ଓଡିଶା

odisha

ETV Bharat / bharat

ଜୁଲାଇ ୮ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ଆଜି କେମିତି ରହିବ ଆପଣଙ୍କ ଦିନ ? ଅଧ୍ୟୟନ, ପ୍ରେମ, ବିବାହ, ବ୍ୟବସାୟ କ୍ଷେତ୍ରରେ କିପରି ରହିବ ଗ୍ରହର ସ୍ଥିତି ? କିପରି କଟିବ ଦାମ୍ପତ୍ୟ ଜୀବନ ? ପିଲାମାନଙ୍କର ଯଦି ପଢାରେ ମନ ଲାଗୁନି, ତେବେ କ’ଣ ପ୍ରତିକାର ? ଆଗାମୀ ସମୟରେ ବିଦେଶ ଭ୍ରମଣ କରିବାର ସୁଯୋଗ ରହିଛି କି ? ଆପଣଙ୍କ ଜୀବନସାଥୀ ସହିତ ଦିନଟି କେମିତି ଅତିବାହିତ ହେବ ? ଏହିପରି ସମସ୍ତ ପ୍ରଶ୍ନର ଉତ୍ତର ଜାଣିବା ପାଇଁ, ଇଟିଭି ଭାରତରେ ପଢନ୍ତୁ, ଆଜିର ରାଶିଫଳ

By

Published : Jul 8, 2022, 12:15 AM IST

ଜୁଲାଇ ୮ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ
ଜୁଲାଇ ୮ ରାଶିଫଳ: ଜାଣନ୍ତୁ କେମିତି ରହିବ ଆପଣଙ୍କ ଦିନ

ମେଷ:ଆଜି ଆପଣ ପ୍ରଶଂସାର ପାତ୍ର ହେବେ ।ଆପଣଙ୍କ ଜୀବନସାଥୀଙ୍କ ସହ ସମ୍ପର୍କ ଭଲ ହେବ । ପ୍ରେମରେ ସବୁ କିଛି ସମ୍ଭବ । ଅପରାହ୍‍ଣ ସମୟ ମିଶ୍ରିତ ଫଳ ପ୍ରଦାନ କରିବ। କିନ୍ତୁ, ସଂଧ୍ୟା ସମୟ ଆପଣଙ୍କ ମଉଜ ମଜଲିସରେ କଟିବ ।

ବୃଷ: ଆଜି ଆପଣ କେବଳ ନିଜ ଭବିଷ୍ୟତର ଲକ୍ଷ୍ୟ ପାଇବା ଉପରେ ଧ୍ୟାନ କେନ୍ଦ୍ରିତ କରିବେ । ଅନେକ ଦିନ ଧରି ଆପଣ ଯେଉଁ ମିଳିତ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତାହା ଆଜି ଆରମ୍ଭ ହୋଇପାରେ । ବ୍ୟବସାୟ ସମ୍ପର୍କିତ ଏକ ଯାତ୍ରା ମଧ୍ୟ ଥିବାର ଜଣାପଡୁଛି । ଘରେ ସବୁ ଭଲ ରହିବ ।

ମିଥୁନ: ଆଜି ଆପଣଙ୍କୁ ଯାହା ପସନ୍ଦ ତାହା କରିବେ । ଅଭାବରେ ଥିବା ଲୋକଙ୍କୁ ସାହାଯ୍ୟ କରିବେ ଓ ଏହାଦ୍ୱାରା ଆପଣଙ୍କର ସାମାଜିକ ପ୍ରତିଷ୍ଠା ଵୃଦ୍ଧି ହେବ । ହସ ଖୁସିରେ ଦିନଟି ବିତିବ ।


କର୍କଟ:ଆଜି ଦିନଟି ଭଲ ନାହିଁ । ଅତି ଖରାପ ଚିନ୍ତାରେ ରହିବେ । ମୁଣ୍ଡରେ ଚିନ୍ତା ରହିବ ଓ ବିବ୍ରତ ହେବେ । କାହାକୁ କଣ କହୁଛନ୍ତି ତାହା ଜାଣିପାରିବେ ନାହିଁ । ପରିବାର ବର୍ଗ ଯଥା କୌଣସି ସ୍ତ୍ରୀ ଲୋକ ସହ କଳି କରିବେ । ଅର୍ଥ ହାନି ହୋଇପାରେ । କିଛି ଅସୁବିଧାର ସମ୍ମୁଖିନ ହେବେ ।

ସିଂହ:ପୁରୁଣା ସହଯୋଗୀଙ୍କ ସହ ମିଶି ଆଜିର ଦିନକୁ ଉପଭୋଗ କରନ୍ତୁ ଓ ନୂଆ ସମ୍ପର୍କ ଯୋଡ଼ନ୍ତୁ । ବନ୍ଧୁବାନ୍ଧବ ଆସିବାର ସମ୍ଭାବନା ଅଛି । ଆପଣଙ୍କର ପ୍ରଫୁଲ୍ଲ ମନ ଆପଣଙ୍କ ଘରକୁ ଆନନ୍ଦରେ ଭରି ଦେବା ସହ ଅତିଥିଙ୍କ ଆଗମନ ଏହାକୁ ଦ୍ୱିଗୁଣିତ କରିବ ।

କନ୍ୟା: ବ୍ୟବସାୟ ଓ ଅଵସର ମଧ୍ୟରେ ସମନ୍ୱୟ ରହିବ । ଧ୍ୟାନର ସହ ଖର୍ଚ୍ଚ କରନ୍ତୁ ଆଦୌ ଚିନ୍ତିତ ହୁଅନ୍ତୁ ନାହିଁ ।


