ଓଡିଶା

odisha

ETV Bharat / bharat

କୋରୋନା କାଳରେ କେତେ ସୁରକ୍ଷିତ ରେମଡେଜଭିଅର ? ଜାଣନ୍ତୁ... - remedesivir

କୋରୋନା କାଳରେ ରକ୍ଷାକବଚ ପାଲଟିଛି ରେମଡେଜଭିଅର । ଦେଶର ଅଧିକାଂଶ ରାଜ୍ୟ ସ୍ବତନ୍ତ୍ର ବିମାନ ପଠାଇ ନିର୍ମାତାଙ୍କ ଠୁ ରେମଡେଜଭିଅର ମଗାଇବା ପାଇଁ ପଛାଉ ନାହାନ୍ତି । ଅଧିକ ପଢନ୍ତୁ:

କୋରୋନା କାଳରେ କେତେ ସୁରକ୍ଷିତ ରେମଡେଜଭିଅର ?
କୋରୋନା କାଳରେ କେତେ ସୁରକ୍ଷିତ ରେମଡେଜଭିଅର ?

By

Published : Apr 19, 2021, 10:23 PM IST

ହାଇଦ୍ରାବାଦ: କିଛି ଦିନର ବିରତି ପରେ ପୁଣି ମହାମାରୀର ମହାତାଣ୍ଡବ। ଚାରିଆଡେ ପୁଣି କୋରୋନାର କରୁଣ କାହାଣୀ । 24 ଘଣ୍ଟାରେ ପ୍ରତିଦିନ ଦେଶରେ ଗଡୁଛି ହଜାର ହଜାର ମୁଣ୍ଡ । ସେପଟେ ଦିନକୁ ଆକ୍ରାନ୍ତଙ୍କ ସଂଖ୍ୟା ବି ଲକ୍ଷରୁ ଊର୍ଦ୍ଧ୍ବ । ଆଉ ମହାମାରୀ ସହ ଲଢେଇ ପାଇଁ ହସ୍ପିଟାଲର ଗୋଟିଏ ଶଯ୍ୟାରେ ପରସ୍ପର ସହ ସଂଘର୍ଷ କରୁଛନ୍ତି ଦୁଇ ତିନି ରୋଗୀ । ଏତିକିରେ ସରିଯାଇନି କୋରୋନାର କଳା ସତ । ଜୀବନ ଗଲା ପରେ ବି ଶ୍ମଶାନରେ ଚାଲିଛି ସଂଘର୍ଷ । ଏତେ ସଂଖ୍ୟାରେ ଚିତା ଜଳିବାକୁ ନାହିଁ ଆବଶ୍ୟକୀୟ ଭିତ୍ତିଭୂମି ।

ତେବେ ମହାମାରୀକୁ ମାତ୍ ଦେବା ପାଇଁ ବିଶ୍ବର ଅଧିକାଂଶ ଦେଶ ମଧ୍ୟରେ ଚାଲିଛି ଟିକା ପ୍ରତିଯୋଗିତା । ଅନେକ ଦେଶ ବିଭିନ୍ନ ଟୀକା ପ୍ରସ୍ତୁତ କରିଥିବାବେଳେ କୋରୋନା ସଂକ୍ରମିତଙ୍କ ପାଇଁ ଏବେ ଏକପ୍ରକାର ରକ୍ଷାକବଚ ସାଜିଛି ରେମଡେଜିଭିଅର । ତେବେ କେନ୍ଦ୍ର ସରକାର ଏହାର ଆମଦାନୀରେ କଟକଣା ଲଗାଇଛନ୍ତି । ସେପଟେ କିନ୍ତୁ ରାଜ୍ୟ ସରକାର ଏହା ମାନିବାକୁ ନାରାଜ । ସ୍ବତନ୍ତ୍ର ବିମାନ ପଠାଇ ନିର୍ମାତାଙ୍କ ଠୁ ମଗାଇବା ସହ ଅଧିକାଂଶ ରାଜ୍ୟ କୋରୋନା ସଂକ୍ରମିତଙ୍କ ଚିକିତ୍ସା ପାଇଁ ରେମଡେଜଭିଅରର ବ୍ୟବହାର କରୁଛନ୍ତି । ହେଲେ କେତେ ମହତ୍ତ୍ବପୂର୍ଣ୍ଣ ରେମଡେଜଭିଅର ?

