ମେଷ: ଏହି ରାଶିର ବ୍ୟକ୍ତି ବିଶେଷକଙ୍କ ପାଇଁ ଦିନଟି ମଧ୍ୟମ ଧରଣର ଭଲ ରହିବ । ଘରୋଇ କାର୍ଯ୍ୟ କରିବା ସମୟରେ ବାସ୍ତବିକତାପୂର୍ଣ୍ଣ ଏବଂ ଗଠନାତ୍ମକ ହେବା ଉଚିତ୍ । ଅନ୍ୟ ମାନଙ୍କ ପ୍ରତି ନମ୍ର ହୁଅନ୍ତୁ । ଅଯୁକ୍ତିକର ଏବଂ ବିବାଦମୂଳକ ପରିସ୍ଥିତି ହେବାକୁ ଦିଅନ୍ତୁ ନାହିଁ । ଠିକ୍ ସମୟରେ ଖାଦ୍ୟ ଖାଇବା କଷ୍ଟକର ହୋଇପାରେ । ଅଧିକ ଖର୍ଚ୍ଚନ୍ତ ହୋଇ ପାରନ୍ତି । ସେଥି ମଧ୍ୟ ଧ୍ୟାନ ଦାବ ଜରୁରୀ । ଆଜି ହଳଦିଆ ବସ୍ତ୍ର ପରିଧାନ କରନ୍ତୁ , ଶୁଭଫଳ ପ୍ରାପ୍ତି ହେବ ।
ବୃଷ : ଆପଣ ଅର୍ଥ ସମନ୍ଧୀୟ ଦାୟିତ୍ୱ ଏବଂ କର୍ତ୍ତବ୍ୟକୁ ନେଇ ବ୍ୟସ୍ତ ରହିବେ । ଯୁକ୍ତି ତର୍କ ଠାରୁ ଦୂରେଇ ରୁହନ୍ତି । ଅର୍ଥ ଲାଭର ସୁଯୋଗ ରହିଛି । ଣ ଆଜି ଦିନଟିର କାର୍ଯ୍ୟଗୁଡିକୁ ଅତି ଆନନ୍ଦର ସହିତ ତୁଲାଇ ପାରିବେ । ପ୍ରବଣର ୟୁଯୋଗ ରହିଛି । ବିବାହ ସମ୍ଭନ୍ଧିୟ ଖବର ଆସିପାରେ । ମୁଣ୍ଡରେ ନାଲି ରଙ୍ଗର ଟିକା ଲଗାନ୍ତୁ , ଶୁଭଫଳ ପ୍ରାପ୍ତି ହେବ ।
ମିଥୁନ : ଏହି ରାଶିର ବ୍ୟକ୍ତି ବିଶେଷକଙ୍କ ପାଇଁ ଦିନଟି ଚିନ୍ତାଜନକ ରହିବ । ପରିବାର ଲୋକଙ୍କ ସହ ଯୁକ୍ତିତର୍କ ହୋଇପାରେ । ଆପଣ ଅତ୍ୟନ୍ତ ବିରକ୍ତି ପ୍ରକାଶ ଏବଂ ରାଗ ଅନୁଭବ କରିପାରନ୍ତି, ଯାହାର କାରଣ ଆପଣଙ୍କୁ କେବଳ ହିଁ ଜଣାଥିବ । ନିଜ ଉପରେ ନିୟନ୍ତ୍ରଣ ରଖନ୍ତୁ । ନଚେତ୍ ଆପଣ ଅପମାନିତ ହୋଇପାରନ୍ତି, ପ୍ରିୟଜନକୁ ଆଘାତ କରିପାରନ୍ତି, ଏବଂ ଏହା ବଡ ଧରଣର ରୂପ ନେଇପାରେ । ଏହି ପ୍ରକାର ବିରକ୍ତି ଭାବ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଇପାରେ ।
କର୍କଟ : ସାବଧାନ ରହନ୍ତୁ । ଦେହ ଓ ମନ ଭଲ ରହିବ ନାହିଁ । ନୂତନ କାର୍ଯ୍ୟ ଆରମ୍ଭ ନ କରିବା ଭଲ ଅଟେ । ବ୍ୟସ୍ତତା ଓ ମାନସିକ ଚାପ ବଢିବ । ବଦ୍ ଖର୍ଚ୍ଚ ବଢିବ । ଭଲ ପାଉଥିବା ବ୍ୟକ୍ତିଙ୍କ ସହ ତିକ୍ତତା ହେବ । ଯାତ୍ରା ବର୍ଜନ କରନ୍ତୁ । ନିଜର ମନକୁ ନିୟନ୍ତ୍ରଣ ରଖନ୍ତୁ ।
ସିଂହ: ଆପଣଙ୍କ ପାଇଁ ଦିନଟି ସୁନ୍ଦର ଅଟେ । ଅଯଥା ଯୁକ୍ତି ତର୍କ କରନ୍ତୁ ନାହିଁ । ଦେହ ଓ ମନ ଭଲ ରହିବ । ବିଚଳିତ ହେଲେ ନକାରତ୍ମକ କଥା ଚିନ୍ତା କରିବେ । ମାଆଙ୍କ ଦେହ ଭଲ ରହିବ ନାହିଁ । ନିଦ ଭଲ ହେବ ନାହିଁ । ମହିଳାମାନେ ପାଣି ପ୍ରତି ସତର୍କ ରୁହନ୍ତୁ । ଖାଦ୍ୟ ସମୟରେ ମିଳିବ ନାହିଁ । କର୍ମ କ୍ଷେତ୍ରରେ କଷ୍ଟ ମିଳିବ । ସମ୍ପତ୍ତିର ଧ୍ୟାନ ଦିଅନ୍ତୁ ।
କନ୍ୟା: ଆଜି ଆପଣ ଯାହା କରିବେ ସେଥିରେ ବହୁତ ଭଲ କରିବେ । ଆପଣ ବିଦେଶ ମାଟିରେ ଆପଣଙ୍କ ବ୍ୟବସାୟ ଆରମ୍ଭ କରିବା ସ୍ଵପ୍ନ ଆଜି ସାକାର ହେବ । ପରିବାର ଲୋକଙ୍କୁ ଗୁରୁତ୍ବ ଦିଅନ୍ତୁ, ମନୋବଳ ବୃଦ୍ଧି ହେବ । ଭ୍ରମଣରେ ଯିବା ସମୟରେ ନିଜ ଉପରେ ଧ୍ୟାନ ରଖନ୍ତୁ ।