନ୍ତୁ ଜଳଯୋଦ୍ଧା । ଦେଖନ୍ତୁ ଇଟିଭି ଭାରତର ରିପୋର୍ଟ

କେମିତି ସମୁଦ୍ରରେ କାର୍ଯ୍ୟ କରେ ନୌସେନାର ବୁଡାହାଜାଜ, ଦେଖନ୍ତୁ
କେମିତି ସମୁଦ୍ରରେ କାର୍ଯ୍ୟ କରେ ନୌସେନାର ବୁଡାହାଜାଜ, ଦେଖନ୍ତୁ

ଗାନ୍ଧୀନଗର:ଭାରତୀୟ ପ୍ରତିରକ୍ଷା ବ୍ୟବସ୍ଥାର 3 ପ୍ରମୁଖ ଅଙ୍ଗ ସ୍ଥଳସେନା, ବାୟୁସେନା ଓ ନୌସେନା ଦେଶର ଜାଗ୍ରତ ପ୍ରହରୀ ଭାବେ ନିଜ କାର୍ଯ୍ୟ ଜାରି ରଖିଛନ୍ତି । ସମୟ ବଦଳିବା ସହ ଜ୍ଞାନକୌଶଳ ମଧ୍ୟ ବଢିଛି । ପାରମ୍ପାରିକ ଯୁଦ୍ଧକୌଶଳ ଓ ଅସ୍ତ୍ରଶସ୍ତ୍ର ପରିବର୍ତ୍ତେ ଏବେ ଅତ୍ୟାଧୁନିକ ତଥା ଲଢୁଆ ଯୁଦ୍ଧ ଯାହାଜ ସାମର୍ଥ୍ୟର ନୂଆ ପ୍ରତୀକ ଭାବେ ଉଭା ହୋଇଛି । ତାହାରି ମଧ୍ୟରେ ପ୍ରମୁଖ ସ୍ଥାନ ଗ୍ରହଣ କରିଛି ଭାରତୀୟ ନୌସେନାରେ ଥିବା ବୁଡାଜାହାଜ ।

କେମିତି ଗଭୀର ସମୁଦ୍ରରେ କାର୍ଯ୍ୟ କରେ ନୌସେନାର ବୁଡାହାଜାଜ, ଦେଖନ୍ତୁ

ବର୍ତ୍ତମାନ ସମୟର ନୌସେନାର ବୁଡାଜାହାଜ ଶକ୍ତିଶାଳୀ ଯୁଦ୍ଧାସ୍ତ୍ର ଭାବେ ସାମ୍ନାକୁ ଆସିଛି । ଦେଶର ଜଳସୀମାର ସୁରକ୍ଷା ଓ ଶତ୍ରୁର ଆକ୍ରମଣକୁ ପଣ୍ଡ କରିବାରେ ସକ୍ଷମ ଏହି ବୁଡାଜାହାଜ ଗଭୀର ସମୁଦ୍ରରେ ମାସ ମାସ ଧରି ବୁଡି ରହି କାର୍ଯ୍ୟ କରିବାର କ୍ଷମତା ରଖିଛି । ତେବେ କିପରି ଏହି ବୁଡାଜାହାଜରେ ମାସ ମାସ ଧରି ଗଭୀର ସମୁଦ୍ରରେ ସମୟ ଅତିବାହିତ କରନ୍ତି ଭାରତୀୟ ନୌଯୋଦ୍ଧା (Gandhinagar Defence Expo 2022) । କିପରି ଗଭୀର ସମୁଦ୍ରରେ ମଧ୍ୟ ନିର୍ଭୟର ତଥା ସଠିକ ଦିଗରେ ଗତି କରିବା ସହ ଶତ୍ରୁ ପକ୍ଷକୁ ସଠିକ ନିଶାନା ଲଗାଇବାରେ ସଫଳ ହୋଇଥାଏ ଏହି ବୁଡାଜାହାଜ । ଗାନ୍ଧୀନଗରରେ ଆୟୋଜିତ ଡିଫେନ୍ସ ଏକ୍ସପୋ- 2022 ପ୍ରଦର୍ଶନୀରେ ସ୍ଥାନ ପାଇଛି ଭାରତୀୟ ନୈସେନାର ବୁଡାଜାହଜ ମଡେଲ । ଏହି ଅବସରରେ ନୌସେନାଧିକାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ଇଟିଭି ଭାରତର ସ୍ଥାନୀୟ ପ୍ରତିନିଧି ।

ନୌସେନା ଲେଫ୍ଟନାଣ୍ଟ ବିକ୍ରମ ଶର୍ମା ‘ଇଟିଭି ଭାରତ’କୁ ଏକ ସ୍ବତନ୍ତ୍ର ସାକ୍ଷାତକାରରେ କହିଛନ୍ତି ଯେ ବୁଡ଼ାଜାହାଜରେ ରାଡାର ଏବଂ କ୍ଷେପଣାସ୍ତ୍ର ଫାଏରିଂ କରିବା ପାଇଁ ବ୍ୟବହୃତ ଯନ୍ତ୍ର ଓ ଜ୍ଞାନକୌଶଳ ସମ୍ପୂର୍ଣ୍ଣ ସ୍ବଦେଶୀ ଭାବେ ନିର୍ମିତ କରାଯାଇଛି ଏବଂ ସମ୍ପୂର୍ଣ୍ଣ ସୁରକ୍ଷିତ ମଧ୍ୟ । ଗାନ୍ଧୀନଗରରେ ଆୟୋଜିତ ପ୍ରତିରକ୍ଷା ଏକ୍ସପୋ- 2022 (Gandhinagar Defence Expo 2022) ବୁଡ଼ାଜାହାଜ ଅଭ୍ୟନ୍ତରୀଣ ଅଂଶର ଏକ କୃତ୍ରିମ ତଥା ପ୍ରତିକାତ୍ମକ ଝଲକ ପ୍ରଦର୍ଶିତ ହୋଇଥିଲା ।

ଏହି ପ୍ରଦର୍ଶନୀରେ ଜନସାଧାରଣ ଏହି ବୁଡ଼ାଜାହାଜ ଭିତରେ ଥିବା ବ୍ୟବସ୍ଥା ଓ କିପରି ଏହା ଗଭୀର ସମୁଦ୍ରରେ ମଧ୍ୟ ସଫଳ ଭାବେ ଦୀର୍ଘକାଳୀନ ମିଶନରେ କାର୍ଯ୍ୟ କରିଥାଏ ତାହା ବୁଝିବାର ଅବସର ପାଇବେ । ବୁଡାଜାହାଜରେ ଥିବା ରାଡାର ସିଷ୍ଟମ, ଫାୟାରିଂ ସିଷ୍ଟମ ଏବଂ ମିସାଇଲ ଲଞ୍ଚ ସିଷ୍ଟମର ଏକ ପ୍ରତିକାତ୍ମକ ଅଂଶ ମଧ୍ୟ ପ୍ରଦର୍ଶିତ ହୋଇଛି । ସେହିପରି ଗାନ୍ଧୀନଗର ହେଲିପ୍ୟାଡ ଗ୍ରାଉଣ୍ଡରେ ଆୟୋଜିତ ଏହି ପ୍ରଦର୍ଶନୀରେ ବାୟୁସେନାର ଡ୍ରୋନ୍, ହେଲିକପ୍ଟର ଏବଂ କ୍ଷେପଣାସ୍ତ୍ର ପ୍ରଣାଳୀ ମଧ୍ୟ ମୁଖ୍ୟ ଆକର୍ଷଣ ଭାବେ ପ୍ରଦର୍ଶିତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details