ମେଷ: କାର୍ଯ୍ୟାଳୟରେ ଆପଣ ନିଜର ଉପରିସ୍ଥ କର୍ମଚାରୀଙ୍କ ସହ ଗୁରୁତ୍ତ୍ୱପୂର୍ଣ୍ଣ ଆଲୋଚନାରେ ବ୍ୟସ୍ତ ରହିବେ। ଆପଣଙ୍କ ଯୋଜନା ପାଇଁ ସରକାରଙ୍କଠାରୁ କିଛି ଅର୍ଥ ମିଳିପାରେ। ନିଜ କାର୍ଯ୍ୟ ପାଇଁ ବିଭିନ୍ନ ସ୍ଥାନକୁ ଆପଣଙ୍କୁ ଯିବାକୁ ପଡିପାରେ। ନିଜ ଗୃହର ପରିବେଶ ଦୋଳାୟମାନ ଅବସ୍ଥାରେ ରହିବ। ନିଜ ଗୃହର ସାଜସଜ୍ଜା ଏବଂ ସୌନ୍ଦର୍ଯ୍ୟକରଣ ପାଇଁ ନିଜକୁ ବ୍ୟସ୍ତ ରଖିବେ।
ବୃଷ: ଆପଣଙ୍କ ବନ୍ଧୁ ଏବଂ ସମ୍ପର୍କୀୟମାନଙ୍କଠାରୁ ଭଲ ଖବର ଆଶା କରିପାରନ୍ତି । ଏହା ଆପଣଙ୍କୁ ଖୁସି କରାଇବ ଏବଂ ଭ୍ରମଣ କରିଯିବା ପାଇଁ ଆପଣ ଏକ ଯୋଜନା ପ୍ରସ୍ତୁତ କରିବେ । ଛାତ୍ରମାନେ ମନ ଯୋଗ ଦେଇ ପାଠପଢିବେ ଏବଂ ବିଦେଶରେ ଯାଇ ଇଣ୍ଟର୍ଣ୍ଣ କରିବା ସପକ୍ଷରେ ଯିବ । ଛୁଟି ସମୟରେ ଗୋଟିଏ ତୀର୍ଥସ୍ଥାନ ଦର୍ଶନ କରିପାରନ୍ତି ।
ମିଥୁନ: ଆଜି ଆପଣଙ୍କ ଭାବନା ଆପଣଙ୍କ ବିବେକ ବୁଦ୍ଧିକୁ ପ୍ରଭାବିତ କରିବ । ଆପଣ ଧାର୍ମିକ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । କିଛି ଧାର୍ମିକ ସ୍ଥାନକୁ ଯିବା ଦ୍ଵାରା ଆପଣଙ୍କ ମନକୁ ଶାନ୍ତି ମିଳିବ । ଶାନ୍ତ ମନୋଭାବ ଆପଣଙ୍କ ପାଇଁ ଆଜି ବହୁତ କାମ ଦେବ ।
କର୍କଟ: ଦିନଟି ସବୁ ଦୃଷ୍ଟିରୁ ଶୁଭଫଳ ପ୍ରଦାୟକ ଅଟେ। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଭାଗନେଇ ମୌଜ ମଜଲିସ କରିବେ। କିଛି ଜିନିଷ କିଣାକିଣି କରିବାରେ ଆନନ୍ଦ ପାଇପାରନ୍ତି। ଆପଣ ବହୁ ଦୂରରୁ ଆସିଥିବା ଜଣେ ଭିନ୍ନ ସଂମ୍ରଦାୟର ବ୍ୟକ୍ତିଙ୍କ ସାକ୍ଷାତ ପାଇ ଉଲ୍ଲସିତ ହେବେ। ଏହି ସାକ୍ଷାତକାର ଭବିଷ୍ୟତରେ ଉପକାରୀ ହୋଇପାରେ। କାର୍ଯ୍ୟରେ ଓ ବ୍ୟବସାୟରେ ସଫଳ ହେବେ।
ସିଂହ: ଆଜି ଦିନଟି ସେତେଟା ଶୁଭଫଳ ପ୍ରଦାନ କରିବ ନାହିଁ । ଆପଣ ଏକକାଳୀନ ବିଷର୍ଣ୍ଣତା, ଶିଥିଳତା ଏବଂ ବିଶ୍ରାମ ହୀନତାର ଶିକାର ହୋଇପାରନ୍ତି, ମାତ୍ର ଧର୍ଯ୍ୟ ଧରି ଆପଣ ସମୟକୁ ଅପେକ୍ଷା କରିବାକୁ ପଡିବ । ଆପଣ ନିଜ ପାରିବାରିକ ଜୀବନରେ ନିଜ ମାଆ ଓ ପ୍ରିୟଜନଙ୍କ ସହ ଭୁଲ ବୁଝାମଣାର ଶିକାର ହୋଇପାରନ୍ତି ।
କନ୍ୟା: ଆଜି ଦିନରେ ଆପଣ ନିଜର ସନ୍ତାନ ଓ ପ୍ରିୟଜନଙ୍କ ଚିନ୍ତାରେ ବିଚଳିତ ହୋଇପାରନ୍ତି। ଏଥିପାଇଁ ଆପଣଙ୍କ ମାନସିକ ଶାନ୍ତି ବ୍ୟାହତ ହେବ। ଅପଣଙ୍କ ପାକସ୍ଥଳି ଏବଂ କଲିଜା ଜନିତ ଶାରୀରିକ ଅସୁସ୍ଥତା ମଧ୍ୟ ମୁଣ୍ଡ ବ୍ୟଥାର କାରଣ ହୋଇପାରେ। ଆପଣଙ୍କ ଖର୍ଚ୍ଚ ବୃଦ୍ଧି ପାଇବା ଯୋଗୁଁ ଆପଣ ଏହାର ସମାଧାନର ବାଟ ଖୋଜିପାରନ୍ତି।