ମେଷ: ଆଜି ଦିନଟି ଆପଣଙ୍କ ପାଇଁ ଶୁଭଫଳ ଦାୟକ ନୁହେଁ । ତେଣୁ ନିଜକୁ ଶାନ୍ତ ରଖି ସମୟକୁ ଅପେକ୍ଷା କରନ୍ତୁ । ଆପଣଙ୍କ ମାନସିକ ଉତ୍ତେଜନା ବୃଦ୍ଧି ଯୋଗୁଁ ଆପଣ ଏହି ସମୟରେ ଆଘାତ ପାଇପାରନ୍ତି ।ତେଣୁ ସତର୍କତା ଅବଲମ୍ୱନ କରନ୍ତୁ । ନିଜ ମାଆଙ୍କର ସ୍ୱାସ୍ଥ୍ୟ ତଥା ଅନ୍ୟାନ୍ୟ ନିର୍ଣ୍ଣାୟକ ସମାସ୍ୟା ଯୋଗୁଁ ବିଚଳିତ ହୋଇପାରନ୍ତି ।ନିଜର ସମ୍ମାନ ହାନି ଘଟିଲା ପରି କୌଣସି କାର୍ଯ୍ୟ କରନ୍ତୁ ନାହିଁ ।
ବୃଷ:ପୁର୍ବର ଦୁଃଖ କଷ୍ଟକୁ ଚିନ୍ତା ନ କରି ଆଜି ନିଜକୁ କର୍ମ ଚଞ୍ଚଳ ରଖିଲେ ଦିନଟି ଖୁସିରେ କଟିବ । ଆପଣଙ୍କର ସୃଜନଶୀଳ ପ୍ରତିଭା ଆପଣଙ୍କୁ ସାହିତ୍ୟ ଚର୍ଚ୍ଚା ପାଇଁ ଉତ୍ସୁକତା ପ୍ରଦାନ କରିପାରେ । ନିଜ ମାଆଙ୍କ ସଙ୍ଗେ ମଧୁର ଆଳାପ ଆଲୋଚନା ତାଙ୍କ ପ୍ରତି ସ୍ନେହାଶ୍ରଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ ।ଭୋଜିରେ ସୁଖାଦ୍ୟ ଭୋଜନ ମନକୁ ତୃପ୍ତି ପ୍ରଦାନ କରିବ ।
ମିଥୁନ: ବିଭିନ୍ନ ଚିନ୍ତାଧାରା ଆପଣଙ୍କୁ ଭାରାକ୍ରାନ୍ତ କରିପାରେ । ଆପଣ ଯେତେ କ୍ଳାନ୍ତ ଓ ଅବସାଦ ଅନୁଭବ କରୁଥିଲେ ମଧ୍ୟ ଆପଣଙ୍କର ପ୍ରିୟଜନଙ୍କୁ ଦେଖି ହର୍ଷତୋଫୁଲିତ ହେବେ । ଆପଣଙ୍କର ଦୃଢ ମନୋବଳ ଏବଂ ଦକ୍ଷତା ଆପଣ କରୁଥିବା କାର୍ଯ୍ୟରେ ପରିଲକ୍ଷିତ ହେବ ଏବଂ ସହକର୍ମୀ ବନ୍ଧୁମାନେ ଆପଣଙ୍କୁ ସହଯୋଗ କରିବା ସଙ୍ଗେ ସଙ୍ଗେ ଉତ୍ସାହିତ କରିବେ । ଆପଣଙ୍କର ଆର୍ଥିକ ସ୍ଥିତି ଆସ୍ତେ ଆସ୍ତେ କମିଯାଇପାରେ । ତେଣୁ ଆପଣ ଖର୍ଚ୍ଚକୁ ନିୟନ୍ତ୍ରଣ କରନ୍ତୁ ।
କର୍କଟ:ବନ୍ଧୁମାନଙ୍କ ଗହଣରେ ଆଜିର ଦିନଟିକୁ ମୌଜ ମଜଲିସରେ କଟିବେ । ଆପଣ ଦିନ ତମାମ ଚଳଚଞ୍ଚଳ ରହି ଆମୋଦ ପ୍ରମୋଦରେ ସମୟ କଟାଇବେ । ନିଜ ପରିବାରର ସଦସ୍ୟ ଓ ବନ୍ଧୁମାନଙ୍କ ଗହଣରେ ବାହାରକୁ ଭ୍ରମଣରେ ଯାଇ ନିଜକୁ ପ୍ରମୋଦିତ କରିବା ଯୋଜନା କରିପାରନ୍ତି । ନିଜର ଧର୍ମପତ୍ନୀଙ୍କ ସହ ମୌଜ ମଜଲିସ କରିପାରନ୍ତି ଏବଂ ତାଙ୍କ ଠାରୁ ଶୁଭ ଖବର ପାଇପାରନ୍ତି ।
ସିଂହ: ଆଜି ଦିନଟି ସେତେ ଶୁଭଫଳ ପ୍ରଦାନ କରିବ ନହିଁ । ଦିନସାରା ଆପଣ ଚିନ୍ତାଗ୍ରସ୍ତ ରହିବେ ।ଏହା ଆପଣଙ୍କ ଶାରୀରିକ ଓ ମାନସିକ ଅସ୍ଥିରତାର କାରଣ ହୋଇପାରେ ।କାହା ସଙ୍ଗେ ଯୁକ୍ତିତର୍କ କରନ୍ତୁ ନାହିଁ କିମ୍ୱା ଅସତ ବ୍ୟବହାର କରନ୍ତୁ ନାହିଁ , ଏହା ଆପଣଙ୍କ ପାଇଁ ଶତୃତାକୁ ଆମନ୍ତ୍ରଣ କାରିପାରେ ।ତେଣୁ ଭୁଲ ବୁଝାମଣାର ସମାଧାନ କରିଦିଅନ୍ତୁ ।
କନ୍ୟା: ଆପଣ ନିଜର ବନ୍ଧୁ ଓ ପରିବାର ସଦସ୍ୟଙ୍କ ଗହଣରେ ମୌଜ ମଜଲିସ କରି ସମୟ କଟାଇବେ । ସାମାଜିକ ଜୀବନରେ ନିଜର ପ୍ରତିଷ୍ଠା ଓ ପ୍ରଗତିର ବୃଦ୍ଧି ଘଟିପାରେ, ତେଣୁ ଆପଣ ଉଲ୍ଳସିତ ହେବେ । ଅର୍ଥ ଲଗାଣ ଏବଂ ଅର୍ଥଲାଭ ଯୋଗ ରହିଛି । ବ୍ୟବସାୟୀ ମାନେ ନିଜର ବ୍ୟବସାୟରେ ଉନ୍ନତି କରିବେ ଏବଂ ଅର୍ଥଲାଭ କରିବେ । ଗୋଟିଏ ରମଣୀୟ ଦର୍ଶନୀୟ ସ୍ଥାନକୁ ପରିଭ୍ରମଣରେ ଯାଇପାରନ୍ତି ।