ଜୟପୁର: ରାଜସ୍ଥାନ ଜୟପୁରରେ ଭୟଙ୍କର ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ଟ୍ରଲରେ ପିଟିହେଲା ଭ୍ୟାନ । ଡ୍ରାଇଭର ସମେତ ୬ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଆହତ ହୋଇଥିବା ସୂଚନା ମିଳିଛି । ତେବେ ରିଟ୍ ପରୀକ୍ଷା ଦେବା ପାଇଁ ଏକ ଭ୍ୟାନରେ ଡ୍ରାଇଭର ସମେତ ୧୧ ଜଣ ଛାତ୍ରଛାତ୍ରୀ ଆସୁଥିବା ବେଳେ ଜୟପୁର ଚକସୁ NH12ରେ ଗାଡିଟି ଭାରସାମ୍ୟ ହରାଇ ଏକ ଟ୍ରଲରକୁ ଧକ୍କା ଦେଇଥିଲା ।
ଜୟପୁରରେ ମର୍ମନ୍ତୁଦ ଦୁର୍ଘଟଣା: ଆଖି ବୁଜିଲେ 6 ପରୀକ୍ଷାର୍ଥୀ, 5 ଆହତ - ଜୟପୁର ଚକସୁ
ରିଟ୍ ପରୀକ୍ଷା ଦେବା ପାଇଁ ଆସୁଥିବା ବେଳେ ଭାରସାମ୍ୟ ହରାଇ ଟ୍ରଲରେ ପିଟିହେଲା ଭ୍ୟାନ । ୬ ମୃତ, ୫ ଆହତ । ଅଧିକ ପଢନ୍ତୁ...
ଭାରସାମ୍ୟ ହରାଇ ଟ୍ରଲରେ ପିଟିହେଲା ଭ୍ୟାନ, ୬ ମୃତ, ୫ ଆହତ
ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଆହତ ହୋଇଥିଲେ । ଏନେଇ ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଛି । ତେବେ ଆହତଙ୍କ ମଧ୍ୟରୁ ଜଣେ ପରୀକ୍ଷାର୍ଥୀଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି । ତେବେ ସମସ୍ତ ପରୀକ୍ଷାର୍ଥୀ ରାଜସ୍ଥାନର ବାରନ ଜିଲ୍ଲାର ହୋଇଥିବା ଜଣାପଡିଛି । ଚକସୁ ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡିଟିକୁ ଜବତ କରି ତଦନ୍ତ ଆରମ୍ଭ କରିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