ଡେରାଡୁନ:ଚାରିଧାମ ଯାତ୍ରାରେ ବୃଦ୍ଧି ହେଉଛି ଘୋଡା ଖଚରଙ୍କ ମୃତ୍ୟୁ ସଂଖ୍ୟା । ଯାହାକୁ ନେଇ ଉତ୍ତେଜନା ଦେଖାଦେଇଥିଲା । ଏହି ଘଟଣା ନେଇ ନେନିତାଲ ହାଇକୋର୍ଟରେ ମଧ୍ୟ ମାମଲା ରୁଜୁ ହୋଇଥିଲା । ଏହି ମାମଲାକୁ ଗମ୍ଭୀରତାର ସହ ନେଇ ରାଜ୍ୟ ସରକରାଙ୍କୁ ଜବାବ ମାଗିଥିଲେ କୋର୍ଟ। ଚଳିତ ବର୍ଷ କେଦାରନାଥ ଯାତ୍ରା ପାଇଁ ୮ହଜାର ୫୧୬ ଘୋଡା ଖଚର ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୫ ଘୋଡା ଖଚରଙ୍କ ମୃତ୍ୟୁ ହୋଇଛି । ଚଳିତ ବର୍ଷ ଘୋଡା ଖଚର ଯୋଗୁଁ ୪୬ ଦିନର କେଦାରନାଥ ଯାତ୍ରାରେ ୫୬ କୋଟି ଟଙ୍କା ଆୟ କରିଛନ୍ତି ଖଚର ମାଲିକ।
ଚାରିଧାମ ଯାତ୍ରାରେ ଯାଇଛି ୧୭୫ ଘୋଡାଙ୍କ ଜୀବନ - କେଦାରନାଥ ଯାତ୍ରା
ଚାରିଧାମ ଯାତ୍ରାରେ ବୃଦ୍ଧି ହେଉଛି ଘୋଡା ଖଚରଙ୍କ ମୃତ୍ୟୁ ସଂଖ୍ୟା । ୮ ହଜାର ୫୧୬ ଘୋଡା ଖଚର ପଞ୍ଜିକୃତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୧୭୫ଙ୍କ ମୃତ୍ୟୁ ହୋଇଛି । ଅଧିକ ପଢନ୍ତୁ
କେଦାରନାଥଙ୍କୁ ଆସୁଥିବା ତୀର୍ଥଯାତ୍ରୀ ଖଚର ମାଧ୍ୟରେ ୧୬ କିଲୋମିଟର ଅତିକ୍ରମ କରନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ, ୨,୬୮,୮୫୮ ଯାତ୍ରୀ ଘୋଡା ଖଚର ଦ୍ୱାରା କେଦାରନାଥରେ ପହଞ୍ଚି ଦର୍ଶନ କରି ଫେରିଛନ୍ତି । ଏହି ସମୟରେ 56 କୋଟି ବ୍ୟବସାୟ କରିଥିବା ବେଳେ ପଞ୍ଜୀକରଣ ଶୁଳ୍କ ଭାବରେ ପ୍ରାୟ ୨୯ ଲକ୍ଷ ଟଙ୍କା ପାଇଥିଲା ଜିଲ୍ଲା ପଞ୍ଚାୟତ । ଏହା ସତ୍ବ ମଧ୍ୟ ପଶୁଙ୍କ ଚଲାପଥ ପାଇଁ କୌଣସି ସୁବିଧା ନାହିଁ । କେଦାରନାଥରେ ଖଟର ଓ ଘୋଡାକୁ କେବଳ ଥରେ ମାତ୍ର ଯାତ୍ରାରେ ନେବା ଉଚିତ । କିନ୍ତୁ ଅଧିକ ଟଙ୍କା ବ୍ୟୟ ପାଇଁ ମାଲିକ ମାନେ ୨ରୁ ୩ଥର ଯାତ୍ରା କରିଥାନ୍ତି । ତେବେ ବର୍ତ୍ତମାନ ପର୍ଯ୍ୟନ୍ତ କେଦାରନାଥ ଯାତ୍ରୀରେ ୧୭୫ ଘୋଡା ଖଚରଙ୍କ ମୃତ୍ୟୁ ଘଟିଥିବା ମୁଖ୍ୟ ପ୍ରାଣୀଧନ ଅଧିକାରୀ ସୂଚନା ଦେଇଛନ୍ତି। ତେବେ ବଢୁଥିବା ପଷୁ ମୃତ୍ୟୁ ନେଇ ଉଦବେଗ ପ୍ରକାଶ ପାଇଛି ।