କୋଭିଡ ରୋଗୀଙ୍କ ଚିକିତ୍ସାରେ କେତେ ଦରକାରୀ ରେମଡେଜଭିଅର ?

ରେମଡେଜଭିଅର ଏକ ଆଣ୍ଟି ଭାଇରାଲ ଔଷଧ ଯାହାକି ଇବୋଲା ମହାମାରୀକୁ ଦେଇଥିଲା ମାତ୍ । ଏହି ଔଷଧର ବ୍ୟବହାରରେ ବହୁ କମ କୋରୋନା ଆକ୍ରାନ୍ତ ସୌଭାଗ୍ୟବଶତଃ ଭାବେ ସୁସ୍ଥ ହୋଇଯାଇଛନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ ଆକ୍ରାନ୍ତଙ୍କୁ ସୁସ୍ଥ ହେବାପାଇଁ ରେମଡେଜଭିଅରର ଆବଶ୍ୟକତା ପଡୁନାହିଁ । ତେବେ ନିଜକୁ ଜୀବାଣୁଙ୍କ ଜେନେଟିକ ପଦାର୍ଥରେ ଅନ୍ତର୍ଭୁକ୍ତ କରି କାର୍ଯ୍ୟ କରିବା ସହ ନକଲ କରୁଥିବା ଏନଜାଇମକୁ ଜୀବାଣୁଙ୍କ ନୂତନ କପି ତିଆରି କରିବାରେ ରେମଡେଜଭିଅର ଅଟକାଇଥାଏ ବୋଲି ଏହାର ନିର୍ମାତା ଯୁକ୍ତି ବାଢିଛନ୍ତି ।

ଔଷଧର ଅତିରିକ୍ତ ବ୍ୟବହାରକୁ କେନ୍ଦ୍ରର ନାଁ, ସମସ୍ତ ଆକ୍ରାନ୍ତଙ୍କ ପାଇଁ ଏହା ଆବଶ୍ୟକ କି ?

ଅତି ଜରୁରୀ ସମୟରେ ରେମଡେଜଭିଅରର ବ୍ୟବହାରକୁ ମିଳିଛି ଅନୁମତି । କିନ୍ତୁ କୋଭିଡ ରୋଗୀଙ୍କ ପାଇଁ ଏତେମାତ୍ରାରେ ଏହା ବ୍ୟବହାର ହୋଇଛି ଯେ ଏବେ ଅଭାବ ଦେଖାଦେଇଛି । ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ କେବଳ ପ୍ରଥମ ପର୍ଯ୍ୟାୟରେ ହିଁ କୋରୋନା ଆକ୍ରାନ୍ତଙ୍କ ପାଇଁ ରେମଡେଜଭିଅର ଲାଭପ୍ରଦ ହୋଇଥାଏ । ପ୍ରଥମ ପାଞ୍ଚ ଦିନ ଓ କମ ଅମ୍ଲଜାନର ଅଭାବ ଥିଲେ ହିଁ ଏହା ଫଳପ୍ରଦ ହୋଇଥାଏ ।

କ୍ଷତିକାରକ କି ରେମଡେଜଭିଅର ?

କେବଳ ହସ୍ପିଟାଲକୁ ରେମଡେଜଭିଅର ଯୋଗାଇବା ପାଇଁ ଅନୁମତି ଥିଲେ ବି କେତେକ ଔଷଧ ଦୋକାନୀ ଏହାର ଅବାଧ ବିକ୍ରି କରୁଛନ୍ତି । କିନ୍ତୁ ଏହା କେତେମାତ୍ରାରେ କ୍ଷତିକାରକ ତାହା ହୁଏତଃ ଏଧିକାଂଶ ରୋଗୀ ଜାଣିନଥିବେ । ଇଞ୍ଜେକସନ ଦ୍ବାରା ହିଁ ରେମଡେଜଭିଅରର ବ୍ୟବହାର କରାଯାଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହାର ପାର୍ଶ୍ବ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ବେଳେବେଳ ଜୀବନ ନେବାର ବି ସମ୍ଭାବନା ରହିଥାଏ । ହୃଦଯ ଓ ଯକୃତ ସମେତ ବେଳେବେଳେ ଶିରାରେ ମଧ୍ୟ ରକ୍ତଜମାଟ ସୃଷ୍ଟି କରିଥାଏ । ଗତବର୍ଷ ଆମେରିକା ଖାଦ୍ୟ ଓ ଔଷଧ ପ୍ରଶାସନ (ୟୁଏସଏଫଡିଏ) ରେମଡେଜଭିଅରକୁ ପ୍ରଥମ କୋରୋନା ଔଷଧ ଭାବେ ମଞ୍ଜୁରୀ ଦେଇଛି । କିନ୍ତୁ ହସ୍ପିଟାଲରେ ଚିକିତ୍ସାଧୀନ ରୋଗୀଙ୍କ ପାଇଁ ଏହା ଫଳପ୍ରଦ ବୋଲି କିଛି ପ୍ରମାଣ ନଥିବା କହିଛି ଡବ୍ଲ୍ୟୁଏଚଓ (ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ) । ବରଂ ରେମଡେଜଭିଅର ଗ୍ରହଣ କରି କେତେକ ରୋଗୀ ପ୍ରାଣ ହରାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ।

