ମେଷ: କାର୍ଯ୍ୟଭାର ଦ୍ୱାରା ଅଧିକ ଭାରାକ୍ରାନ୍ତ ଏବଂ ଭାଙ୍ଗି ପଡିବେ । କାମରେ ଅଳସୁଆ ହୁଅନ୍ତୁ ନାହିଁ । ଧ୍ୟାନଚ୍ୟୁତ ହୁଅନ୍ତୁ ନାହିଁ ନଚେତ ଏହାର କୁପ୍ରଭାବ ନିଜ ଜୀବନ ଓ କାର୍ଯ୍ୟକ୍ଷେତ୍ରରେ ପଡିବ । ମନ ଓ ଚିନ୍ତା ଦୂର ପାଇଁ ଦେବାଳୟକୁ ବୁଲିଯାଆନ୍ତୁ ।
ବୃଷ: ଯୋଗ ଓ ଧ୍ୟାନ ଦ୍ୱାରା ନିଶ୍ଚିତ ଭାବରେ ଚିନ୍ତାଦୂର ହେବ। ଏହି ସମସ୍ତ କିଛି ଜୀବନରେ ବହୁତ ପ୍ରଭାବ ପକାଇଥାଏ । କୌଣସି କଥାରେ ଅଧୈର୍ଯ୍ୟ ଓ ଅସହାୟ ମନେକରନ୍ତୁ ନାହିଁ । ବିଶ୍ରାମ ନିଅନ୍ତୁ । ଖାଦ୍ୟ ଓ ସ୍ୱାସ୍ଥ୍ୟ ପ୍ରତି ଅଧିକ ସାବଧାନ ହୁଅନ୍ତୁ । ଯାତ୍ରା ପରିତ୍ୟାଗ କରନ୍ତୁ ।
ମିଥୁନ: ଆଜି ସାରା ଦିନଟି ଭଲ ଖାଦ୍ୟ ଖାଇବାରେ କଟିପାରେ । ଆପଣ ଖାଦ୍ୟ,ପାନୀୟ ଏବଂ ଆଗ୍ରହୀ ବନ୍ଧୁଙ୍କ ଗହଣରେ ମୌଜମଜଲିସରେ ଲିପ୍ତ ରହିବେ । ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସଫଳ ହେବ । ସହକର୍ମୀ, ପ୍ରିୟତମା ଏବଂ ପିଲାଦିନର ବନ୍ଧୁଙ୍କ ସଙ୍ଗେ ଭ୍ରମଣ ଜନିତ ଆମୋଦପ୍ରମୋଦରେ ସମୟ କାଟିବେ ଏବଂ ପ୍ରଫୁଲ୍ଲ ହୋଇ ରହିବେ । ଆଜି ଦିନଟି କିଣାକିଣି, ପ୍ରଣୟ, ଖାଇବା ପିଇବାରେ ଜୀବନକୁ ରଙ୍ଗାୟିତ କରିପାରନ୍ତି ।
କର୍କଟ: ଶତ୍ରୁଙ୍କ ଉପରେ ବିଜୟଲାଭ କରିବେ, ବାନ୍ଧବୀଙ୍କ ସହ ସାକ୍ଷାତ ଆପଣଙ୍କୁ ଉଲ୍ଲସିତ କରିବ । ନିଜ ବୃତ୍ତିଗତ କାର୍ଯ୍ୟରେ ସହକର୍ମୀ ଓ ସହଯୋଗୀଙ୍କ ସହଯୋଗରେ କଠିନ କାର୍ଯ୍ୟ କରିବାରେ ସକ୍ଷମ ହେବେ । ଆଜିପରି ଅଶାପ୍ରଦ ଶାନ୍ତିମୟ ଦିନ କ୍ୱଚିତ ଆସିଥାଏ । ତେଣୁ ଜୀବନକୁ ମଧୁମୟ କରିବାକୁ ପରିବାରର ସଦସ୍ୟଙ୍କ ସହିତ ମୌଜମଜଲିସରେ ସମସ୍ତ ଦିନଟିକୁ ଉପଭୋଗ କରିବା ଉଚିତ୍ ।
ସିଂହ: ଦିନଟି ଖୁସିରେ କଟିବ । ନୂତନ କବିତା ଲେଖିବା ପାଇଁ ପ୍ରେରଣା ପାଇବେ । ପ୍ରେମାଳାପ ମଧୁର ଓ ଫଳଯୁକ୍ତ ହେବ । ପିଲାଙ୍କ ପ୍ରଗତିରେ ସୁଫଳ ପ୍ରାପ୍ତି ହେବ । ପିଲାମାନେ ପାଠପଢାରେ ଉଚ୍ଚ ଫଳ ଯୁକ୍ତ ହେବେ । ସାଙ୍ଗ ତଥା ସ୍ତ୍ରୀଙ୍କ ଠାରୁ ଲାଭ ହେବ ।
କନ୍ୟା: ଆଜି ଦିନ ଆପଣଙ୍କ ସପକ୍ଷରେ ନାହିଁ । ଶାରିରୀକ ଭାବରେ ଆପଣ ଆଶାବାଦୀ ଅନୁଭବ କରି ନପାରନ୍ତି । ବ୍ୟସ୍ତତା ଆପଣଙ୍କ ମନକୁ ଗ୍ରାସ କରିବ । ଆପଣଙ୍କ ଜୀବନସାଥୀଙ୍କ ସହିତ ଯୁକ୍ତିତର୍କ ଏବଂ କଳହ ସୃଷ୍ଟି ହୋଇପାରେ । ମାଆଙ୍କର ସ୍ୱାସ୍ଥ୍ୟ ଆପଣଙ୍କୁ ବ୍ୟସ୍ତ କରିପାରେ । ଜମି ଏବଂ ସମ୍ପତ୍ତି ବିଷୟରେ ଅତ୍ୟନ୍ତ ଯତ୍ନଶୀଳ ହୁଅନ୍ତୁ ।