ମେଷ: ଆପଣଙ୍କ ମାନସିକ ସୁସ୍ଥତା ଯୋଗୁଁ ମନ ପ୍ରଫୁଲ ରହିବ। ପାରିବାରିକ ଜୀବନ ସୁଖମୟ ହେବ । ବିଭିନ୍ନ ଯାଗାରେ ପରିଭ୍ରମଣ କରିବେ ଏବଂ ପସନ୍ଦ ମୁତାବକ ସୁସ୍ୱାଦୁ ଖାଦ୍ୟ ଖାଇ ତୃପ୍ତ ହେବେ । ନିଜର ମନକୁ ଚିନ୍ତାରୁ ଦୂରେଇ ରଖନ୍ତୁ । ଯେଉଁ ବ୍ୟକ୍ତିମାନେ ବିଦେଶରେ ବ୍ୟବସାୟରେ ଲିପ୍ତ ସେମାନଙ୍କରେ ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ ।
ବୃଷ: ଆଜି ପୁରା ଦିନଟି ଆପଣଙ୍କର ମନରେ ଶିଥିଳତା ଦେଖାଦେବ । ଆପଣଙ୍କ ଯୋଜନା ଅନୁସାରେ କାର୍ଯ୍ୟରେ କ୍ରମାଗତ ଭାବେ ଉନ୍ନତି ପରିଲକ୍ଷିତ ହେବ । ଅସମ୍ପୂର୍ଣ୍ଣ ଥିବା କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିପାରିବେ । କାର୍ଯ୍ୟାଳୟରେ ସହକର୍ମୀମାନଙ୍କଠାରୁ ଯଥେଷ୍ଟ ସାହାଯ୍ୟ ମିଳିବ । ପିତାମାତାଙ୍କଠାରୁ ଶୁଭଖବର ପାଇବେ । ଶାରୀରିକ ସୁସ୍ଥତା ବଜାୟ ରଖିବେ ।
ମିଥୁନ: ଆଜି ଆପଣ ମାନସିକ ଭାବରେ ଶାନ୍ତି ଏବଂ ଶାରୀରୀକ ଭାବରେ ସୁସ୍ଥ ରହିବେ । ଦୂର ସ୍ଥାନକୁ ଯାତ୍ରା କରିପାରନ୍ତି । ଆପଣଙ୍କ ସହକର୍ମୀ ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବେ । ସମାଜରେ ଆପଣଙ୍କର ଖ୍ୟାତି ବଢିବ ।
କର୍କଟ: ଅବାଞ୍ଛିତ ଘଟଣା ଓ ପରିସ୍ଥିତିର ସମ୍ମୁଖୀନ ହେବାକୁ ପଡ଼ିବ । ଏହାଦ୍ୱାରା ଆପଣ ଦୁଃଖିତ ହେବେ କିନ୍ତୁ ଏଥିରୁ ଆପଣ ଶୀଘ୍ର ମୁକ୍ତ ହେବେ । ଅଧ୍ୟୟନରେ ଅଧିକ ପରିଶ୍ରମ କରନ୍ତୁ । ବାପା ମାଆଙ୍କର ସ୍ବାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ ।
ସିଂହ: ଆଜି ଦିନଟି ଦୁଃଖମୟ ରହିବ । ଆପଣଙ୍କ ଶରୀର, ରାଗ, ଏବଂ କଥା ପ୍ରତି ଯତ୍ନବାନ ହୁଅନ୍ତୁ । ପରିବାର ଭିତରେ ଦ୍ୱନ୍ଦର ଆଶଙ୍କା ଅଛି ତେଣୁ ପରିସ୍ଥିତିକୁ ବିଜ୍ଞତାର ସହିତ ଶାନ୍ତ ରହି ହ୍ୟାଣ୍ଡେଲ୍ କରନ୍ତୁ । ଯଦି ସମ୍ଭବ ବେଆଇନ୍ କାର୍ଯ୍ୟକଳାପ କିମ୍ବା ଅନୈତିକ କାର୍ଯ୍ୟଠାରୁ ଦୁରେଇ ରୁହନ୍ତୁ । ଯାହାକି ଆପଣଙ୍କୁ ହଇରାଣରେ ପକାଇ ଦେଇପାରେ ।
କନ୍ୟା:ପରିବାରରେ ଶାନ୍ତ ବାତାବରଣ ରହିବ। ମଧୁର କଥା କହି ସବୁ କାମ ସଫଳତାର ସହିତ ଶେଷ କରିବେ । କୌଣସି ସୂକ୍ଷ୍ମ ବିଚାର ନକରିବା ପାଇଁ ଚେଷ୍ଟା କରିବେ । ଭ୍ରମଣରେ ଯାଇପାରନ୍ତି । ଜଗି ରଖି ଖର୍ଚ୍ଚ କରନ୍ତୁ । ଛାତ୍ରଛାତ୍ରୀ ପାଠପଢାରେ ଦୁର୍ବଳ ହେବେ ।