ହେପାଟାଇଟିସ ‘ସି’ ଓ ଇବୋଲା ସଞ୍ଜିବନୀ

ଆଫ୍ରିକୀୟ ଦେଶରେ ଆତଙ୍କ ସୃଷ୍ଟି କରିଥିବା ଇବୋଲା ପାଇଁ ସଞ୍ଜିବନୀ ସଦୃଶ କାମ ଦେଇଥିଲା ରେମଡେଜଭିଅର । ଏହା ପ୍ରକୃତରେ ହେପାଟଇଟିସ ସି ପାଇଁ ପ୍ରସ୍ତୁତ କରାଯାଇଥିଲା । ମାତ୍ର ଇବୋଲା ଓ ମାରବର୍ଗ ଭାଇରସ ସଂକ୍ରମଣରୁ ରକ୍ଷା ପାଇଁ ପରୀକ୍ଷାମୂଳକ ଭାବେ ରେମଡେଜଭିଅରର ପ୍ରୟୋଗ କରାଯାଇଥିଲା । ଆଉ ଏହା ମଧ୍ୟ ସକରାତ୍ମକ ଭାବେ ଆକ୍ରାନ୍ତଙ୍କୁ ସହାୟକ ହୋଇଥିଲା । ସେପଟେ 2020 କୋରୋନା କାଳ ମଧ୍ୟରେ ଚିକିତ୍ସା ପାଇଁ ରେମଡେଜଭିଅରକୁ ଅତ୍ୟାବଶ୍ୟକ ଔଷଧ ଭାବେ ବ୍ୟବହାର କରିଥିଲେ ପ୍ରାୟ 50ଟି ଦେଶ । ସାଧାରଣତଃ ଇଞ୍ଜେକସନ ଦ୍ବାରା ଶିରା ମଧ୍ୟକୁ ପ୍ରବେଶ କରେ ରେମଡେଜଭିଅର । ତେବେ ଏହାର ବ୍ୟବହାର ପରେ କୋରୋନା ରୋଗୀଙ୍କ ଠାରେ କୁଣ୍ଡାଇ ହେବା, ନାଲିନାଲି ଦାଗ, ଶ୍ବାସକ୍ରିୟାରେ ସମସ୍ୟା, ପେଟ ଯନ୍ତ୍ରଣା, ଜ୍ବର ଏବଂ ବାନ୍ତି ଆଦି ଲକ୍ଷଣ ଦେଖାଦେଇଥାଏ ।

ନୂଆ ରୁପରେ ରେମଡେଜଭିଅର

ଆଣ୍ଟି ଭାଇରାଲ ଔଷଧ ରେମଡେଜଭିଅରର ପ୍ରତିଷ୍ଠା କରିଛି ଆମେରିକୀୟ କମ୍ପାନୀ ଜିଲିଡ ସାଇନ୍ସ ଆଇଏନସି । ହେଲେ ପ୍ରଥମ ଔଷଧ କମ୍ପାନୀ ଭାବେ ବାଂଲାଦେଶର ଏସକାଏଫ ବିଶ୍ବ ବଜାରରେ ରେମଡେଜଭିଅରର ସଂସ୍କରଣ ରେମିଭିର ଆଣିଛି ।

ABOUT THE AUTHOR

...view details