ମେଙ୍ଗାଲୁରୁ: ପ୍ଲାଷ୍ଟିକରୁ ଘର ନିର୍ମାଣ । ଆପଣ ବ୍ୟବହାର କରୁଥିବା ପାନମସଲା ଜରି, ଚିପ୍ସ ଜରି ଓ ବିଭିନ୍ନ ପ୍ଲାଷ୍ଟିକରୁ ନିର୍ମାଣ ହୋଇଛି ଘର । ତା ପୁଣି ବେଶ୍ ଶାନଦାର ଭାବରେ । ଦେଖିଲେ ଆଖି ଲାଖି ଯିବ । କଥାଟା ଶୁଣିବାକୁ ଟିକେ ଅଜବ ଲାଗୁଥିଲେ ବି ହଁ ଆଜ୍ଞା ପ୍ଲାଷ୍ଟିକରୁ ଘର ନିର୍ମାଣ ହୋଇଛି । ମେଙ୍ଗାଲୁରୁରେ ଏଭଳି ପ୍ଲାଷ୍ଟିକ ଘର ନିର୍ମାଣ କରିଛି ପ୍ଲାଷ୍ଟିକ ଫର୍ ଚେଞ୍ଜ ଇଣ୍ଡିଆ ଫାଉଣ୍ଡେସନ ।
ସାଧାରଣତଃ ପଲିଥିନ, ପ୍ଲାଷ୍ଟିକ ପଦାର୍ଥ ପ୍ରକୃତି ପାଇଁ ବିପଦ ହୋଇଥାଏ । କିନ୍ତୁ ଏହି ସବୁ ଅଳିଆ ଆବର୍ଜନାରୁ ସୁନ୍ଦର ଘର ଯେ ନିର୍ମାଣ କରିହେବ ତାହା କଳ୍ପନା ବାହାରେ । ହେଲେ ଏହାକୁ ସତ ପ୍ରମାଣିତ କରି ଦେଖାଇଛି ପ୍ଲାଷ୍ଟିକ ଫର୍ ଚେଞ୍ଜ ଇଣ୍ଡିଆ ଫାଉଣ୍ଡେସନ । ପ୍ଲାଷ୍ଟିକ ଗୁଡିକୁ ପୁନଃବ୍ୟବହାର ଯୋଗ୍ୟ କରାଇ ଘର ନିର୍ମାଣ ହୋଇଛି । 360 ସ୍କୋୟାର ଫୁଟ୍ ଘର ନିର୍ମାଣ ପାଇଁ ବ୍ୟବହାର ହୋଇଛି 1500 କେଜି ପ୍ଲାଷ୍ଟିକ । ଆଉ ଘର ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି 4.50 ଲକ୍ଷ ଟଙ୍କା ।
କିପରି ହୋଇଛି ପ୍ଲାଷ୍ଟିକ ଘର ନିର୍ମାଣ ?