ତୁଳା:ଆଜି ଦିନଟି ଚମତ୍କାର ଅଟେ । ରଚନାତ୍ମକ ଓ କଳାତ୍ମକ କାର୍ଯ୍ୟରେ ମନୋନିବେଶ କରିବେ । ଶାରୀରିକ ଓ ମାନସିକ ସ୍ତରରେ ସୁଦୃଢ ରହିବେ । ଆପଣଙ୍କ ଦୃଢ ଇଚ୍ଛା ଶକ୍ତି ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇବ ଏବଂ ଅର୍ଥ ପରିଚାଳନାରେ ସମର୍ଥ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।


ବିଛା: ଆଜି ସାବଧାନର ଦିନଟିଏ । ଦୁର୍ଘଟଣା ପାଇଁ ସତର୍କ ହୁଅନ୍ତୁ । କୌଣସି ଅସ୍ତ୍ରୋପଚାର ହୋଇପାରେ । ନିଜ ବାକ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ । ନହେଲେ ଅଯଥା କଳି ଉପୁଜିପାରେ । ଦେହ ଓ ମନ ଭଲ ରହିବ ନାହିଁ । ବ୍ୟସ୍ତ ଲାଗିବ । ବିଳାସବ୍ୟସନରେ ଅର୍ଥହାନି ହେବ । ନିଜ ଲୋକଙ୍କ ସହ ମନୋମାଳିନ୍ୟ ହୋଇପାରେ ।


ଧନୁ: ଆଜି ଦିନଟି ଆପଣଙ୍କ ପାଇଁ ମଙ୍ଗଳମୟ ଅଟେ । ଆପଣଙ୍କର ଆର୍ଥିକ ସ୍ଥିତିରେ ଉନ୍ନତି ପରିଲକ୍ଷିତ ହେବ । ସାମାଜିକ ତଥା ବ୍ୟକ୍ତିଗତ ଜୀବନରେ ସୁଫଳ ପ୍ରାପ୍ତି ଯୋଗ ଅଛି । ପ୍ରିୟଜନଙ୍କ ସହ ଆପଣ ପରିଭ୍ରମଣ କରି ମୌଜମଜଲିସରେ ସମୟ ଅତିବାହିତ କରିପାରନ୍ତି । ଆପଣଙ୍କ ପାରିବାରିକ ଜୀବନରେ ଶାନ୍ତି ପାଇବେ ।


ମକର: ଆଜି ବ୍ୟବସାୟରୁ ଅଧିକ ଲାଭ ପାଇବେ। ଆଜି ଉଧାର ଯାଇଥିବା ଅର୍ଥ ହସ୍ତଗତ ହେବା ସହ ଭ୍ରମଣରୁ ଓ ଅନ୍ୟାନ୍ୟ ଦିଗରୁ ମଧ୍ୟ ଅର୍ଥ ପାଇବେ । ସରକାରୀ ତଥା ବନ୍ଧୁବନ୍ଧବଙ୍କ ଠାରୁ ସହାୟତା ମିଳିବ । ପ୍ରିୟଜନ ଉପହାର ଦେଇ ଚକିତ କରିବେ । ନିଆଁ, ପାଣି ଏବଂ ଦୁର୍ଘଟଣା ପାଇଁ ସତର୍କ ରୁହନ୍ତୁ । ବ୍ୟବସାୟିକ କାମରେ ବହୁତ ଏପଟ ସେପଟ ହୋଇପାରନ୍ତି । ପିଲାଙ୍କ ପାଠପଢାର ଅଭିବୃଦ୍ଧିକୁ ପରିଲକ୍ଷିତ କରିବେ ।


କୁମ୍ଭ: ଆଜି ଦିନଟି ସେତେ ଭଲରେ ଯିବ ନାହିଁ। ଶାରୀରିକ ଅସୁସ୍ଥତା ବ୍ୟସ୍ତ କରିବ । ତଥାପି କଠିନ ପରିଶ୍ରମ କରିବେ । କାର୍ଯ୍ୟ ବ୍ୟସ୍ତତାରେ ଅସୁସ୍ଥତା ଭୁଲିଯିବେ । ଭଗ୍ନ ସ୍ୱାସ୍ଥ୍ୟ କାର୍ଯ୍ୟ ଦକ୍ଷତାରେ ପ୍ରଭାବ ପକାଇବ ।ବ୍ୟବସାୟ ମାଧ୍ୟମରେ ଆନନ୍ଦ ପାଇଁ ସୁଯୋଗ ଅଛି । ଯୁକ୍ତି ତର୍କରେ ସମୟ ଓ ଶକ୍ତି ନଷ୍ଟ କରନ୍ତୁ ନାହିଁ ।


ମୀନ:ଆଜି ଭାଗ୍ୟ ଓ ସ୍ୱାସ୍ଥ୍ୟ ପାଇଁ ମଧ୍ୟମ ଦିନ ଅଟେ । ପରିଶ୍ରମ ବହୁଳ କାର୍ଯ୍ୟ କରନ୍ତୁ ନାହିଁ । ରକ୍ଷା ପାଇବା ପାଇଁ କିଛି ବାଟ ନାହିଁ । ମାତ୍ର ପରିଶ୍ରମର ଫଳ ମିଠା ଅଟେ । ସ୍ୱାସ୍ଥ୍ୟ ଓ ଖର୍ଚ୍ଚରେ ଯତ୍ନଶୀଳ ହୁଅନ୍ତୁ । ସାମାନ୍ୟ ବିଶ୍ୱାସ ଭଗବାନଙ୍କ ଉପରେ ରଖନ୍ତୁ ।

ABOUT THE AUTHOR

...view details