ନୂଆଦିଲ୍ଲୀ: ଦିଲ୍ଲୀର ଗୋବିନ୍ଦ ବଲ୍ଲଭପନ୍ତ ଇନଷ୍ଟିଚ୍ୟୁଟ୍ ଅଫ୍ ପୋଷ୍ଟ ଗ୍ରାଜୁଏଟ୍ ମେଡିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ (GIPMER) ଏହାର ସମସ୍ତ ନର୍ସିଂ କର୍ମଚାରୀଙ୍କୁ କେବଳ ହିନ୍ଦୀ ଏବଂ ଇଂରାଜୀ ଶବ୍ଦ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟ ଭାଷାରେ କଥାବାର୍ତ୍ତା କରୁଥିବା କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ନେଇ ମଧ୍ୟ କୁହାଯାଇଛି ।
ଡାକ୍ତରଖାନାର ନର୍ସିଂ ସୁପରିଟେଣ୍ଡେଣ୍ଟଙ୍କ ଦ୍ବାରା ଏକ ସର୍କୁଲାର ଜାରି କରାଯାଇ ଏହି ସୂଚନା ଦିଆଯାଇଛି । ହସ୍ପିଟାଲରେ ମାଲାୟଲାମ ଭାଷା ବ୍ୟବହାରକୁ ନେଇ ଅଭିଯୋଗ ହୋଇଥିଲା । ଏହାପରେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଡାକ୍ତରଖାନାରେ ଅଧିକାଂଶ ରୋଗୀ ଏହି ଭାଷା ଜାଣନ୍ତିନି, ଯେଉଁ କାରଣରୁ ରୋଗୀଙ୍କୁ ଅନେକ ସମସ୍ୟାର ସମ୍ମୁଖିନ କରିବାକୁ ପଡୁଛି ।