ଓଡିଶା

odisha

ETV Bharat / bharat

ବିଜେପି ଜାତୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ ମିଳିଲାନି ସ୍ଥାନ

ବିଜେପିର ନୂଆ ଜାତୀୟ କାର୍ଯ୍ୟକାରିଣୀରୁ ସାଂସଦ ବରୁଣ ଗାନ୍ଧୀ ଆଉଟ । ମେନକାଙ୍କୁ ମଧ୍ୟ ମିଳିନି ସ୍ଥାନ । ଅଧିକ ପଢନ୍ତୁ...

By

Published : Oct 7, 2021, 4:04 PM IST

ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ  ମିଳିଲାନି ସ୍ଥାନ
ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବରୁଣ ବିଦା, ମେନକାଙ୍କୁ ମିଳିଲାନି ସ୍ଥାନ

ନୂଆଦିଲ୍ଲୀ: ଘୋଷଣା ହୋଇଛି ବିଜେପି ଜାତୀୟ କାର୍ଯ୍ୟକାରିଣୀ । ହେଲେ ପିଲିଭିତରୁ ସାଂସଦ ବରୁଣ ଗାନ୍ଧୀ ବିଜେପି ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ହୋଇଛନ୍ତି ଆଉଟ । ସେହିପରି ବିଜେପି ବରିଷ୍ଠ ନେତା ତଥା ବରୁଣ ଗାନ୍ଧୀଙ୍କ ମା' ମେନକା ଗାନ୍ଧୀଙ୍କୁ ମଧ୍ୟ ରାଷ୍ଟ୍ରୀୟ କାର୍ଯ୍ୟକାରିଣୀରୁ ବାହାର କରିଦିଆଯାଇଛି । ଲଖିମପୁର ଖେରୀ ହିଂସା ଘଟଣାରେ ସରକାରଙ୍କ ବିରୋଧରେ ବୟାନ ଦେଇଥିଲେ ବରୁଣ ।

ଲଖିମୁର ଖେରୀ ହିଂସାରେ ସାମ୍ନାକୁ ଆସିଥିବା ନୂଆ ଭିଡିଓ ଟ୍ବିଟରରେ ସେୟାର କରିଥିଲେ ବରୁଣ । ବିରୋଧ କରୁଥିବା ଲୋକଙ୍କୁ ହତ୍ୟା କରି ସେମାନଙ୍କୁ ଚୁପ୍‌ କରିଦିଆଯାଇପାରିବ ନାହିଁ । ନିର୍ଦ୍ଦୋଶ ଚାଷୀଙ୍କ ରକ୍ତ ଝରାଇଥିବା ଲୋକଙ୍କୁ ଜବାବ ମାଗିବା ଦରକାର । ଚାଷୀଙ୍କ ମନରେ ସରକାରଙ୍କ ପ୍ରତି ଅହଙ୍ଗାକ ଓ କ୍ରୁରତାର ବାର୍ତ୍ତା ଯିବା ପୂର୍ବରୁ ନ୍ୟାୟ ହେବା ଉଚିତ ବୋଲି ଲେଖିଛନ୍ତି ବରୁଣ ।

ଅନେକ ସମୟରେ ବରୁଣ ନିଜ ସରକାରଙ୍କ ବିରୋଧରେ ବୟାନ ଦେଇଆସିଥଇବା ନଜିର ରହିଛି । ଲଖିମପୁର ହିଂସା ଘଟଣାକୁ ନେଇ ମଧ୍ୟ ବରୁଣ ଗାନ୍ଧୀ ଏ ସମ୍ପର୍କରେ ତାଙ୍କ ଟ୍ବିଟ୍ ମାଧ୍ୟମରେ ବିଜେପି ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ବରୁଣ ଖୋଲାଖୋଲି ଭାବେ ଆନ୍ଦୋଳନରତ ଚାଷୀଙ୍କ ପକ୍ଷ ନେଇ ବିଜେପି ସରକାରକୁ ପ୍ରଶ୍ନ ରଖିଥିଲେ।

ବରୁଣଙ୍କ ଏଭଳି ଆଚରଣରେ ବିଜେପି ନେତୃତ୍ବ ଗୁରୁତର ସହ ନେଇଛନ୍ତି । ଜାତୀୟ କାର୍ଯ୍ୟକାରିଣୀ କମିଟି ବୈଠକରେ ବରୁଣ ଏବଂ ତାଙ୍କ ମା' ମନେକା ଗାନ୍ଧୀଙ୍କୁ ସ୍ଥାନ ନ ଦେଇ ସ୍ପଷ୍ଟ ବାର୍ତ୍ତା ଦେଇଛନ୍ତି ବିଜେପି ହାଇକମାଣ୍ଡ ।

ABOUT THE AUTHOR

...view details