ମେଷ: ଆପଣଙ୍କ ବନ୍ଧୁ ଏବଂ ପଡୋଶୀଙ୍କ ସହିତ ଆପଣ କେତେକ ବୌଦ୍ଧିକ ଆଲୋଚନାରେ ଲିପ୍ତ ହୋଇପାରନ୍ତି, କିନ୍ତୁ ତାହା ଶୀଘ୍ର ଗରମ ଯୁକ୍ତିତର୍କରେ ପରିଣତ ହେବ ତେଣୁ ତାହା କରନ୍ତୁ ନାହିଁ । ଏବଂ ବ୍ୟସ୍ତତା ଆପଣଙ୍କୁ ଘେରି ରହିବ, ରାତିସାରା ଆପଣ ଉଜାଗର ରହିପାରନ୍ତି, ଫଳରେ ମାନସିକ ଏବଂ ଶାରିରୀକ ସ୍ତରରେ ଆପଣ ଅସୁସ୍ଥ ହୋଇ ପଡିବେ ।
ବୃଷ: ଏକ ସମ୍ବେଦନଶୀଳ ଘୋଷଣା ଆପଣଙ୍କ ଭାବନାକୁ ଅତ୍ୟଧିକ ଭାବରେ ପ୍ରଭାବିତ କରିପାରେ । ଆପଣ କୋହଳ ଅନୁଭବ କରିପାରିବେ ଯେହେତୁ ଆପଣ ଆପଣଙ୍କ ଦୈନଦିନ କାର୍ଯ୍ୟ ଠିକ୍ ସମୟରେ ସମାପ୍ତ କରିପାରନ୍ତି । ଆଜି ଆପଣ ସଂପୁର୍ଣ୍ଣ ଭାବରେ ସକ୍ରିୟ ରହିବେ, ଆପଣଙ୍କ ଭାଇ ଭଉଣୀଙ୍କ ସହିତ ତାଳମେଳରେ ଉନ୍ନତି ହେବ ଏବଂ ତାହା ଆପଣଙ୍କ ପାଇଁ ଲାଭଦାୟକ ହେବ ।
ମିଥୁନ:ଆପଣ ଆଜି କିଛି ହଜିଯାଇଥିବା ଭଳି ଅନୁଭବ କରିବେ,ଯେତେତୁ ଅଶାନ୍ତି ଏବଂ ନିରାଶାବାଦୀର ଅନୁଭବ ଆପଣଙ୍କ ମନକୁ ପ୍ରଭାବିତ କରିବ । ଶାରିରୀକ ଭାବରେ ଆପଣ ସୁସ୍ଥ ଅନୁଭବ ନ କରିପାରନ୍ତି ଏବଂ ଘରେ ପରିସ୍ଥିତି ଏତେ ଅନୁକୂଳ ରହିବ ନାହିଁ । ଛାତ୍ରମାନେ ସେମାନଙ୍କ ଅଧ୍ୟୟନରେ ଏକାଗ୍ରତା ରଖିବା କଷ୍ଟ ଅନୁଭବ କରିବେ । ଅବଶ୍ୟ ଦିନତ ମଧ୍ୟ ଭାବରେ ପରିସ୍ଥିତିରେ ଉନ୍ନତି ହେବ ।
କର୍କଟ: ଆପଣ ନିଜର କ୍ରୋଧ ପ୍ରକୃତିକୁ ନିଜ ନିଯନ୍ତ୍ରଣକୁ ଆଣିପାରିଲେ ଦିନଟି ଅତ୍ୟନ୍ତ ଆନନ୍ଦଦାୟକ ହେବ । ଆପଣଙ୍କ ମାନସିକ ଉତ୍ତେଜନା ତୀବ୍ର ହେବ, ଏହା ଫଳରେ ଆପଣଙ୍କ ଅନଧିକାର ଚର୍ଚ୍ଚା ସାରାଦିନକୁ ଅଶାନ୍ତ କରିପାରେ । ମାନସିକ ଓ ଶାରୀରିକ ସୁସ୍ଥତା ଆଶାତୀତ ଭାବେ ବୃଦ୍ଧି ପାଇପାରେ । ଆପଣଙ୍କ ମନ, ଶରୀର ଓ ଉତ୍ସାହ ମଧ୍ୟରେ ଥିବା ଏକତା ଯେପରି ବ୍ୟର୍ଥ ନ ହୁଏ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । ଅପରାହ୍ନ ପରେ ଅଯଥା ଅବାନ୍ତର କଥା ଚିନ୍ତା ଆପଣଙ୍କ ମନକୁ ଭାରାକ୍ରାନ୍ତ କରିପାରେ ।
ସିଂହ: ଦିବସର ପ୍ରାରମ୍ଭରୁ ଭୋଗୁଥିବା ଅଶାନ୍ତି ୟେପରି ଦିବସର ଅବଶିଷ୍ଟ ଖୁସିର ଦିବସକୁ ନଷ୍ଟ ନ କରେ, ସେଥିପ୍ରତି ସତର୍କତା ଅବଲମ୍ଵନ କରନ୍ତୁ । ଆପଣ ନିଜର ବିବାଦୀୟ ମନ ଓ ଆଚରଣକୁ ନିଜ ଆୟତ୍ତରେ ରଖିପାରିଲେ ସୁଫଳ ମିଳିବ । ବିଶେଷତଃ ନିଜର ପ୍ରିୟଜନଙ୍କ ଆଗରେ ନିଜର ବାର୍ତ୍ତାଳପରେ ଅସଂଞ୍ଜମତା ଦେଖାଇଲେ କଳହର ସୂତ୍ରପାତ ହୋଇପାରେ ଏବଂ ସମ୍ପର୍କରେ ତିକ୍ତତା ଦେଖାଯାଇପାରେ ।
କନ୍ୟା: ଦିବସର ପ୍ରଥମାର୍ଦ୍ଧ ବୃତ୍ତିରେ, କର୍ମରେ ଏବଂ ସାମାଜିକ ସ୍ତରରେ ଆତ୍ମସନ୍ତୋଷ ମିଳିବା ସହିତ ସୁଖରେ ସମୟ ଅତିବାହିତ ହେବ । ବନ୍ଧୁ ତଥା ପରିବାରର ସଦସ୍ୟଙ୍କ ସହିତ ଭ୍ରମଣରେ ଯାଇ ହସଖୁସିରେ ସମୟ କଟିବାର ଯୋଜନା କରିପାରନ୍ତି । ଏହା ଫଳରେ କାର୍ଯ୍ୟ କରିବାର କ୍ଷମତା ହ୍ରାସ ପାଇପାରେ ଏବଂ ମାନସିକ ଚିନ୍ତା ବୃଦ୍ଧି ପାଇପାରେ ।