କୋଲକାତା:ପଶ୍ଚିମବଙ୍ଗ ସିଲଦା ସାଉଥ ଡିଭିଜନରେ ଲୋକାଲ ଟ୍ରେନରେ ଘୋଡା ଯିବାକୁ ନେଇ ଦେଖାଦେଇଛି ବିବାଦ । ଘୋଡା ଟ୍ରେନରେ ଯାତ୍ରା କରିବା ପରେ ଯାତ୍ରୀଙ୍କ ନିରାପତ୍ତାକୁ ନେଇ ଉଠିଛି ବିରାଟ ପ୍ରଶ୍ନ । ଯାତ୍ରୀଙ୍କ ବାରଣ ସତ୍ତ୍ବେ ମାଲିକ ଘୋଡା ନେଇ ଟ୍ରେନରେ ଯାତ୍ରା କରିବାକୁ ତୀବ୍ର ବିରୋଧ କରାଯାଉଛି । ଘଟଣା ପରେ ରେଳବାଇ କର୍ତ୍ତୃପକ୍ଷ, ଏଥିପ୍ରତି ଦୃଷ୍ଟି ଦେବେ ବୋଲି କହିଛନ୍ତି ।
ସୂଚନା ଅନୁଯାୟୀ, ଗତକାଲି(ଗୁରୁବାର) ରାତିରେ ଲୋକାଲ ଟ୍ରେନରେ ଘୋଡା ନେଇ ଜଣେ ଯାତ୍ରୀ ଯାତ୍ରା କରିବାର ଭିଡିଓ ଭାଇରାଲ ହୋଇଥିଲା । ଦକ୍ଷିଣ 24 ପରାଗଣର ବାରୌପୁର ଅଞ୍ଚଳରେ ଏକ ପ୍ରତିଯୋଗିତା ପାଇଁ ଘୋଡାକୁ ନେଇ ଯାଉଥିଲେ ମାଲିକ । ମାଲିକ ଘୋଡାକୁ ସାଉଥ ଦୁର୍ଗାପୁର ଷ୍ଚେସନ ଡାଇମଣ୍ଡ ହାରବର ଡିଭିଜନରୁ ନେଇ ଯାଉଥିବା ଜଣାପଡିଛି । ଯାତ୍ରୀଙ୍କ ଆପତ୍ତି ସତ୍ତ୍ବେ ଘୋଡା ନେଇ ମାଲିକ ଟ୍ରେନରେ ଯାତ୍ରା କରିଥିଲେ ଏବଂ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଥିଲେ ।