ଓଡିଶା

odisha

ETV Bharat / bharat

ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ, ଗୋଟିଏ ପରିବାରର 6 ଜୀବନ୍ତ ଦଗ୍ଧ

ଉତ୍ତରପ୍ରଦେଶରେ ଅଭାବନୀୟ ଘଟଣା । ଶୋଇଥିବା ସମୟରେ ଘରେ ଲାଗିଲା ନିଆଁ । ଗୋଟିଏ ପରିବାରର 6 ଜଣ ଜୀବନ୍ତ ଦଗ୍ଧ । ଅଧିକ ପଢନ୍ତୁ

By

Published : Jun 15, 2023, 8:55 AM IST

House gutted in fire in Kushinagar
House gutted in fire in Kushinagar

ଲକ୍ଷ୍ନୌ: ଉତ୍ତରପ୍ରଦେଶର କୁଶୀନଗରରେ ଅଭାବନୀୟ ଘଟଣା । ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ 5 ଜଣ ଶିଶୁ ରହିଥିବା ସ୍ଥାନୀୟ ଲୋକେ କହିଛନ୍ତି । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିଥିଲା । ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି ।

ପୋଲିସର ସୂଚନା ଅନୁଯାୟୀ, ରାମକୋଲା ଥାନାର ଊର୍ଦ୍ଧ୍ବ ବାପୁ ନଗରରେ ଏହି ଅଗ୍ନିକାଣ୍ଡ ଘଟିଛି । କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା ତାହା ବର୍ତ୍ତମାନ ସୁଦ୍ଧା ଅସ୍ପଷ୍ଟ ରହିଛି । ଘରେ ନିଆଁ ଲାଗିବାରୁ ଗୋଟିଏ ପରିବାରର 6 ଜଣଙ୍କର ମୃତ୍ୟୁ ହୋଇଛି । ସମସ୍ତେ ଖାଇ ପିଇ ଶୋଇଥିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ଏହି ଦେଖି ସ୍ଥାନୀୟ ଲୋକେ ନିଆଁ ଲିଭାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ନିଆଁର ଆଁରେ ମହିଳା ଏବଂ ପାଞ୍ଚ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପ୍ରଶାସନିକ ଅଧିକାରୀମାନେ ପହଞ୍ଚିଥିଲେ । କିନ୍ତୁ ଏହି ସମୟରେ ଅଗ୍ନିକାଣ୍ଡରେ ପୁରା ଘର ଜଳିଯାଇଥିଲା ।

ଏହା ମଧ୍ୟ ପଢନ୍ତୁ-Kolkata Airport: କୋଲକାତା ବିମାନ ବନ୍ଦର ଟର୍ମିନାଲରେ ନିଆଁ

ଗତ ମେ 11 ତାରିଖରେ ଉତ୍ତର ପ୍ରଦେଶର କୁଶୀନଗର ଜିଲ୍ଲାରେ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଥିଲା । ଶୋଇଥିବା ସମୟରେ ଘରେ ଲାଗିବାରୁ ଗୋଟିଏ ପରିବାରର 5 ଜଣ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ମୃତକଙ୍କ ମଧ୍ୟରେ ଜଣେ ମହିଳା ରହିଥିବା ବେଳେ ତାଙ୍କ 4 ଶିଶୁ ରହିଥିଲେ । ମୃତ ମହିଳା ଜଣଙ୍କ ହେଉଛନ୍ତି ଫତିମା । ମୃତ ଶିଶୁଙ୍କ ବୟସ 4ରୁ 6 ବର୍ଷ ମଧ୍ୟରେ ରହିଛି । କେଉଁ କାରଣରୁ ଘରେ ନିଆଁ ଲାଗିଲା ତାହା ଅସ୍ପଷ୍ଟ ରହିଥିଲା ।

ସେହିପରି ମେ 2 ତାରିଖ ଦିନ ବିହାରର ମୁଜାଫରପୁର ଜିଲ୍ଲା ରାମଦୟାଲୁ ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଖବର ସାମ୍ନାକୁ ଆସିଥିଲା । ଶୋଇଥିବା ସମୟରେ ଘରେ ନିଆଁ ଲାଗିବାରୁ 4 ଭଉଣୀ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଅଗ୍ନିକାଣ୍ଡରେ 12 ଜଣରୁ ଊର୍ଦ୍ଧ୍ବ ଆହତ ହୋଇଥିବାରୁ ସମସ୍ତଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା । ଗତ ଏପ୍ରିଲ 21 ତାରିଖ ଦିନ ବିହାରର ଔରଙ୍ଗାବାଦରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଚୁଲିରେ ରୋଷେଇ କରିବା ବେଳେ ଘରେ ନିଆଁ ଲାଗିଯାଇଥିଲା । ଫଳରେ 5 ଜଣଙ୍କର ମୃତ୍ୟୁ ହୋଇଥିଲା । ଗୋଟିଏ ପରିବାରର 3 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଏକ ପରିବାରର 2 ଜଣଙ୍କ ମୃତ୍ୟୁ ହୋଇଥିଲା ।

ABOUT THE AUTHOR

...view details