ଅମରାବତୀ:ଘର କାମ କଲାନି ଝିଅ । ରାଗିଯାଇ ୭ ବର୍ଷୀୟ ଝିଅ ଉପରେ ଗରମ ପାଣି ଢାଳିଲେ ଅଭିଭାବକ । ଆନ୍ଧ୍ରପ୍ରଦେଶର ପଶ୍ଚିମ ଗୋଦାବରୀ ଜିଲ୍ଲାରେ ଏହି ବର୍ବରକାଣ୍ଡ ପ୍ରକାଶ ପାଇଛି । ତତଲା ପାଣି ପଡିବା ଯୋଗୁଁ ନାବାଳିକାଟିର ଶରୀରର ଅନେକ ଅଂଶ ଜଳି ଯାଇଛି । ସଙ୍କଟାପନ୍ନ ଅବସ୍ଥାରେ ତାକୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି ।
ଆନ୍ଧ୍ର ଜଙ୍ଗରେଡିଗୁଡେମର ଏସଏଚଓ(SHO) ଅଧିକାରୀଙ୍କ କହିବା ଅନୁଯାୟୀ, ପୀଡିତାଙ୍କ ନାମ ମିଦୁଲା ଅଟେ । ସେ ବାଲାଜୀ ନଗର ସ୍ଥିତ ଏକ ସ୍କୁଲରେ ପାଠ ପଢେ । ମିଦୁଲାର ମାଆ କୁଏତରେ ରୁହନ୍ତି । ସେଥିପାଇଁ ସେ ନିଜ ମାଆଙ୍କ ସାଙ୍ଗ ୟନାମଦାଲା ଲକ୍ଷ୍ମୀଙ୍କ ସହ ପଶ୍ଚିମ ଗୋଦାବରୀ ଅଞ୍ଚଳରେ ବସବାସ କରିଆସୁଥିଲା । ଛୋଟ ଝିଅଟି ଘର କାମ ନ କରିବାରୁ ମାଉସୀ ଲକ୍ଷ୍ମୀ ତା' ଉପରେ ଗରମ ପାଣି ଢାଳି ଦେଇଛନ୍ତି ।